
ଜଂଜାଳ ର ଘୁର୍ଣ୍ଣିଝଡ଼!
ପଛ କଥାକୁ ମବେ ନ ପକାଇ
ଯେତେ ଅଭିମାନ ଦ୍ୱାହି ଦେହି
ଶାନ୍ତ ସହର ଯେବେ ଶୋଇ ଯାଏ
କ୍ଲାନ୍ତ ଶରୀର ବିଛଣା ରେ ପଡିରହେ
ଜଂଜାଳ ର ଘୁର୍ଣ୍ଣିଝଡ଼ ରେ ବଂଚିବାକୁ ହୁଏ
ଝାପ୍ସା ଆଲୋକ ରେ ଛୋଟିଆ ଶିଶୁର
କାନ୍ଦିବା ଭାସି ଆସେ ଶାନ୍ତ ସହରର ସେ ପାଖରୁ
ଏଠି ଜଳି ଜଳି ବତୀ ପରି ଅନ୍ୟ ପାଇଁ
କେତେ ଅନିଦ୍ରା ରାତି କାଟିଛି ଜଂଜାଳ ରେ
ଲିଭି ଯାଏ କେତେଯେ ଆଶା ଓ ଭରସା
କେତେ ଝଗଡା ଆଉ ପୁଣି ମୀମାଂସା
ଆଉ ପଶା ପାଲି ର କୁରୁକ୍ଷେତ୍ର
ଆଉ କେବେ ହାରିଯାଇଥିବା ଗୋଲାମ ପରି
ତଥାପି ଅଛି କିଛି ଭରସା
ଜୀବନ ଜଂଜାଳ ରେ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ