ଅହଂଙ୍କାର

Mamalini sethi

ବସିଥିଲି ତରୁ ତଳେ ମୁଁହି
ଦେଖେ ପ୍ରକୃତିର ଚାରୁ ଶୋଭା
ବାତ ବେଗରେ ଭାଙ୍ଗିଗଲା କାଉଁରିଆ
ପୋତିଲାନି ନିଜର ମଥା।

ତୁଳସୀଟିଏ ପାଦତଳେ ରହି
ବଢ଼ାଉଛି କାଳିଆର ଶୋଭା
ସେଇ ପତ୍ର ପୁନଃ ଦୂର କରେ
ଜ୍ଵର, କାଶ ସବୁରି ବ୍ୟଥା।

କାହିଁ ମନେପଡେ ଆଜି
ଶିଶିର ବାବୁଙ୍କ କଥା।
ସମାଜ ସେବୀ ସେ ,
ସମାଜ କରୁଛି ତାଙ୍କ ଚର୍ଚ୍ଚା।

ଟିକେ ଅହଂଙ୍କାର ପାଇଁ
ସବୁ ଛାଡ଼ିଗଲେ ଆଜି
ଅଛି ଖାଲି ରାଜମହଲ
ହୋଇଯାଇଛନ୍ତି ନିଜେ ମାତାଲ୍ ।

ପତ୍ନୀ ଦେଲେ ଚିର ପ୍ରତାରଣା
କମ୍ପି ଉଠେ ଛାତି ଭାବିଲେ ବେଦନା
ପୁତ୍ରକୁ ଦେଖି ସହ୍ୟକଲେ ବ୍ୟଥା
ଜିଲ୍ଲାପାଳ ହୋଇ କରିବ କାମନା।

ପ୍ରତୀକ୍ଷାର ଅନ୍ତ ଘଟିଲା
ପୁତ୍ର ହେଲା ଜିଲ୍ଲାପାଳ
ନାଲିବତୀରେ ବସି ବାବୁ
ଛାତି ହେଲା କୁଣ୍ଢେମୋଟ ।

ବିନା ଅନୁମତିରେ ବୋହୂ ଆସିଲା
ଭାବିଲେ ଦମ୍ପତି ମଗିବେ କ୍ଷମା
ଦୁଇଦିନ ପରେ ଗଲେ ଛାଡ଼ି କୋଠା
ବୁଢ଼ା କହେ ଜଗା ହିଁ ମୋ ଭରସା ।

ଭାବୁଥାଏ ବୁଢ଼ା ଭାରିଜାର କଥା
ନିଜ ଜିଦ୍ ପାଇଁ ହେଲା ଲୋକହସା
ଟଳି ଗଲେ ବାବୁ ଚିରଦିନ ପାଇଁ
ପୋତି ହଲା ମଥା ଉପରକୁ ଚାହିଁ ।

 

Mamalini sethi
Pn autonomous clg,khordha

11 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *