ଈଶ୍ୱର ସୃଷ୍ଟି

JAY JAGANNATH

ଆହା କି ସୁନ୍ଦର କେଡେ ମନୋହର
ଦିଶେ ସାଜସଜ୍ଜା ଆମ ଜଗତର ,
ଜଗତ ର ନାଥ ଜଗନ୍ନାଥ ବଳେ
ଜୀବ ସୃଷ୍ଟି ହେଲେ ବସୁଧା ର କୋଳେ ।

ତାଙ୍କ ଆଦେଶରେ ପାଣି ରୁ ପବନ
ବହି ଚାଲୁଥାଏ ଏଠି ରାତି ଦିନ ,
ତାଙ୍କରି କୃପାରେ ପତର କଅଁଳେ
ଫୁଟି ଉଠି ପୁଣି ଫୁଲ ବି ମଉଳେ ।

ଅନିଚ୍ଛା ରେ ତାଙ୍କ ଜୀବ ଅସମ୍ଭବ
ଇଚ୍ଛା ହେଲେ ମଲା ଗଛ କଅଁଳିବ ,
ଆଶିର୍ବାଦ ସିଏ କରନ୍ତି ଯାହାକୁ
ସଫଳତା ବାଟ କାଢି ନିଏ ତାକୁ ।

ଜାତି ଅଜାତିର ଭେଦଭାବ କରି
ନଷ୍ଟ କରୁ ଆମେ ସୃଷ୍ଟି କୁ ତାଙ୍କରି ,
ପାପ ଭାର ଯେବେ ବଢ଼ି ବଢ଼ି ଚାଲେ
ଅଧର୍ମ ନାଶନ୍ତି ସିଏ ଧର୍ମ ବଳେ ।

ଏକଥା କୁ ସବୁ ପାସୋରି ଦେଇଛୁ
ସୁନ୍ଦର ସୃଷ୍ଟି କୁ ନଷ୍ଟ କରୁଅଛୁ ,
କଳିଯୁଗ ହୋଇ ଆସିଲାଣି ଶେଷ
ସଂହାରିବେ ପ୍ରଭୁ ଧରି କଳ୍କୀ ବେଶ ।

ଭାଗ୍ୟଲିପି ମହାନ୍ତ
ଗୁଡିଆଲବନ୍ଧ , ମୟୂରଭଞ୍ଜ

51 Likes 2 Comments

You might like

About the Author: Admin

2 Comments

Leave a Reply to litun Cancel reply

Your email address will not be published. Required fields are marked *