କଳା ସାଆନ୍ତ

ପଥର ଦେଉଳେ ରୁହ ପଥର ଟେକା,
ପଥରେ ପଥର ଟିକୁ କଲ ନାୟିକା ,
ଭାସୁ ଅଛି ଭବ ଜଳେ,
ଡାକେ ମୁଁ ପ୍ରାଣ ବିକଳେ,
ଅଥଳ ସାଗରେ ବୁଡି ଯାଏ ନଉକା।0

ମିଛ ମାୟା ସଂସାରକୁ ଆଣିଲ ମୋତେ,
ଷଢରୀପୁଙ୍କ ଯାତନା ସହିଲି କେତେ,
କେତେ ଲାଭ କେତେ କ୍ଷତି,
ଜାଣ ତୁମେ ଲକ୍ଷ୍ମୀ ପତି,
ଆସି ଥିଲି ଏକୁଟିଆ ଯିବି ମୁଁ ଏକା।1

ପଥର ଦେଉଳେ ରୁହ ପଥର ଟେକା,
ପଥରେ ପଥର ଟିକୁ କଲ ନାୟିକା ।।

ଫେରିବାକୁ ହେବ ମୋତେ ଜାଣିଛି ମୁହିଁ,
ରହିଛି କଳା ସାଆନ୍ତ ତୁମକୁ ଚାହିଁ,
ଅନ୍ତ କାଳେ ଦରଶନ ,
ଦେବ ହେ ଚକାନୟନ,
ତୁଣ୍ଡକୁ ମୋ ମିଳୁ କଇଵଲ୍ୟ କଣିକା ।2

ପଥର ଦେଉଳେ ରୁହ ପଥର ଟେକା,
ପଥରେ ପଥର ଟିକୁ କଲ ନାୟିକା,
ଭାସୁ ଅଛି ଭବ ଜଳେ,
ଡାକେ ମୁଁ ପ୍ରାଣ ବିକଳେ,
ଅଥଳ ସାଗରେ ବୁଡି ଯାଏ ନଉକା।0

ଅଶୋକ କୁମାର ପତି, ଦହିଗାଁ
42 mouza, CTC.

12 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *