କିଏ କାହାର

କୋଉ ପୁଅ କାହାର,କୋଉ ଝିଅ କାହାର
ମୁଣ୍ଡକୁ ହାତ ପାଇଲେ,ଯିଏ ଯାହାର ।0

ମରୀଚିକା ଘେରି ଅଛି ସାରା ମୂଲକ,
ମିଛେ ସିନା ଘାଣ୍ଟି ହେଉ ଜୀବନ ଯାକ,
ଇଏ ମୋର ସିଏ ମୋର,
କେହି ରେ ନୁହେଁ କାହାର,
ଭୁଲିଯାଉ ମିଛ ମାୟା ଏହି ସଂସାର ।1

ପୁଅ ଝିଅ ପାଇବାକୁ ବ୍ୟାକୁଳ ହୋଇ,
କେତେ ଦିଅଁ ଦେବତାଙ୍କୁ ପୂଜିଛୁ ତୁହି,
ଦିନ ରାତି ଖଟି ଖଟି,
ଜୀବନ କରୁଛୁ ମାଟି,
ସନ୍ତାନ ବନ୍ଧୁ ସୋଦର କେ ନୁହେଁ ତୋର ।2

ହାତ ଗୋଡ଼ ଚାଲୁଥିଲେ ସଭିଏଁ ଖୁସି,
ଏକ ଠାଵେ ପଡ଼ିଗଲେ ଯିଵେରେ ଖସି,
ଜୀବ ଗଲାବେଳେ ଧନ,
ସାଥି ସେ ଚକାନୟନ,
ଇଛା କଲେ ନେଇ ପାରେ ବୈକୁଣ୍ଠ ପୁର ।3

କୋଉ ପୁଅ କାହାର, କୋଉ ଝିଅ କାହାର
ମୁଣ୍ଡକୁ ହାତ ପାଇଲେ ଯିଏ ଯାହାର।0

ଅଶୋକ କୁମାର ପତି, ଦହିଗାଁ
42 mouza, CTC.

29 Likes 1 Comment

You might like

About the Author: Admin

1 Comment

Leave a Reply to litun Cancel reply

Your email address will not be published. Required fields are marked *