ମିଳନ ଯା ଅଛି ବାକି

 

କେଜାଣି କାହିଁକି ଭାରି ମନେପଡେ
ଆଜି ଏ ସଞ୍ଜ ବେଳାରେ
ମଧୁ ମିଳନର ମହୁଆ ନିଶାରେ
ମନଟି କାହିଁକି ଝୁରେ..

ତନ୍ଦ୍ରା ହୀନ ମୋ ଆଖୀରେ ଯେମିତି
ସପନ ଯାଇଛି ଲାଖି,
ପଲକ ପଡୁନି ଆଖିରେ ମୋହର
ଉଜାଗର ସାରା ରାତି…

ଦିନ ଲାଗୁଅଛି ସତେ କିବା ରାତି
ରାତି ଲାଗେ ଅବା ଦିନ,
ଏଇ ଫଗୁଣରେ ଭେଟ ହେବ କିବା
ଶିହରଇ ତନୁ ମନ …

କମନୀୟ ବେଶ ଝଟକିବ ଆସି
ଟିକି ଦୁନିଆରେ ମୋର,
ଜହ୍ନ ଜୋଛନା ରୁ ତୋଫା ଦିଶୁଥିବ
ମିଠା ମିଠା ଥିବ ସୁର…

ହସି ଉଠୁଥିବ ଆକାଶର ଚାନ୍ଦ
ଦେଖି ଆମ ମିଳନର,
ମିଟି ମିଟି କରି ଲୁଚି ଦେଖୁଥିବେ
ତାରାଗଣ ଆକାଶର…

ଚହଲି ଉଠିବ ମୋ ହୃଦ ସାଗର
ତୁମ ପ୍ରୀତି ସ୍ପର୍ଶ ପାଇ,
ରୁଣୁଝୁଣୁ ପାଉଁଜି ଛନ୍ଦ ତୋଳୁଧିବ
ସ୍ବପ୍ନ ବିଭୋରିତ ହୋଇ…

ଦିନରେ ଆଉ ମୁଁ ସପନ ଦେଖୁନି
ଯାହା ଭାବୁଅଛି ଆଜି,
ଆଖିର ନିଦ ତୋ ଚୋରାଇ ନେଇଚ
ମିଳନ ଯା ଅଛି ବାକି….

ପୁରୁଣା ବାରିପଦା, ମୟୂରଭଞ୍ଜ

31 Likes 1 Comment

You might like

About the Author: Admin

1 Comment

Leave a Reply to Jagannath Cancel reply

Your email address will not be published. Required fields are marked *