ହୃଦୟର ବନ୍ଧୁ

ବନ୍ଧୁର ଭାବ ବନ୍ଧନରେ ଯୋଡା
ଭାବନାରେ ଚେତନାରେ ସେ ହିଁ ଲୋଡା
ସୁଖରେ ଦୁଃଖରେ ସାହାରା
ସେ ପରା ହୃଦୟର ବନ୍ଧୁ

ଧନ ଦେଖେନାହିଁ ଜନ ଦେଖେ ନାହିଁ
ନା ଖୋଜେ କୋଠାଘର ସୁନାର ଉଆସ
ନା ମାଗେ ଧନ ରତନ
ମାଗିଥାଏ ଖାଲି ସ୍ନେହ ପ୍ରେମ ଡୋର
ସୂତାକ୍ଷିଅ ପରି ନ ଛିଡ଼ୁ ସମ୍ପର୍କର ମାନ
ଯୁଗେ ଯୁଗେ ରହୁ ସାରା ଜୀବନ।

ନ ଦେଖେ ଜାତି ନଦେଖେ ଧର୍ମ
ଦେଖାଯାଏ ଦୁଇଟି ହୃଦୟର ମନ
ସୁନ୍ଦର ଅନୁଭବ ଆହୁରି ନିବିଡ଼
ହୋଇଥାଏ ସେ ପ୍ରକୃତରେ ସାଙ୍ଗ

ହୃଦୟରୁ ଥରେ ଡାକି ଦେଲେ ତତେ
ଧାଇଁ ଆସିଥାଉ କିଛି ନଭାବି
ଛାଇ ପରି ତୁହି ରହିଥାଉ ସାଥୀ ହୋଇ
ସାରା ଜୀବନ ପାଖେ ଥିବୁ ତୁହି
ଝୁରୁଥିବ ତତେ ଏ ମନ ଖାଲି ।

ଆସୁ ପଛେ ଝଡଝଞ୍ଜା ଯେ ମାଡି
ଦୂରେଇ ଯିବୁନି ମୋ ପାଖରୁ ପୁଣି
ଚାଲୁ ଥିବା ବାଟ ଦୁଇ ହାତ ଧରି
ପଛକୁ କେବେ ଫେରିବା ନାହିଁ
ରଖିଥିବି ସଦା ତୋ ସାଥେ ହୋଇ।

ମାମି ପାତ୍ର  ତିହିଡି ଭଦ୍ରକ

16 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *