ଶ୍ରୀକ୍ଷେତ୍ର ସାଆନ୍ତ

ashok pati

ଧନରେ, ମୋତେ ନେଇଯା ପୁରୀ,
ଦେଖନ୍ତି କାଳିଆ ରୂପ ମାଧୁରୀ,
ନୀଳାଚଳ ନାଥ, ଶ୍ରୀକ୍ଷେତ୍ର ସାଆନ୍ତ
ସତେକି ଡାକୁଛି ତା ଆଖି ଠାରି।0

ମହୋଦଧି କୂଳେ, ଶିରୀ ମନ୍ଦିରରେ
ବସିଛି କାଳିଆ ସୁନା,
ନୀଳଚକ୍ରେ ନିତି,ଉଡାଉଛି ତାର
ପତିତପାବନ ଵାନା,
ଦେଖି ଦେଲେ ଥରେ,ପେଟ ପୁରି ଯାନ୍ତା
କେତେ ବେଳେ କାଳେ ଯିଵି ମୁଁ ମରି।1

ରତନ ବେଦୀରେ ,ଭାଇ ଭଗ୍ନୀ ସାଥେ
ଅପଲକ ନୟନରେ,
ଭକତଙ୍କୁ ଚାହିଁ,ହସି ଦେଉ ଥିଲେ
ନାଲି ଓଠୁ ମଧୁ ଝରେ,
ତା ବେନି ନୟନ,ଚନ୍ଦ୍ର ସୂର୍ଯ୍ୟ ସମ
ଆକର୍ଷିତ କରେ ତା ଡୋରି ଧରି।2

ପାଦ ପାଣି ନାହିଁ,ସବୁ କରେ ସେହି
ଏକ ଠାଵେ ବସି ରହି,
ସବୁ ଦେବ ଦେଵୀ, ଦର୍ଶନ କରନ୍ତି
ନୀଳାଚଳ ଧାମ ଯାଇ,
ସେଇ ଦାରୁବ୍ରହ୍ମ, ସ୍ଵୟଂ ନାରାୟଣ
କିଏ ହେବ ଆଉ ତା ସଙ୍ଗେ ସରି ।3

ଧନରେ, ମୋତେ ନେଇଯା ପୁରୀ,
ଦେଖନ୍ତି କାଳିଆ ରୂପ ମାଧୁରୀ,
ନୀଳାଚଳ ନାଥ, ଶ୍ରୀକ୍ଷେତ୍ର ସାଆନ୍ତ
ସତେକି ଡାକୁଛି ତା ଆଖି ଠାରି।0

ଅଶୋକ କୁମାର ପତି, ଦହିଗାଁ,
ଵୟାଳିଶ୍ ମୈ।ଜା, କଟକ।।

56 Likes 1 Comment

You might like

About the Author: Admin

1 Comment

  1. ଖୁବ୍ ସୁନ୍ଦର ଭକ୍ତି ନିବେଦନର କବିତା ! ଆପଣଙ୍କୁ ଅଶେଷ ଶୁଭେଚ୍ଛା !

Leave a Reply

Your email address will not be published. Required fields are marked *