“”ଆମେ ଚାଲିଛୁ ଠିକ୍ ବାଟରେ
ତମେ ଶୋଇଛ ଠିକ୍ ଖଟରେ””
ପ୍ରାୟ …ହେଇପାରେ
କିଂତୁ…ବି କିଏ ଯାଣିଛି
ତମେ ଲେଖିଛ_ ତମେ ଜାଣିଛ…
କାରଣ……..
ପ୍ରଥମ ଧାଡିସହ
ଦ୍ବିତିୟ ଧାଡିର
ଅଛି କିଛି
କି ସାମଂଜସ୍ୟତା ?
ପ୍ରାୟ…କିଂତୁ ରେ ଏ ନିଶ୍ଚିହ୍ନ
ମାନବ ବିତାଏ ଜୀବନ
କବି,କବିତାରେ ଲୀନ
ସେହି କିଂତୁପ୍ରାୟରେ
ପୁରା କଟୁଛି ଦିନ
ହଉ ଚଳେଇଦେବା
କ’ଣ ଅଛି?
ଏ କି ଅଦ୍ଭୁତତା
କବିର ଅସ୍ଥିତ୍ବ
ଘନ କୋଳାହଳେ
କବିତା ସ୍ଥିତିତ୍ବ
ପାଠ ଅନ୍ତରାଳେ
ସବୁରେ ଚାଲିଛି
କିଂତୁ….ପ୍ରାୟ …
ଏ ବେ ହିଁ କାଳେ
ହଉଚାଲୁ….
ଚଲେଇବା ନ କରିଚିନ୍ତା
End******************
Astrologer-
Sj.jagannath Das
Bhadrak
ସରଗ ରୁ ଗରୁ ଜନନୀ ଜନମ ଭୁଇଁ
ଜନନୀ ଶବଦ ବିଶ୍ଳଷଣ ହୁଏ ନାହିଁ
କିଏବା ମାପିଛି ଓଜନ କରିଛି ଅବା
କେତେ ଗରୁ କେତେ ଲଘୁ ତା ହୃଦୟ
କେଉଁ ଉପାଦାନେ ଗଢା ।।
ଅଦ୍ଭୁତ ଶଦ୍ଦ ୟେ ଅନେକ ତାତ୍ପର୍ଯ୍ୟ ପୂର୍ଣ୍ଣ
ଜନନୀ ଜନମ ଭୁଇଁ ର ମହତ ଦାନ
ଅନୁରାଗ ତ୍ୟାଗ ନିର୍ବିକଳ୍ପ ଉପାଦାନେ
ନେଇ କି ବିଧାତା ଗଢିଛି ଜନନୀ ରୂପ
ସେ କେଉଁ ଅମୃତ ଲଗ୍ନେ ।।
ବାସନା କାମନା ରହିତ ନିର୍ଲିପ୍ତ ପ୍ରାଣ
ଉଦ୍ଦେଶ୍ୟ ବିହୀନ ଜୀବନ ତା ସମର୍ପଣ
ନିଶଦ୍ଦ ବର୍ଣ୍ଣା ସେ ଅନେକ ଯନ୍ତ୍ରଣା ଯାଡନା
ଅକାତରେ ଜୀବନକୁ କରେ ସମର୍ପଣ
ନାହିଁ ଶୋଚନା ଭାବନା ।।
ଅନାସକ୍ତ ମନ୍ତ୍ର ଭୂଷିତ ଜନନୀ ହୃଦ
ଚିର ଶାଶ୍ଵଦ ସେ ମିଶ୍ରିତ ହର୍ଷ ବିଷାଦ
ସମ ଦୃଷ୍ଟି ସର୍ବେ ବାତ୍ସଲ୍ୟ ମମତା ଭରା
ଜୀବନର ସେତ ପୂଣ୍ୟ ତୋୟା ମନ୍ଦାକିନୀ
ଜ୍ୟୋଚିର୍ମୟ ଧ୍ରୁବ ତାରା ।।
ନିରାଶା ଅନ୍ଧାରେ ଜନନୀ ଆଲୋକ ସମ
ଅଭ୍ୟୁଦୟେ ମମତାର ଅଫୁରନ୍ତ ପ୍ରେମ
ମହିୟାନ ୟେ ପ୍ରକୃତି ସୁନ୍ଦର ଯା’ ପାଇଁ
ପ୍ରତିଷ୍ଠା ଲଭିଛି ବ୍ରହ୍ମାଣ୍ଡେ ୟେ ସେହି ମାତ୍ର
ଜନନୀ ଜନମ ଭୁଇଁ ।।
ଜନନୀ ଜନମ ଭୂଇଁ ସେବାରେ ବ୍ରତି
ଥାଏ ଯେଉଁ ଜନ ଲଭଇ ପରମ ଗତି
ବ୍ରହ୍ମା ବିଷ୍ଣୁ ମହେଶ୍ଵର ସମ ପଦ ପ୍ରାପ୍ତ
ବୋଲି ମୁନି ରୁଷି ବାଣୀ ବେଦରେ ବର୍ଣ୍ଣିତ
ନୁହେଁ ଦୈତ ସେ ଅଦୈତ ।।
ମା ମାତୃଭୂମି ପଦରଜ ମଥା ତିଳକ
ଜନନୀ ଜନମ ଭୂଇଁ ର ମାନ ମହତ
ଗୌରବଶାଳିନୀ ସନ୍ତାନ ସନ୍ତତୀ ଯେତେ
ଶପଥ ନେବାରେ ତାପାଇଁ ଜୀବନ ଆମ
ଉତ୍ସର୍ଗି ବିଭୋର ଚିତ୍ତେ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
(ଭାଗ… ୬ )
(ଏଠାରେ ପ୍ରେମ ଶବ୍ଦର ଅର୍ଥ ଅନନ୍ତ ପ୍ରେମ ବା ଜୀବନ ଦର୍ଶନ ବୋଲି ବୁଝିବାକୁ ହେବ, ଜୀବନ ବା ଜନ୍ମର ସାର୍ଥକ ପ୍ରେମ )
ପାର୍ଥିବ ବସ୍ତୁକୁ ଭିକ୍ଷାସୀ ଭାବରେ
ନୁହେଁ ଅଧିକାର ଭାବ ଯେବେ,
ଭକ୍ତ ଅବା ସ୍ନେହ ତୁଲ୍ୟ ଈଶ୍ୱରଙ୍କ
ପ୍ରେମ ଦୀର୍ଘ ଜୀବୀ ଯୁଗେ ଯୁଗେ ll 1
ଖାଦ୍ୟ ଶରୀରକୁ ପୁଷ୍ଟ କରିଥାଏ
ସ୍ୱଧ୍ୟାୟ ମନକୁ ତୁଷ୍ଟି ଦିଏ,,
ତୁଷ୍ଟି ଯଦି ନାହିଁ ଏ ମର ମଣ୍ଡଳେ
ପୁଷ୍ଟତାର ମୂଲ୍ୟ ନାହିଁ ହାଏ ll 2
ଯେ ଅଟେ ସ୍ୱାଧ୍ୟାୟୀ କୁଶଳି ହୋଇବl
ଭ୍ରମର ପରିକା ଫୁଲ ପ୍ରେମ,,
ବିବେକ, ବିଚାରେ ମହତ୍ୱ ସ୍ୱଧ୍ୟାୟୀ
ଶାସ୍ତ୍ର ଜ୍ଞାନେ ନଥିବବି ଭ୍ରମ ll 3
ଆଚରଣ ଭିତ୍ତିକରି ଭଦ୍ର ଜ୍ଞାନୀ
ଉଚ୍ଚାରଣ ଆଚରଣେ ବିଜ୍ଞ,
ସ୍ୱଧ୍ୟାୟ ତପସ୍ୟା ସଂପୂର୍ଣ୍ଣ ବିଶ୍ରାମ
ସୁ ପୁରୁଷ ହୋଇ ହୁଏ ଅଜ୍ଞ ll 4
ଶୋଇଲେ ଶରୀର ବିଶ୍ରାମ ପାଇବ
ମନ ର ବିଶ୍ରାମ ବିଭୁ ଚିନ୍ତା,,
ଜୀବନର ଶେଷ ଲକ୍ଷ୍ୟ ତାହା ହେଉ
ସିଦ୍ଧlନ୍ତବାଦୀ ଏହା ସତ୍ତା ll 5
ସିଦ୍ଧାନ୍ତବାଦୀ ଯେ ବ୍ୟକ୍ତିତ୍ୱ, ଵିଵେକୀ
ସମ୍ମାନୀୟ ମହା ଅନୁଭବୀ,,
ତା’ସୃଜନତା ପଣ ଅମୃତବିନ୍ଦୁ ରେ
ଅଧ୍ୟାତ୍ମ୍ୟ ସାହିତ୍ୟ ବେଦ ଭେଦୀ ll 6
ଭୋଗରେ ସଂଜମ ଅଛି ପ୍ରୟୋଜନ
ଅପ୍ରାପ୍ତିର ଜ୍ୱଳା ଅସନ୍ତୁଷ୍ଟ,,
ଅପେକ୍ଷା ଚୋରାଏ ଆତ୍ମସମ୍ମାନକୁ
ଭୌତିକ ସୁଖ ଆଣେ କଷ୍ଟ ll 7
ନିଜ ଆବଶ୍ୟକତା କମାଇ ଦେବା
ବୈରlଗମୟlନନ୍ଦ ପ୍ରାପ୍ତି,,
ପ୍ରତିକ୍ରିୟା ଯେ ପ୍ରକlଶ ନକରିବା
ଦୁଃଖ, ସନ୍ତାପ ରୁ ମିଳେ ଶାନ୍ତି ll 8
କଣ୍ଟା ଗଛେ ପୁଲ ପ୍ରତ୍ୟୟ ନିଶ୍ଚିତ
ପ୍ରାପ୍ତିରେ ଦଂଶନ ହସି ସହେ,,
ଅନୁରୂପ ଭାବେ ଆମ ପରିବେଶେ
ବାଧା, ବିଘ୍ନ ପ୍ରେମ ଭରିଦିଏ ll 9
ନିରାଶା ଓ ପରାଜୟର ଗ୍ରହଣ
ସ୍ବର୍ଣ୍ଣ ତୁଲ୍ୟ ମନ ମାନେ ଆଗେ,,
ଜନ୍ମ ପରେ ମୃତ୍ୟୁ ବନ୍ଧା ଅବନୀ ରେ
ପ୍ରେମ ଦୀର୍ଘ ଜୀବୀ ଯୁଗେ ଯୁଗେ ll 10
ରଚନା ଓ ଶବ୍ଦ ସଜ୍ଜା… ଶରତ ଚନ୍ଦ୍ର ପଣ୍ଡା (ପାଗଳ ), ଯାଜପୁର
ଓଡ଼ିଆ ଅନୁବାଦ… ନିଳିମା ପଣ୍ଡା (ଚୁମୁକି )
ମୂଳ ଇଂରେଜୀ ରଚନା… ଅଶୋକ ପୁହାଣ
ନୀଳ ଅମ୍ଵର ଗମ୍ଭୀର ଭାବ କଳା ମେଘ ଆବରଣେ
ପହିଲି ଆଷାଢେ ଦୃଶିତ ହୋଇଲେ ପୁଲକିତେ ଘନ ବନେ
ଚନ୍ଦ୍ରିକା ତୋଳି ନୃତ୍ୟ ବିଭୋର ବନାନୀ ର “ଲତା କୁଞ୍ଜ
ତଳେ” ଅଜାଣତେ ମଣ୍ଡିତ କରି ଦେଇଥାଏ ଅହିଭୁଜ
ଏଇତ ଶାଶ୍ଵତ ପ୍ରେମ
କେଉଁ କଳାକାର କରିଲା ଏମିତି ବିଚିତ୍ର ଚିତ୍ର ଭିଆଣ ।।ଆକାଶେ ବିଭାସେ ପ୍ରଭାକର ପ୍ରଭା ପ୍ରଭାତେ “କୋମଳ କର
ପାଇ” ସରସୀରେ ସରସୀଜ ହସେ ପାଖୁଡା ମେଲାଇ ତାର
ଆଖି ଲାଖି ଯାଏ ଆହାକି ସୁନ୍ଦର ଦୁଧ ଅଳତାର ରଙ୍ଗ
ସତେ ବାଳ ଭାନୁ ବିହାର କରନ୍ତି ପ୍ରଲୁବ୍ଧ ହୋଇ ତା ସଙ୍ଗ
ଏଇତ ଶାଶ୍ଵତ ପ୍ରେମ
ଅତୁଳନୀୟ ଏ ନୈସର୍ଗୀକ ଭାବ ବିଧାତାର ଦିବ୍ୟ ଦାନ ।।ସଞ୍ଜୁଆ ଆକାଶେ ହସେ ଯେବେ ଶଶି ଝରେ କି ଅମୃତ ଧାରା
ଶୀତଳ କୌମୁଦୀ ଝରା ଝରଣା ରେ ଶୀତଳିତ ହୁଏ ଧରା
ପୁଷ୍କରିଣୀ ଜଳ ତରଙ୍ଗେ ଖେଳଇ ଢଳିଢଳି କୁମୁଦିନୀ
କୁମୁଦ ବାନ୍ଧବ ପ୍ରଣୟ ପରସେ ହସି ହସାଏ ମେଦିନୀ
ଏଇତ ଶାଶ୍ଵତ ପ୍ରେମ
ସ୍ଵର୍ଗୀୟ ପ୍ରେମ ୟେ ଚିର ଶାଶ୍ଵତ ଅଲୌକିକ ଜାଗରଣ ।।ବସନ୍ତ ଆସିଲେ ମଳୟ ପ୍ରବାହେ ପ୍ରକୃତି ତଲ୍ଲିନ ହୁଏ
ସବୁଜ ବନାନୀ ବୃକ୍ଷ ଲତା ନବ ପଲ୍ଲବ ରେ ଭରି ଯାଏ
କୃଷ୍ଣଚୂଡା ମଧୁ ମଳତୀ ଶାଳ୍ମଳୀ ପଳାଶ କୁସୁମ ରାଗ
ଦେଖି ପ୍ରଜାପତି ଉଡି ବୁଲେ ରଙ୍ଗେ ଗୀତ ଗାଉଥାଏ ଭୃଙ୍ଗ
ଏଇତ ଶାଶ୍ଵତ ପ୍ରେମ
ଅବର୍ଣ୍ଣନୀୟ ଏ ଅଦ୍ଭୁତ ସୌନ୍ଦର୍ଯ୍ୟ ପ୍ରଫୁଲ୍ଲିତ ମନ ପ୍ରାଣ ।।ମାଆ ଅନ୍ତଚିରି ଶିଶୁ ଜନ୍ମ ଦିଏ ମରଣାନ୍ତକ ଯନ୍ତ୍ରଣା
ସହି ଥାଏ କୋଳେ ସନ୍ତାନ କୁ ପାଇ ଭୁଲିଯାଏ ତା ବେଦନା
ରକତକୁ ଦୁଗ୍ଧ କରି ଶିଶୁ ମୁଖେ ଦେଇ କି ଆନନ୍ଦ ପାଏ
କୋମଳ କମଳ ସଦୃଶ ଶିଶୁର ମୁଖ ଦେଖି ହସୁଥାଏ
ଏଇତ ଶାଶ୍ଵତ ପ୍ରେମ
ନିଜ ସୁଖ ଭୁଲି ସନ୍ତାନ ପାଇଁ ତା ଉତ୍ସର୍ଗୀକୃତ ଜୀବନ ।।ବୃଷଭାନୁ ଜେମା ନନ୍ଦ ସୁତ କାହ୍ନା ଅମୀୟ ଭାବ ପୀରତି
ବିମଳ ଆନନ୍ଦ ନିଷ୍କାମ ପ୍ରେମର ପ୍ରଜ୍ୟୋଳିତ ଦିବ୍ୟ ଜ୍ୟୋତି
ଯୁଗ ଯୁଗ ପାଇଁ ଅଲିଭା ଅକ୍ଷରେ ଯାଜୋଲ୍ୟ ମାନ ଏ ଭାବ
ସୁବର୍ଣ୍ଣ ପ୍ରତିମା ସଙ୍ଗେ କଳା କାହ୍ନା ନିୟତି କଲା ସଂଯୋଗ
ଏଇତ ଶାଶ୍ଵତ ପ୍ରେମ
ନୈସର୍ଗିକ ଏହି ସ୍ଵର୍ଗୀୟ ପ୍ରେମ ତ ନିତ୍ୟ ସତ୍ୟ ଅମୃତିମ ।।ଚିର ଶାଶ୍ଵତ ଏ ବନର ମୟୂର ଆକାଶର ନୀଳ ମେଘ
ଚିର ଶାଶ୍ଵତ ଏ ସୂର୍ଯ୍ୟ ରଶ୍ମି ସଙ୍ଗେ ପଦ୍ମିନୀ ର ପ୍ରେମ ଭାବ
ଚିର ଶାଶ୍ଵତ ଏ ଇନ୍ଦୁ କୁମୁଦିନୀ ମଳୟ ଝରା ବସନ୍ତ
ମାତା ସନ୍ତାନର ବାତ୍ସଲ୍ୟ ମମତା ପ୍ରେମ ସତେ କି ଅଭେଦ
ଏଇତ ଶାଶ୍ଵତ ପ୍ରେମ
କୃଷ୍ଣ ପ୍ରେମେ ରାଧା ନିଷ୍କାମ ପ୍ରେମର ଭାବୋଛ୍ଵାସ ବିଦ୍ୟଦାନ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
ତୁମେ ହନୁମାନ ସବୁ ଜ୍ଞାନ ଆଧାର
ତମ ଦିବ୍ୟ ରୂପେ ଚଳାଅ ଏସଂସାର
ଶ୍ରୀ ରାମଙ୍କ ଭକ୍ତ ବୀର ହନୁମାନ
ନାମ ଯେ ତୁମର ଅନେକ
କେଉଁ ନାମ ଧରି ଡାକିବି ତମକୁ
ପାରୁନି ମୁଁ ତ ଜାଣି
ଅଞ୍ଜନା ଗର୍ଭରୁ ଜନମିଲ ତୁମେ
ନାମ ଯେ ରଖିଲେ ବୀର ହନୁମାନ
ଶଙ୍କଟକୁ ତୁମେ ତାରି ଦିଅ ବୋଲି
ନାମ ଯେ ରହିଲା ସଂକଟମୋଚନ
ଶିବଙ୍କର ଏକାଦଶ ରୁଦ୍ର ଅବତାର
ପୌରାଣିକରେ ଉଲ୍ଲେଖ ହେଲା ତୁମର ।
ଶ୍ରୀରାମ ଦୂତ ଶ୍ରୀ ରାମ ଭକ୍ତ
ଛାତି ଚିରି ଦେଖେଇଲ ରାମ ସୀତା ଲକ୍ଷ୍ମଣ
କାନ୍ଧ ବସାଇ ପାରିକରିଲ
ସେତୁବନ୍ଧ ତୁମେ ଗଢିଣ ଦେଲ
ରାମଙ୍କ ଆଙ୍ଗୁଠି ସାଙ୍ଗରେ ଧରି
ପାରି ହେଲ କେତେ ସମୁଦ୍ର ମନ୍ଥନ
କେତେ ଅସୁରଙ୍କୁ କଲ ଯେ ବଦ୍ଧ
ପହଞ୍ଚିଲ ଯାଇ ମାଆର ପାଶେ
ଦେଖିଲ ସୀତା ମାତା ଅଛନ୍ତି କେମନ୍ତେ
ଦେଖି ମାତାଙ୍କୁ ଅଶୋକ ବାଟିରେ
ଆଖି ଛଳଛଳ ହୋଇଲା ତୁମରି।
ଆଙ୍ଗୁଠି ଦେଲ ମାତା ସୀତାଙ୍କୁ
କହିଲ ପ୍ରଭୁ ପଠେଇଛନ୍ତି ତୁମ ପାଖକୁ
ଦେଖି ସୀତା ମାତା ହୋଇଲେ ଖୁସି
କହିଲେ ମାତାଙ୍କୁ ପ୍ରଭୁ ଆସିଛନ୍ତି
ରାବଣ ଦୁତ ବାନ୍ଧି ହନୁମାନଙ୍କୁ
ନେଇଗଲେ ଅଶୋକ ବନ
ଆମ୍ବ, କଦଳୀ ତୋଳି ଖାଇଲେ
ବଡ ମହାଦ୍ରୁମକୁ ଉପାଡ଼ି ଫୋପାଡିଲେ
କହିଲେ ଅସୁରଙ୍କୁ ମୋତେ ଛାଡ଼ିଦିଅ
ସର୍ବନାଶ କରିଦେବି ଏହି ଅଶୋକବନ।
ବାନ୍ଧି ପର ନେଇଗଲ ରାବଣ ପାଖେ
ଦେଖ ମହାରାଜା ଏହି ହନୁମାନଙ୍କୁ
ଧିକାର କଲେ ରାବଣ ବାନରକୁ।
ଲାଙ୍ଗୁଡେ ଲଗାଇ ନିଆଁ ହୁଳାକୁ
ପୋଡ଼ି ନାଶ କଲେ ଲଙ୍କାଗଡକୁ
ରାବଣ ଦେଖି ଆଶ୍ଚର୍ଯ୍ୟ ହେଲେ
ଛାଡିବି ନାହିଁ ଏହି ବାନରକୁ।
ଶରସର୍ଯ୍ୟା ହୋଇ ଲକ୍ଷଣ
ଆଦେଶ ଦେଲେ ପ୍ରଭୁ ଶ୍ରୀରାମ
ସୂର୍ଯ୍ୟ ଉଦୟ ପୂର୍ବରୁ କିଏ ଆଣିଦେବ ଔଷଧମୂଳ
ହନୁମାନ ଆଣିଲେ ଗନ୍ଧମାର୍ଦନ ପର୍ବତ
ଭଲ ହୋଇଯିବ ମୋ ଭାଇ ଲକ୍ଷ୍ମଣ।
କେତେ ଅସୁରଙ୍କୁ କରି ନିର୍ଦ୍ଧନ
ମହାବୀର ବୋଲି ନାମ ରଖିଲେ।
ମାମି ପାତ୍ର ତିହିଡି ଭଦ୍ରକ
ନାରୀ ସିନ୍ଥିରେ ଲାଗିଲେ ସିନ୍ଦୂର
ହୋଇଯାଏ ସେ ସୁହାଗୀନି ତାର
ସୁଖ ,ଦୁଃଖ ପାଦରେ ପାଦ ଥାପି କରି ସଂସାର
ସ୍ୱାମୀର ମଙ୍ଗଳ ପାଇଁ କରେ ଉପାସ ବାର।
ଥିଲା ଯେବେ ବାପଘରର ଝିଅ
କେତେ ଅଲିଅଳି ରେ କାଟିଥାଏ ଜୀବନ
ବିବାହ ବୟସ ପାଖେଇ ଆସିଲା
ପିତା ମାତା ଦୁହେଁ ଖୋଜିଲେ ବର
ବିବାହ ବନ୍ଧନରେ ବାନ୍ଧି ସେ ଦେଲେ।
ପର ହୋଇଗଲା ଏନ୍ତୁଡ଼ିଶାଳ
ନିଜର ହେଲା ଦୁଇ ଶ୍ମଶାନ
ପର ଘରକୁ ନିଜର କଲା
ପଛ ସ୍ମତିସବୁ ମନେ କାଢିଲା
ସାଙ୍ଗ ସାଥି ସବୁ ଭୂଲି ସେ ଗଲା।
ମଥାରେ ସିନ୍ଦୂର ହାତରେ ଶଙ୍ଖା
ସଂସାର ବନ୍ଧନ ରେ ବାନ୍ଧି ସେ ହେଲା
ଆସୁ ଯେତେ ପଛେ ପ୍ରଳୟ ମାଡି
ସାମ୍ନା କରିବି ଆଗକୁ ମାଡି
ମଙ୍ଗଳକମନା ପାଇଁ ଜାଳିବି ଦୀପ
ସୁହାଗୀନି ହୋଇ ମଶାଣି ନେବ
ଐଶ୍ୟଲକ୍ଷଣି ହୋଇ ଡେଙ୍ଗୁରା ବାଜିବ।
ମାମି ପାତ୍ର
ତିହିଡି,ଭଦ୍ରକ
ଦୁଃଖ ମୋ ଭାଗ୍ୟ ରେ ଅଛି
ବୁଲି କହୁଛି
କିଂତୁ ଭାଗ୍ୟ ଟା କଣ ମୁଁ
ଜାଣିନି କିଛି…
କରଣୀ ର ଫଳ ସଦା
ବେଳେ ପାଉଛି
ଭାଗ୍ୟ ବୋଲି କହି ଦୋଷ
ମୁହିଁ ଦଉଚି..
ବାଳୁଙ୍ଗା ବୁଣିଲେ ଭାଇ,
କଣ ଫଳିଛି ?
ଏହା ସବୁ ଯାଣି ଭାଗ୍ୟ
ଅଛି କହୁଛି…
ଦୁଃଖ ଓ ସୁଖ ଅଛି ତ
କାମନା କଲେ
କରିକି ଭୋଗୁଛ ସବୁ
ଇଛା ଟା କଲେ
ଭଲ କାମ କଲେ ଭଲ
ଫଳ ମିଳିଥାଏ
ଖରାପ କର୍ମରେ ବାସ୍ନା
ଦୁର ଦୁର ଯାଏ
କିଛି କର୍ମ ଅଛି- ଫଳ
ନାହିଁ କିଛି ଏଠି
ସଂଚୟ ହେଇକି ଭାଇ
ରହିଛି ବି ସେଠି
ଆର ଜନ୍ମ କୁ ଭୋଗିବୁ
ଥାଆ ତୁ ଯୋଉଠି
ଭାଗ୍ୟ ବୁଲି କହୁଥିବୁ
ବୁଲିକି ସେମିତି
ତୋହରି କରଣୀ ଫଳ
ତୁ ଆଜି ଭୋଗୁଛୁ
କେହି ତୋତେ ଭୋଗଊନି
ଭାଗ୍ୟ ତ କହୁଚୁ
Jyotirbit-
Sj. Jagannath Das
Bhadrak
କୋହଂ ରୁ ଆରମ୍ଭ ଷଠୀଘର ପରା
ଅହଂ ରେ ଜଳଇ ଜୁଇ ,
ଅସାର ସଂସାରେ ନଶ୍ବ ଶରୀରେ
ଅହଂକାର କାହାପାଇଁ ।୧
ଜୀବନ ଯୌବନ ନୁହେଁ ଚିରସ୍ଥାୟୀ
କିମ୍ପାଇ ଏତେ ବଡିମା ,
କାମନା ଅନଳେ ଜଳିଯିବ ଦିନେ
ଅହଂକାରୀର ସବୁ ଭାବନା ।୨
ମାନବିକତା କୁ ବଳି ଦେଇ ଯିଏ
ଗର୍ବରେ ବାଟ ଚାଲଇ ,
ତୁଚ୍ଛ ମଣେ ଯେଣୁ ବନ୍ଧୁ ପରିଜନେ
ସୁ ପଥ ଯାଏ ଦୂରେଇ ।୩
“ମୁଁ” “ମୋର” କହି ଇର୍ଷା ରେ ଜଳଇ
ଆପଣାକୁ କରି ପର ,
ଅନ୍ତର ଦହଇ ଟାଣ କଥା ତା’ର
ଭାଙ୍ଗଇ ସୁଖ ସଂସାର ।୪
ଅହଂକାର ଭାଙ୍ଗେ ସମ୍ପର୍କର ସେତୁ
ନିଃସଙ୍ଗ ହୁଏ ଜୀବନ ,
ମାନବିକତା କୁ ଜଳାଞ୍ଜଳି ଦେଇ
ସଭିଙ୍କୁ ମଣଇ ନ୍ୟୁନ ।୫
ଜୀବନ ଏ ପରା ଦୁଇ ଗୋଟି ନିଆଁ
ଅହଂ ଠୁ ରହ ଦୂରେଇ ,
“ସୋହଂ” “ସୋହଂ” ମନରେ ଉଚ୍ଚାରି
ସଂସାର ହୋଇଯା ପାରି ।୬
ଖାଲି ହାତେ ଆସିଥିଲୁ ଏ ଜଗତେ
ଖାଲି ହାତେ ଯିବୁ ଫେରି ,
କାମ କ୍ରୋଧ ଲୋଭ ହୋଇବ ପାଉଁଶ
ତମିସ୍ରା ଯିବଟି ଅପସରି ।୭
ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର
ମାଆ ଦେଇଥାଏ ଅନ୍ତ ଫାଡ଼ି ଜନ୍ମ
ଭାଗ୍ୟ ତ ନ ଥାଏ ଦେଇ ,
ଲଲାଟ ଲିଖନ ନ ହୁଅଇ ଆନ
ଏନ୍ତୁଡ଼ିଶାଳ ରୁ ଜୁଇ ।୧
କୀଟ ରୁ ପତଙ୍ଗ ପଶୁ ଠାରୁ ପ୍ରାଣୀ
ହେଉ ମାନବ ଜୀବନ ,
ମାୟା ସଂସାରରେ ପ୍ରତି କ୍ଷଣେ ଘଟେ
ଭାଗ୍ୟ ର ପରିବର୍ତ୍ତନ ।୨
ସ୍ବୟଂ ଭଗବାନ ଭାଗ୍ୟ ର ବିଧାତା
ଜନମି ଏ ଧରାତଳେ ,
ଭାଗ୍ୟ ହାତରେ ସମର୍ପିଥିଲେ ନିଜକୁ
ଦୁଃଖଶୋକ ଭୋଗିଥିଲେ ।୩
ଘଟିବାକୁ ଯାହା ଅଛି ଏ ଜୀବନେ
ସମୟ ସାଥେ ଘଟିବ ,
ଏ ଧନ ସଂପତ୍ତି ଗର୍ବ ଅହଙ୍କାର
କ୍ଷଣିକେ ପାଉଁଶ ହେବ ।୪
ବିହି ଲେଖିଅଛି କପାଳରେ ଯାହା
ଅବଶ୍ୟ ଫଳିବ ଦିନେ
ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ ପରାଏ
ବଦଳି ଯାଏ ଜୀବନେ ।୫
ରାତିକ ଭିତରେ ରାଜା ହୁଏ ରଙ୍କ
ରଙ୍କ ହୋଇଯାଏ ରାଜା ,
କାହାପାଇଁ ମନ ଏତେ ରେ ବଡିମା
ବିଧାତା ହାତେ ତୁ ପ୍ରଜା ।୬
ବାଆ ବତାସରେ କେବେ ଦୋହଲିବ
ତୋର ଏ ଛପର ଖଣ୍ଡି ,
ଅଣଚାଶ ବାଆ ଦେଇଯିବ ଦଗା
ସମ୍ପର୍କ ଯିବରେ ଛିଣ୍ଡି ।୭
କାହା ଭାଗ୍ୟ ଭୋଗ ଦେଖି ହସ ନାହିଁ
କାଲି ତୋ ଦିନ ଆସିବ ,
ତୋର ହସ କାନ୍ଦ ଲଲାଟ ଲିଖନ
ନିଶ୍ଚିତ ଦିନେ ଫଳିବ ।୮
ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର
ଅହଂକାର ଅଟେ ସଖୀ
ନର୍କୀୟ ଦୁର୍ଗଂଧିନୀ
ଧ୍ବଂସର କାରଣ ସେହି
ଦୁଃଖିୟ ସୈାଗଂଧିନୀ
ଅହଂକାର ଭରିଥିଲା
ରାବଣର ପ୍ରାଣେ
ଏହି ଅହଂକାର ପୁଣି
ଦୁର୍ଯ୍ୟୋଧନ ଯାଣେ
ସବୁ ନାଶି ଥିଲେ ବିଭୁ
ଅନନ୍ତ ଗୋସାଇଁ
ନାଁ ରୁକ୍ଷ ବା ଅହଂ ଦକ୍ଷ
ଏଥେଇଁ ଅଛଇ
ଅହଂକାର ସ୍ବପ୍ନ ଥରେ
ବଳିଦେଖିଥିଲା
ପ୍ରଭୁଂକର କୃପା ବଳେ
ପାତାଳେ ରହିଲା
ପର୍ଶୁରାମ ସେ ଦିନତ
ଅହଂ ରେ ଗର୍ଜିଲା
ନିମିଷକେ ଚୁରିଦେଲେ
ବନକୁ ଗମିଲା
କେତେ ବଳି ମହାବଳି
ଅହଂ ତାଙ୍କ ନାହିଁ
ସବୁନାଶି ଦେଇଛନ୍ତି
ପ୍ରଭୁ ଭାବ ଗ୍ରାହୀ
ଅହଂ ର ପିଠ ଥିଲା
ରୋମ ର ସହର
ବିଳପି ଛାଡୁ ଥିଲେ ଡାକ
ଆହତ ଅନ୍ତର
ନିମିଷକେ ଧ୍ବଂସଗଲା
ଏ ବିଷ ସହର
ଖାଉଥିଲେ ସବୁଦିନେ
ଅହଂ ରେ ଜହର
ଅହଂ ରେ ଅନ୍ଧ ହେଲେ
ଜ୍ଞାନ ଶୂନ୍ୟ ହୁଏ
ଅଜ୍ଞାନତା ବଶେ ସିଏ
ଅକାଳେ ରେ ଯାଏ
ଅହଂ କରି ଆଜି କେହି
ଭଲ ରେ ତ ନାହିଁ
ଦୁର୍ଗୁଣ ଗାଇଛି ଶାସ୍ତ୍ର
ଇତିହାସ ବହି..
ଅହଂ ଛାଡି ଦେଲେ ଆମ୍ଭେ
ଦମ୍ଭ ରେ ବଂଚିବା
ବଂଚିବାକୁ ହେଲେ ଏବେ
ଠିକ ରେ ବଢିବା..
End ******
Jyotirbit –
Sj. Jagannath Das
Bhadrak