ଈଶ୍ୱର ସୃଷ୍ଟି

Sraban kumar Maa Bapa

ଜନତା ଙ୍କ ହିତ ସାଧନ ପାଇଁ ,
ସ୍ବର୍ଗ ରୁ ଦେବତା ଆସନ୍ତି ଓହ୍ଲାଇ ।
ନାନା ଯୁଗେ ନାନା ବେଶକୁ ଧରି ,
ଦେଖନ୍ତି ଆମକୁ ସନ୍ତାନ ପରି ।।

ସେ ସିନା ଅଟନ୍ତି ପାଳନ କର୍ତ୍ତା ,
ମୋ ପାଇଁ ଈଶ୍ୱର ମୋ ପିତାମାତା ।
ମୋ ହୃଦ ଆସନ ତାଙ୍କରି ପାଇଁ ,
ରତ୍ନ ସିଂହାସନ ଯାଇଛି ହୋଇ ।।

ଚଳନ୍ତି ଠାକୁର ସିଏ ମୋହର ,
ତାଙ୍କ ପୂଜା ସାରି ପୂଜେ ମୁଁ ହର ।
ଈଶ୍ୱର ସୃଷ୍ଟି ରେ ଦୁଇଟି ଶ୍ରେଷ୍ଠ ,
ବାପା ବୋଉ ବୋଲି ଜାଣେ ମୁଁ ସ୍ପଷ୍ଟ ।।

ତାଙ୍କରି କୃପାରେ ଖୋଲିଛି ଆଖି ,
ଯା’ପାଇଁ ଦୁନିଆଁ ପାରୁଛି ଦେଖି ।
ଆହା କି ସୁନ୍ଦର ଜୀବ ଜଗତ ,
ଗଢ଼ିଛନ୍ତି ୟାକୁ କେଉଁ ସାଆନ୍ତ ।।

ନିଗମାନନ୍ଦ ନାୟକ
ବେଲପାଳ,ମୟୂରଭଞ୍ଜ

45 Likes 4 Comments

You might like

About the Author: Admin

4 Comments

Leave a Reply to Sasmita behera Cancel reply

Your email address will not be published. Required fields are marked *