ସବୁଠୁ ଭଲ ଆମର ଦେଶୀ

।। ସବୁଠୁ ଭଲ ଆମର ଦେଶୀ।।
🌳🌳🌳🌳🌳🌳🌳🌳🌳🌳

ସେ କାଳ ପଖାଳକୁ
ଝୁରେ ଲୋ ମିତଣୀ
ଶାଗ ,ବଡ଼ି ଚୂରା ଯେତେ,
ଦେଶୀ ମନ ଆମ
ଦେଶୀ ଖାଇବା ଗୋ
ଦେଉଥିଲା ଶାନ୍ତି କେତେ ।।

ବାଡ଼ି ବାଇଗଣ ଭଜା ସାଥେ
ଦେଶୀ ଆଳୁ ତରକାରୀ,
ଉଷୁନା ଚାଉଳ ଭାତର ସୁଆଦ
ମନ ଯାଏ ତୃପ୍ତ କରି ।।

ଢ଼ିଙ୍କି କୁଟା ଚୂନା
ଚାଉଳର ମଣ୍ଡା ପିଠା
ଆରିଷା, କାକରା, ସୁଆଦେ ଖାଇବା
କିଏ ଅବା ମିଳିବ ଆଉ ।।

ବଉଲା ଗାଈର ମିଠା ମିଠା କ୍ଷୀର
ଜୀବନ ଗଢିଲା ଆମ,
ଘିଅ,ଦହି ସର ଲହୁଣୀ ଯେତେକ
କରିଲା ସେ ଆମ ନାମ ।।

ବଉଳା ଗାଈର ଗୋବର ଖତରେ
ଧାନ କ୍ଷେତ ହସୁଥାଇ,
ବାଡ଼ି ବଗିଚାରେ ହସନ୍ତି ପରିବା
ସବୁଜ ସଂଗୀତ ଗାଇ ।।

ଏକାଳେ ମଣିଷ ଖାଉଛି ଆନନ୍ଦେ
କେତେ ପିଜା ବରଗର,
ବିଦେଶୀ ଖାଦ୍ୟର ଆଦର ସବୁଠି
ସେତ ରୋଗ ବ୍ୟାଧୂର ଅଟେ ଘର ।।

ଚାଇନିଜ ଖାଦ୍ୟ କେତେ ଯେ ସୁଆଦ
ଅଧା ସିଝା ଅଧା କଞ୍ଚା,
ମ୍ୟାଗି ଚାଉମିନ ଭୁଞ୍ଜଇ ମଣିଷ
ପୂର୍ଣ କରେ ନିଜ ମନୋବାଞ୍ଛା ।।

ରସାୟନ ଖତ ଢାଳିଣ କ୍ଷେତରେ
ଫସଲ ଫଳଇ ଅତି,
ଖାଦ୍ୟ ସାଥେ ଆମେ
ଜହର ଭକ୍ଷଣ କରୁଅଛେ ନିତି ନିତି ।।

ସବୁ ଖାଦ୍ୟ ଆମ ଅପମିଶ୍ରଣ ଯେ
ଶୁଦ୍ଧ ବୋଲି କିଛି ନାହିଁ,
ଅଳପ ଆୟୁଷ ହୁଅଇ ମଣିଷ
କାହାର ତେଜ ତ ନାହିଁ ।।

ଫେରି ଆସନ୍ତାକି ସୁବର୍ଣ୍ଣ ସମୟ
ସେଇ ମଧୁମୟ ବେଳା,
ଦେଶୀ ଜିନିଷର ଆଦର ହୁଅନ୍ତା
ବିଦେଶୀର ବୁଡନ୍ତା ଭେଳା ।।

ପଦ୍ମାବତୀ ବାରିକ
ଭୁବନେଶ୍ୱର

70 Likes Comment

Friendship

As a kid, I used to play,
with friends on the playground.
I remember as a kid today,
playing with fun friends.

The tears do not stop,
let’s see that childhood scene.
I want to get back today,
I remember that childhood.

Thinking about that,
I wondered how I would-
get my childhood back.
Playing games together,
The mobile age is today.

In fact, it is worse then worthless,
it consumes time and-
resources but returns no sales.
Let’s go to Russia for a moment,
and let’s play together again.

75 Likes Comment

ତୁମ ନାମଧ୍ୟାୟି

।। ତୁମ ନାମଧ୍ୟାୟି।।

✍️✍️✍️✍️✍️✍️✍️
ହେକୃଷ୍ଣ ହେକୃଷ୍ଣ କହି
ଯାଉଛି ମୋ ଦିନ ,
ଅନ୍ତରୁ ଜପୁଛି ତୁମକୁ
ଆହେ ଘନ ଶ୍ୟାମ ।।

ପଲକେ ଭରିଛି ତବ
ମୁଗ୍ଧ ରୂପ ଛବି
ଯେସନେ ପଙ୍କରେ ପଦ୍ମ
ଅଛି ମନେ ଭାବି ।।

ନୟନେ ମୋ ଢଳଢଳ ହୁଏ
ତବ ଚକାଆଖି ଦେଖି,
ନୟନୁ ମୋ ବହୁଥାଏ
ତମ କଳାରଙ୍ଗ ଦେଖି ।।

ତବ ଶ୍ରୀଚରଣରେ
ଭକ୍ତି ଅର୍ଘ୍ୟ ଢାଳି
ଅର୍ପଣ କରୁଛି ମୁହିଁ
ମୋ ହୃଦୟକୁ ଖୋଲି ।।

ଜୀବନ ଜିଜ୍ଞାସା ସବୁ
ତୁମେ ମୋ ପିପିସା
ଆନ ଲୋଡେ ନାହିଁ ଆଉ
ତୁମେ ମୋର ଶେଷ ଆଶା ।।

ମାୟାର ବନ୍ଧନେ ବନ୍ଧା
ଏ ମାୟା ସଂସାର
ମାୟା ଜାଲେ ଛନ୍ଦା
ମୋର ଏହି ମନ ।।

ଏଭବ ସଂସାରୁ ମୋତେ
ଉଦ୍ଧାର କର ହେ ପ୍ରଭୁ ,
ତବ ଶ୍ରୀ ଚରଣେ ନାଥ
ଗୁହାରି କରେ ଏ ଅଧମ ।।

ପାଣିର ଫୋଟକା ସମ
ଜୀବନ ମୋହର
ନିମିଷେ ବିଲିନ ହେବ
ମୁଁ ତବ କିଙ୍କର ।।

ଦେଖୁ ଦେଖୁ ଘଟ
ମୋର ଶବ ପାଳଟିବ
ସଂସାରୁ କ୍ଷଣିକେ ସିଏ
ଉଭେଇ ଯେ ଯିବ ।।

ଯେତେ ଜ୍ଞାତି ପରିଜନ
ସବୁ କୁଟୁମ୍ବ ସ୍ବଜନ
ପାରିବେନି କେହି ରଖି
ମୋହରି ପରାଣ ।।

ଅଜ୍ଞନତା ବସେ ବାହାସ୍ପୋଟ ମାରେ
କେହି ଆହା କରିବେନି ,
କେହି ଯିବେ ନାହିଁ ସାଥେ ।।

ହୃଦ ଜପୁଥାଉ ତୁମ ନାମ
ତୁଣ୍ଡ କହୁଥାଉ ଅହରହ ଜଗନ୍ନାଥ..
ହରେ କୃଷ୍ଣ ହରେ ରାମ ଜପି
ଯାଉ ମୋହର ପ୍ରାଣ ।।

ଜୀବନେ ଦର୍ଶନ ମିଳୁ
ଆହେ ଜଗତର ନାଥ ଜଗନ୍ନାଥ
ପ୍ରାଣ ହରିବ ଯେ ମୋର
ଏତିକି କହି କରେ ପ୍ରଣିପାତ ।।

ସତ୍ୟ ପଥେ ନେବ
ମୋତେ ହସ୍ତ ଧରିଥିବ
ତୁମେ ମୋର ସବୁ ଅଟ
ହେ କଳା ବଦନ ।।

ସଂସାରୁ ଉଦ୍ଧାର କର ହେ
ମୋତେ ରାଧା ଗୋବିନ୍ଦ,
କରେ କୋଟି କୋଟି ନମସ୍କାର
ତୁମ ନାମ ଧ୍ୟାୟି କରେ ମୁଁ ସ୍ମରଣ ।। 🙏🙏

ପଦ୍ମାବତୀ ବାରିକ
ଭୁବନେଶ୍ୱର

75 Likes 1 Comment

ବାସ୍ ତୁମ ପାଇଁ

ପିଲାଟିଏ ବେଳୁ ଦୁଃଖ ସୁଖ ବାଟ ଦେଇ,
ଚାଲୁଥିଲି ଚାଲୁଛି ମୁଁ ଏକୁଟିଆ ହୋଇ ।
ବାପାମାଆ ଭାଇ ସ୍ନେହ ଆଦର ରେ ବଢି,
ବଡ ମୁଁ ହେଇଛି ଆଜି ଖାଲି ପାଠ ପଢି ।

ଇଚ୍ଛା ମୋର ହୁଏ ସାଥୀ ଉଡି ବୁଲିବାକୁ,
ହେଲେ ଖଣ୍ଡିଉଡା ଦେଇ ପଡେ ମୁଁ ତଳକୁ ।
ସୁଖ ଶାନ୍ତି ଅଛି ହେଲେ ମନ ହୁଏ ଘାରୀ,
ପୂରା କେବେ କରିବି ମୋ ସ୍ବପ୍ନ ଅସୁମାରୀ ।

ପିଞ୍ଜରା ବାହାରେ ଯେବେ ଯିବାକୁ ମୁଁ ଚାହେଁ,
ପରିବାର ହସଖୁସି ମୋତେ ବାଧା ଦିଏ ।
କେତେ ଆଦରରେ ସତେ ବଢ଼ିଛି ମୁଁ ଆଜି,
ଭାବିଲେ ପାଦ ଯିବାକୁ ହୁଏ ନାହିଁ ରାଜି ।

ମରୂଭୁମି ପ୍ରାୟ ମନେ ଧିରେ ଧିରେ ଆସି,
ବସାଟିଏ କରି ତୁମେ ଗଲ କେବେ ବସି ।
ପାରିଲିନି ଭାଙ୍ଗି ମୁଁ ଯେ ତୁମର ସେ ବସା,
ତୁମ ସହ ଜିଇଁବାକୁ ଗଢୁଛି ମୁଁ ଆଶା ।

ହାତଧରି ନେଇ ଚାଲ ତୁମରି ସାଥିରେ,
ଉଡି ବୁଲିବାକୁ ଇଚ୍ଛା ହୁଏ ପୁଣି ଥରେ ।
ଯାହା ବି କରୁଛି ଠିକ୍ ଭୁଲ୍ ଜାଣେନାହିଁ,
ଏତିକି ଜାଣିଛି ସବୁ ବାସ୍ ତୁମ ପାଇଁ !

91 Likes 3 Comments

Happy Western New Year

Western culture instead of culture
Hi everyone do you have any suggestions on how to improve WordPress?
Baishakhi Sankranti Hindu New Year
No, it’s not public today
The year begins with the eclipse
Surrey in the month of Chaitro
The worship of the deity is fulfilled
The country is in danger
The New Year is now in English
January is a date
Everyone celebrates in different styles
From the village to the city
At the bar hotel in Wine
Half-naked
Young people are being harassed today
Happy New Year
Foreign customs are all yours
The tradition is lost
The son and father sit together
Pickle searched for wine
No manners in middle age
Half dressed
Happy New Year in English
Today in the modern age.

102 Likes 3 Comments