ଏଇତ ଜୀବନ

ଆଖି କୋଣେ ଲୁହ ଚାପି ରଖି
ଓଠ ଖୋଲି ହସିବାକୁ ହୁଏ ,
ହୃଦୟରେ କୋହକୁ ଧରି
ସ୍ନେହ ପ୍ରେମ ବାଣ୍ଟିବାକୁ ହୁଏ ।।

ମନେ ସବୁ ଦୁଃଖ ସହି
ହସି କଥା କହିବାକୁ ହୁଏ ,
ଜୀବନରେ ଜହର ପିଇ
କିଛି ଦିନ ଜିଁବାକୁ ହୁଏ ।।

ଜୀବନର ଚଲାବାଟେ
ଏକାଏକା କିଛି ବାଟ ଚାଲିବାକୁ ହୁଏ ,
ଏଇ ମୋ ଜୀବନର ଯୁଦ୍ଧ
ଏକାଏକା ପ୍ରତିଦିନ ଲଢ଼ିବାକୁ ହୁଏ ।।

ଏଇତ ଜୀବନ ଏଠି ଆଖିର ଲୁହ ପିଇ
ଓଠେ ହସ ଫୁଟାଇବାକୁ ହୁଏ ,
ହୃଦୟରେ ସବୁ ଯନ୍ତ୍ରଣାକୁ ଚାପିରଖି
ମିଛର ଅସରା ନେଇ
ସାରା ଜୀବନ ବଞ୍ଚାଇବାକୁ ହୁଏ ।।

CHINMAYEE SUBUDHI

RADHE RADHE 🙏

102 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *