ସବୁ ନଦୀ ସାଗରରେ ମିସେନି
ସବୁ ରାତିରେ ପୁନେଇ ର ଜହ୍ନ ବି ଉଁଏନି ,,
ସବୁ ଫୁଳରୁ ମହକ ଝରେନି
ସବୁ ଋତୁରେ ଯେ ବସନ୍ତ ବି ଆସେନି ,,
ସବୁ ସ୍ଵପ୍ନ କେବେ ସତ ବି ହୁଏନି
ସବୁ ଇଚ୍ଛା କେବେ ପୁରଣ ହୁଏନି ,,
ସବୁବେଳେ ଆମେ ଚାହୁଁଥିବା ମଣିଷ ଟା ବି
ବେଳେବେଳେ ନିଜର ହୁଏନି
ସବୁ ଭଲ ପାଇବା ବି ମଥାର ସିନ୍ଦୂର ହୁଏନି ।
ହରେ କୃଷ୍ଣ ରାଧେ ରାଧେ 🙏
ଚିନ୍ମୟୀ ସୁବୁଦ୍ଧି
ଧନରେ, ମୋତେ ନେଇଯା ପୁରୀ,
ଦେଖନ୍ତି କାଳିଆ ରୂପ ମାଧୁରୀ,
ନୀଳାଚଳ ନାଥ, ଶ୍ରୀକ୍ଷେତ୍ର ସାଆନ୍ତ
ସତେକି ଡାକୁଛି ତା ଆଖି ଠାରି।0
ମହୋଦଧି କୂଳେ, ଶିରୀ ମନ୍ଦିରରେ
ବସିଛି କାଳିଆ ସୁନା,
ନୀଳଚକ୍ରେ ନିତି,ଉଡାଉଛି ତାର
ପତିତପାବନ ଵାନା,
ଦେଖି ଦେଲେ ଥରେ,ପେଟ ପୁରି ଯାନ୍ତା
କେତେ ବେଳେ କାଳେ ଯିଵି ମୁଁ ମରି।1
ରତନ ବେଦୀରେ ,ଭାଇ ଭଗ୍ନୀ ସାଥେ
ଅପଲକ ନୟନରେ,
ଭକତଙ୍କୁ ଚାହିଁ,ହସି ଦେଉ ଥିଲେ
ନାଲି ଓଠୁ ମଧୁ ଝରେ,
ତା ବେନି ନୟନ,ଚନ୍ଦ୍ର ସୂର୍ଯ୍ୟ ସମ
ଆକର୍ଷିତ କରେ ତା ଡୋରି ଧରି।2
ପାଦ ପାଣି ନାହିଁ,ସବୁ କରେ ସେହି
ଏକ ଠାଵେ ବସି ରହି,
ସବୁ ଦେବ ଦେଵୀ, ଦର୍ଶନ କରନ୍ତି
ନୀଳାଚଳ ଧାମ ଯାଇ,
ସେଇ ଦାରୁବ୍ରହ୍ମ, ସ୍ଵୟଂ ନାରାୟଣ
କିଏ ହେବ ଆଉ ତା ସଙ୍ଗେ ସରି ।3
ଧନରେ, ମୋତେ ନେଇଯା ପୁରୀ,
ଦେଖନ୍ତି କାଳିଆ ରୂପ ମାଧୁରୀ,
ନୀଳାଚଳ ନାଥ, ଶ୍ରୀକ୍ଷେତ୍ର ସାଆନ୍ତ
ସତେକି ଡାକୁଛି ତା ଆଖି ଠାରି।0
ଅଶୋକ କୁମାର ପତି, ଦହିଗାଁ,
ଵୟାଳିଶ୍ ମୈ।ଜା, କଟକ।।
ମୁକୁନ୍ଦ ମୁରାରୀ.. ସୁଦର୍ଶନ ଧାରୀ…
ବକା, ଶକଟା ସଂହାରୀ…
ଦାନଵ ଦଳନ… ସନ୍ଥ ଙ୍କୁ ପାଳନ…
ନାମ ବହି ଦଇତାରୀ…!!
ସୁଦାମା ମଇତ୍ର… ପୂଜନ ସର୍ବତ୍ର…
ରାଧାକୃଷ୍ଣ ଘନଶ୍ୟାମ…
ରାଧିକା ମୋହନ.. ହେ ବିଶ୍ଵ ବନ୍ଦନ…
ତୁମେ ହରି, କୃଷ୍ଣ, ରାମ…!!
ଆହେ ପୀତବାସ… ହର ମମ କ୍ଳେଶ…
ସହାୟ ହେ ବଂଶୀଧାରୀ…
ଯଶୋଦା ର ବଳା… ପ୍ରଭୁ ନନ୍ଦ ଲଲା..
କର ଭବୁ ମୋତେ ପାରି…!!
ଭକ୍ତି ନିବେଦନ… କମଳ ନୟନ…
ଗିରି ଗୋବର୍ଦ୍ଧନଧାରୀ…
ହେ ଛନ୍ଦା ଚରଣ…ଗାଉଛି ଜଣାଣ..
ମୋହ ମାୟା ରୁ ଉଦ୍ଧାରି..!!
ମଧୁବନ ସ୍ୱାମୀ… ଆହେ ଅନ୍ତର୍ଯ୍ୟାମୀ…
ରାଧିକା ପ୍ରାଣ ବଲ୍ଲଭ…
ହେ ମନ ମୋହନ… ଦିଅ ଦିବ୍ୟ ଜ୍ଞାନ…
ତୁମର ନାମ ରେ ଶୁଭ…!!
ହେ ଲବଣି ଚୋର… ଶୁଣ ମୋର ଗିର…
ଉଦ୍ଧାର ମାୟା ସଂସାରୁ…
ଚିକଣ କାଳିଆ… ତୁ ବଡ଼ ଛଳିଆ…
ଛଳ କାହିଁ ପାଇଁ କରୁ…!!
ହେ ରଙ୍ଗ ଅଧର… ଗୋପୀ ଚିତ୍ତ ଚୋର…
ମୋହନ ବଇଁଶୀଧାରୀ…!!
କରଇ ନମନ…. ଦିଅ ଦିବ୍ୟ ଜ୍ଞାନ…
ଶଙ୍ଖ, ଚକ୍ର, ପଦ୍ମ ଧାରୀ…!!
© ® ଡ଼ଃ. ନିର୍ମଳ ନାୟକ, ନାଗପୁର
ଭେଦ ଭାବ ନାହିଁ ପୁରୀ ବଡ ଦାଣ୍ଡେ
ଚାରି ଧାମ ଠାରୁ ଶ୍ରେଷ୍ଠ
ପତିତ ପାବନ କେତନ ତଳରେ
ନିଜେ ନିଜ ପାଇଁ ଜ୍ୟେଷ୍ଠ ।
ଯେମିତି ଭାବନା ଯେମିତି କଳ୍ପନା
ଭକ୍ତ ପାଇଥାନ୍ତି ଫଳ
ଏକ ପରଂବ୍ରହ୍ମ ସବୁରି ଅନ୍ତରେ
ଏକା ସେହି ଆଦିମୂଳ ।
ଉତ୍କଳ ପ୍ରଦେଶ ଖ୍ୟାତି ବହିଅଛି
ଜଗତ ନାଥଙ୍କୁ ଧରି
ନିତ୍ୟ ସାମବେଦ ଉଚାରନ୍ତି ଏଠି
ଦେବା ଦେବୀ ଛନ୍ତି ପୂରି ।
ବାର ମାସେ ତେର ପରବ ପାଳନ
ଦିନ ବିତେ ଆନନ୍ଦରେ
ଅମୃତରୁ ବଳି ଶ୍ରୀ ମହାପ୍ରସାଦ
ଭିଡ ଆନନ୍ଦ ବଜାରେ ।
ତୁମେ ଥାଅ ପ୍ରଭୁ ତୁମରି ଇଚ୍ଛାରେ
ଭକ୍ତ ମନ ରଖି ଖୁସି
ଆହାକି ସୁନ୍ଦର ତୁମ ରଥ ଯାତ
ଦେଖନ୍ତି ଜଗତ ବାସୀ ।
ବିଜୟ କୁମାର ଜେନା
ଅବସର ପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି,ରଣପୁର,ନୟାଗଡ଼
“ତା ‘ ନିରବତା ଓ ତା ‘ ଓଠର ଶୁଖିଲା ହସକୁ ବି ମୁଁ ବିନା ଦ୍ବନ୍ଦରେ ବୁଝିଯାଏ …
ହେଲେ ସେ ମୋର ଅନରଗଳ କଥାକୁ ବି କେବେ ବୁଝିପାରେନା କି ଜାଣିବାକୁ ବି ଚେଷ୍ଟା କରେନା …
ତା ‘ ଜୀବନର ସମସ୍ତ ଦୁଃଖ ଓ ଯନ୍ତ୍ରଣା ଏବଂ ତା’ର ତମାମ ତିକ୍ତତାକୁ ମୁଁ ମୋର ବୋଲିକା ଭାବେ …
ହେଲେ ସେ କେବେ ମୋର ଦୁଃଖକୁ ଆପଣେଇ ନିଏନା କି ସେଥିରେ ଭାଗ ବି ବସାଏନା …
କିଛି ଦେଇ ତା ‘ ପ୍ରତିବଦଳରେ ପାଇବାର ଆଶାକୁ ତ ବ୍ୟାପାର କୁହାଯାଏ …
ମୁଁ ତ ନିସ୍ଵାର୍ଥରପର ପ୍ରେମିକାଟିଏ ବ୍ୟାପାର କରିବାକୁ ଚାହେଁନା …
ସେଥି ପାଇଁ ତ ତା’ ଭୁଲିଯିବା ପଛରେ ଗୋଟିଏ କାରଣ ,,,
ଆଉ ମୋର ମାନେ ରଖିବା ପାଇଁ ହଜାରେ ବାହାନା …
ମୁଁ ତ କେବଳ ନିସ୍ଵାର୍ଥପର ପ୍ରେମ କରିଥିଲି , କିନ୍ତୁ ସେ ତ ସ୍ୱାର୍ଥପର ଥିଲା ,, ପ୍ରେମର ମାନେ ବୁଝିବି କେମିତି ?
ହରେ କୃଷ୍ଣ , ରାଧେ ରାଧେ 🙏
ନାମ – ଚିନ୍ମୟୀ ସୁବୁଦ୍ଧି
A pen; a poet’s pen ,
Goes on,knows no bound,
Jots down countless series of hacks and facts,
With emotion profound.
Delving into the waves of thought,
He sketches out,
The tale of time
Nature’s whisper ,sweet-sublime.
Life’s labyrinthine Odyssey ,
Finds words of awe and ecstasy.
Paper soaked with ink,
Ink with emotion,
The poet,the odd one out of the world,
Pours his potion.
A poet pens….
Macabre to melancholy ,
Melancholy to magical manifestation,
Stories of submission, subjugation,
A silent conversation.
The unseen bars of the cage ,
Appear so vivacious,
Even tempting to a sage.
Untold fables,unfolded fantasy,
Attain a form as the poet’s legacy.
Beauty in barren land,
Divine in the devil,
Eyes under flipped specs ,
The poet finds virtue in evil.
Bhabani Sankar Mohanty
ସ୍ବପ୍ନ ଆଖିରେ ଦେଖିବା ଆଗରୁ
ଦିଅ ତୁମେ ମୋତେ ମାରି
ସ୍ବାଧିନ ଭାବେ ବଞ୍ଚିବି କେମିତି
ବୋଝ ଯେବେ ଦିଅ କରି।
ମହିଳା ସମିତି ଲଗାଏ ନାରା
ନିଜର ସୁରକ୍ଷା ପାଇଁ
ରକ୍ଷକ ସାଜିଛି ଭକ୍ଷକ ଆଜି
ରକ୍ତ ମାଂସ ମୋର ଖାଇ।
ଝିଅ ତୁମର ଲକ୍ଷ୍ମୀମନ୍ତ ନୁହେଁ
ନୁହେଁ ସରସ୍ବତୀ ଖାଲି
ଚାହଁ ଯଦି ତାକୁ ବଞ୍ଚାଇବାକୁ
ବନାଅ ତେବେ କାଳୀ।
ସଂହାର ପାଇଁ ଶକ୍ତି ଦିଅ ତୁମେ
ଶାସନ ଦିଅ ମୋ ହାତେ
ଲୁହ କୁ ମୋର ଲହୁ କରିଦିଅ
ତ୍ରିଶୂଳ ଧରାଅ ମୋତେ।
ଚାରି କାନ୍ଥ ବନ୍ଧା ଆଇନ ତୁମର
ପ୍ରଶାସନ ଲୋଡା ନାହିଁ
ସତୀତ୍ୱ ଆଜି ବିନାଶ ଚାହୁଁଛି
ମାନବ ପଶୁଟେ ପାଇଁ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ
I don’t mean have sex.
I mean sleep Together.
Under my blankets.
In my bed.
With my hand on your chest
And your arms around me.
With the window cracked,
So it’s chilly and we have to cuddle closer.
No talking, just sleepy,
Blissfully happy, silence.
#feelthefeelings #love #affection
PC- @poemsporn
I know I’m not best for you but…..
I’m there to hear,
To sit by your side,
To make you feel each birthright.
I’m also at the right time to ease your mind.
I may not be the best,
But I’ll try not to be the worst.
When you tell me each about
The goods you’ve been through,
I’ll patiently stay for you.
I know I’m not best for you,
But I’ll try my best to buck up your life.
ଦୁନିଆର ଏଇ ରଙ୍ଗମଞ୍ଚ ରେ ମୁଁ
ତୁମକୁ ପାଇଲି ଯେବେ
ଅନ୍ଧକାରେ ମୁହିଁ ଛାଇ କୁ ପାଇଛି
ଆଜି ବସି ବସି ଭାବେ।
ଦୁଃଖ ବାଣ୍ଟି ନେଇ ଖୁସି କୁ ବଢାଇ
ଭୁଲି ଯାଏ ସବୁ ହସି
ବନ୍ଧୁତ୍ୱ ର ସମ୍ପର୍କ ଗଢିଛି ଅନେକ
ତୁମେ ବନ୍ଧୁ ଠାରୁ ବେଶୀ।
କେବେ ଥରେ କୁହ କେତେ ଭଲପାଅ
କେତେ କର ଅଭିମାନ
ଲୁହ କହେ ସିନା ସମ୍ପର୍କ ଆମର
ଶବ୍ଦରେ ବୁଝେନି ମନ।
କେତେ ହସ ଖେଳ ସାଙ୍ଗ ସାଥି ମେଳ
ଭାବନା ର ସେଇ ଦେଶ
ସବୁ ମାସ ସିନା ହୁଏନି ଫଗୁଣ
ପକ୍ଷୀ ଛାଡେନି ତା’ ବାସ।
ହୃଦୟ ର ଏଇ ସମ୍ପର୍କ ଆମର
ଶାମୁକା ର ମୁକ୍ତା ପରି
ଆସୁ ଯେତେ ବାଧା ଆସୁ ଯେତେ ବିଘ୍ନ
ନଛିଡୁ ଭାବର ଡୋରି।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ
” ତୋ ଅପେକ୍ଷାରେ ବର୍ଷା ”
ଗ୍ରୀଷ୍ମ ଚାଲିଯାଇ ଆସିଲା ଆଷାଢ଼
ପାଦ ଥାପଲୋ ବରଷା
ଆନନ୍ଦ ଭରିଦେଉ ଚାଷୀ ଚିତ୍ତରେ
ଚାଷୀର ସାହା ଭରସା……………….।।୧।।
ହେ ବରଷା ତୋର ଆଗମନର ଚାଷୀ
କରଇ ତୋର ଅପେକ୍ଷା
ଚିତକ ପକ୍ଷୀ ପରି ଅଛି ଅନେଇ
ଚାଷୀର ଅଟୁ ଭରସା……………..।।୨।।
ତରୁ ଲତା ବୃକ୍ଷ ଝାଉଁଳି ପଡ଼ଇ
କରଇ ତୋର ଅପେକ୍ଷା
ତରୁ ଲତା ବୃକ୍ଷ ଆନନ୍ଦେ ନାଚନ୍ତି
ହୁଅଇ ଯେବେ ବରଷା………………..।।୩।।
ତୋର ମେଘର ଗର୍ଜନ ନାଦ ଶୁଣି
ନୃତ୍ୟ କରଇ ମୟୂରୀ
ତୋହର ସ୍ପର୍ଶରେ ଉଲ୍ଲାସ ଧରଣୀ
ଝିପି ଝିପି ଭାସେ ବାରି………………..।।୪।।
ପିଲାଏ ତୋ ପ୍ରେମରେ ପାଗଳ ହୋଇ
ଭସାନ୍ତି କାଗଜ ଡ଼ଙ୍ଗା
ନୃତ୍ୟ ଗୀତ ଗାଇ ଗାଇ ଭିଜୁଥାଏ
ରାସ୍ତାକୁ ଭାବଇ ଗଙ୍ଗା………………….।।୫।।
ତୋହର ଅପେକ୍ଷା କରଇ ସମସ୍ତେ
ସ୍ବାର୍ଥପର ତୁ ହଅନା
ତୋହର ପ୍ରେମରେ ଚାଷୀ ବି ପାଗଳ
ତାକୁ ତୁ ଠକି ଦେଏନା……………………।।୬।।
ନାମ -ଚଉବନ ଖଡ଼ିକାର
ସ୍ଥାନ – ବୋଡ଼େନ, ଧର୍ମଗଡ, କଳାହାଣ୍ଡି
ଦୂରଭାଷ- ୮୧୪୪୮୦୯୧୨୪
” ମୁଁ ତୋର ମନେ ପଡ଼ିବି
ହସୁ ହସୁ କେବେ ଝରି ପଡ଼ୁଥିବା
ତୋ ସେ ଦୁଇ ଟୋପା ଲୁହରେ ,,,
ତ ପୁଣି କେବେ ଦେହ କିମ୍ବା ମନର ଆଘାତରେ ….
କେବେ ପୁଣି କାରଣ ନଥିବା
ଏକ ସ୍ମିତହାସ ର ଝଲକରେ ,,,,
ମୁଁ ତୋର ମାନେ ପଡ଼ିବି ,,,,,,
କେଉଁ ଏକ ଉତ୍ତର ନଥିବା ପ୍ରଶ୍ନ ରେ ….
ଆମେ ଦୁହେଁ ମିଶି ଦେଖିଥିବା ସେହି
ଅଧୁରା ସ୍ଵପ୍ନରେ ,,,,
ତୋ ଅବୁଝା ଓଠ ଆଉ
ମୋ ଅଝଟିଆ ଆଖିରେ ….
ମୁଁ ତୋର ମାନେ ପଡୁଥବି ତୋର ନିରଳା ବେଳ
ଆଉ ମୋ ନିରବତା ର ସ୍ବରରେ ,,,
ତୋ ଭୁଲ ଆଉ ଠିକ୍ ର ସମୀକରଣ ସରିଲାବେଳକୁ
ମୁଁ ଥିବି ତୋଠୁ ବହୁତ୍ ଦୂରରେ …..
ଅତୀତ , ବର୍ତ୍ତମାନ , ଭବିଷ୍ୟତ
କଳ୍ପନା ଠାରୁ ଖୁବ୍ ଉର୍ଦ୍ଧରେ ,,,,
ହଁ ମୁଁ ତୋର ପୁଣି ମନେ ପଡ଼ିବି ,,,,,
ତୋ ଭୁଲ୍ ର ଅନୁତାପ ରେ ……
” ମୋ ଅଭିମାନ ଆଉ
ତା ଅହଂକାର
ଆମ ସମ୍ପର୍କରେ ତିକ୍ତତା ଭରିଦେଇଛି ,,,,
ସମ୍ପର୍କ ନାମକ ସୂତାଖିଅ ଟି
ଅହଂକାର ଆଉ ଅଭିମାନର ପାଚେରିରେ
ଗୁଳେଇ ତୁଳେଇ ହୋଇ
ଛନ୍ଦି ହୋଇ ଯାଇଛି ……
ମୁଁ ଅଭିମାନ କରି ପାଚେରି
ଏ ପାଖରୁ ଚାହିଁ ବସିଚି
କିନ୍ତୁ ସେ କେବେ ଅହଂକାର ର ସୀମା ଡେଇଁ
ମୋ ପାଖକୁ ଫେରି ଆସିନି……
ଆସିବ ବା କେମିତି ?
ତା ଅହଂକାର ପରା ତା
ବାଟ ଜଗିଛି…..” ।।
ଚିନ୍ମୟୀ ସୁବୁଦ୍ଧି
🙏ହରେ କୃଷ୍ଣ ହରେ ରାଧେ 🙏
It was not ordered
love must be given to everyone
give the world some color
for a better existence of humanity
Love is not a grain of rice
so let’s take it easy
just because one quarrel
changes things and destinies
Love is a vicious circle
but until love becomes constant
we can still lose our dreams
which are woven from existence and embrace
Life is sometimes a lie
but as long as love exists
hope cannot die lightly
because hope is the meaning of life
And love has an expiration date
people would say that lightly
they judged everything without question
and some people they don’t even know!
Destiny carved in the bottom of the soul
I guess that’s the phrase for us unlucky ones
“Love is not a grain of rice
so that it can be thrown lightly!”
” ତୁମେ ମୋତେ ଭଲପାଇବା ପରେ , ଜଣାତରେ ହେଉ କି ଅଜାଣତରେ
ମୁଁ ତୁମ ଭିତରେ ମୋ ନିଜକୁ
ହଜେଇ ଦେଇଥିଲି …
କିନ୍ତୁ ମୁଁ କେବେ କଳ୍ପନା ବି କରିନଥିଲି କି , ତୁମେ ଦିନେ ଅବେଳରେ ଏମିତି ମୋ ଜୀବନରୁ ଉଭେଇ ଯିବ ବୋଲି ....
ତୁମେ ଭାବନା ଯେ ମୁଁ ତୁମକୁ ଖୋଜିନି , ଖୋଜିଛି ଆଉ ବହୁତ୍ ଖୋଜିଛି …
ତୁମକୁ ଖୋଜୁଖୋଜୁ କେବଳ ନିଜକୁ ହିଁ ପାଇଛି ,,,
ନା ମୁଁ ଆଉ ହଜେଇବାକୁ ଚାହୁଁଛି ନା ଖୋଜିବାକୁ କାରଣ ଏଇ ହଜେଇବା ଓ ଖୋଜିବା ର
ଲୁଚକାଳି ଖେଳ ଭିତରେ ମୋ ନିଜ ସହ ମୋତେ ପ୍ରେମ ହେଇଯାଇଛି ।।…
ଆଉ ଲୋଡା ନାହିଁ ମୋତେ ଆଉ କାହାର ଆବଶ୍ୟକତା
ମୁଁ କେବଳ ନିଜ ସହ ବଞ୍ଚିବାକୁ ଚାହୁଁଛି …
ପୁଣି ଥରେ ଆଉ ସେ ବଦନାମ୍ ପ୍ରେମରେ ହଜି ତୁମକୁ ହଜେଇ ଖୋଜିବାକୁ ଚାହୁଁନି …
ଏବେ ତ ମୋତେ ମୋ ନିଜ ସହ ପ୍ରେମ ହୋଇଯାଇଛି ” …..
ଆଖି କୋଣେ ଲୁହ ଚାପି ରଖି
ଓଠ ଖୋଲି ହସିବାକୁ ହୁଏ ,
ହୃଦୟରେ କୋହକୁ ଧରି
ସ୍ନେହ ପ୍ରେମ ବାଣ୍ଟିବାକୁ ହୁଏ ।।ମନେ ସବୁ ଦୁଃଖ ସହି
ହସି କଥା କହିବାକୁ ହୁଏ ,
ଜୀବନରେ ଜହର ପିଇ
କିଛି ଦିନ ଜିଁବାକୁ ହୁଏ ।।ଜୀବନର ଚଲାବାଟେ
ଏକାଏକା କିଛି ବାଟ ଚାଲିବାକୁ ହୁଏ ,
ଏଇ ମୋ ଜୀବନର ଯୁଦ୍ଧ
ଏକାଏକା ପ୍ରତିଦିନ ଲଢ଼ିବାକୁ ହୁଏ ।।ଏଇତ ଜୀବନ ଏଠି ଆଖିର ଲୁହ ପିଇ
ଓଠେ ହସ ଫୁଟାଇବାକୁ ହୁଏ ,
ହୃଦୟରେ ସବୁ ଯନ୍ତ୍ରଣାକୁ ଚାପିରଖି
ମିଛର ଅସରା ନେଇ
ସାରା ଜୀବନ ବଞ୍ଚାଇବାକୁ ହୁଏ ।।
CHINMAYEE SUBUDHI
RADHE RADHE 🙏
ସଂସାରରେ ନାରୀ ର ରୂପ ଅପାର
ଜନନୀ ବିନା ଯେ ଘର ଅସାର ।
ପରିଚୟ ଏଠି ଅନେକ ତା’ର
ଠିକଣା ବିନା ସେ ଗଢଇ ଘର ।
ଶାଶୁଘର ଗଲେ ମନରେ ଡର
କାଳେ ସେଠି ମୋତେ କରିବେ ପର ।
ବନ୍ଧୁ ର ସମ୍ମାନ ପାଏ ଯେଉଁଠି
ଲକ୍ଷ୍ମୀ ଫେରି ବୋଝ ସାଜଇ ଏଠି ।
କର୍ତ୍ତବ୍ୟ ପାଳନେ ହୁଅଇ ଅନ୍ଧ
ସ୍ବାମୀ ଦେଖାଏ ତା’ ଦାୟିତ୍ଵ କାନ୍ଧ ।
ଘର ଲୋକ ଆଜି ସଭିଏଁ ପର
ଅର୍ଦ୍ଧାଙ୍ଗିନୀ ଯେବେ ହେଲି ତୁମର ।
ଉପନାମ ଟିକେ ପାଇବା ପାଇଁ
ଘରୁ ଆସିଛି ମୁଁ ଏରୁଣ୍ଡି ଡେଇଁ ।
ସଭିଏଁ ପଚାର ଅସ୍ତିତ୍ଵ ମୋର
ଗର୍ଭେ ଦଶମାସ ଦୁଇ ଶରୀର ।
ଅଗ୍ନି ପରୀକ୍ଷା ଦେଲି ଦୁହିତା ହୋଇ
ଧୋର୍ଯ୍ୟ ଶକ୍ତି ର ମାପକାଠି ନାହିଁ ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା,ମୟୂରଭଞ୍ଜ
” ସେ ଦିନ ତୁ ଗଲାବେଳେ ଅନେକ କିଛି ଛାଡ଼ି ଯାଇଥିଲୁ ମୋ ଘରେ ,,,,
ତତେ ୧ମ ଥର ମୋ ଘରେ ଦେଖି ମୋ ଆଖି ଦୁଇଟି ଲାଜେଇ ଯାଇଥିଲା ,,,,,,
ମୁଁ ତୋ ମୁହଁ କୁ ନ ଚାହିଁ ମଧ୍ୟ ତତେ ଥଣ୍ଡା ଗ୍ଲାସ ଟିଏ ନେଇ ଦେଇଥିଲି ,,,,,
ପଛରେ ତୁ ଅଧା ପିଆ ଚା କପ୍ ଟି ଛାଡ଼ି ଯାଇଥିଲୁ ମୋ ଖଟ ଉପରେ ,,,,
ସବୁଜ ତନତନ ଦିଶୁଥିବା ମୋ ବାଡି ବଗିଚାକୁ ବୁଲେଇ ନେଇଥିଲି ମୁଁ ତତେ ,,
ବୁଲୁବୁଲୁ ବାଡ଼ିରେ ତୁ ମଗିଥିଲୁ ମୋ ମେହେନ୍ଦି ଲାଗେ ହାତ ଦୁଇଟି ମତେ ,,,
ଆଉ କିଛି ମୋ ଓଠର ନିରବତା ଆଉ ତୋର ସେ କଥା କୁହା ଓଠ ,
କିଛି ଅଧା ଲେଖା କବିତା ଆଉ କିଛି ଅକଲାପଣ ର ଯନ୍ତ୍ରଣା ଓ ସନ୍ଧ୍ୟାବେଳେର ସେ ଝାପସା କୁହୁଡି…….
ସେ ଜାଣେନା ମୁଁ ତାକୁ
କେତେ ଭଲ ପାଏ,
ସେ ଜାଣେନା ମୋର ଏବେ ସବୁ ରାତି
ତା ଭାବନାରେ ପାହେ ।।
ସେ ଜାଣେନା ତା ଅଣଦେଖା ରେ
ବୈଶାଖା ର ଝାଞ୍ଜି ଖରାରେ ବି
ବର୍ଷା ଆସେ ମୋ ଆଖି ତଳେ ଅବେଳରେ ,,
ସେ ଜାଣେନା ମୁଁ ତା ବିନା ଏବେ
ଗୋଟେ ମୁହୂର୍ତ୍ତ ବି ଫଗୁଣର ଫଗୁ ରେ ଭିଯିବାକୁ ଚାହେଁନା ।।
ସେ ଜାଣେନା ସେ ସିନା କାର୍ଯ୍ୟର ବ୍ୟସ୍ତତରେ
ମୋ ଅଭିମାନ ଓ ଭଲପାଇବାକୁ
ଅଣଦେଖା କରି ଖର୍ଚ୍ଚି ହୋଇଯାଇଛି ,,,,
କିନ୍ତୁ ମୁଁ ତାର ପ୍ରତିଟି କଥାକୁ
ସାଇତି ରଖିଛି ମୋ ହୃଦୟର ସିନ୍ଦୁକରେ ।।
ସେ ଜାଣେନା ତା ‘ ଅଣଦେଖା ଓ ଅନୁପସ୍ଥିତିରେ
ମୋ କଲମ ବି ତାକୁ ଝୁରେ ,,
ସେ ଏ କଥା ବି ଜାଣେନା
ମୁଁ ଏବେ ତାକୁ ନିଇ
ମୁଁ ଜାଣେ ସର୍ତ୍ତହୀନ
ମୋର ଏ ଅପେକ୍ଷା
ନା ଅଛି ମୋର ହରେଇବାର ଭୟ
ନା ଅଛି କିଛି ପାଇବାର ଆଶା ,,,
କାହିଁକି ବା ରଖିବି କିଛି ଆଶା ପାଇବାର
ଯେତେବେଳେ ମୁଁ ଜାଣିସାରିଛି
ସେ ତ କେବେ ନୁହେଁ ମୋର ।।
ମୁଁ ଠିକ୍ ଜାଣେ ଏ ରାସ୍ତାରେ ଚାଲିବା
ଏତେ ବି ସହଜ ନୁହେଁ
ଭାରି କଷ୍ଟକର ,,
ତଥାପି ଛାଡ଼ିବି ନାହିଁ କରିବା
ମୋ ପ୍ରେମର ସଂଚାର ।।
କ ‘ ଣ କେବଳ ଆଉ କେବଳ
ପାଇବା ହିଁ ସବୁ କିଛି ହୋଇଥାଏ ପ୍ରେମରେ ,,
ତେବେ କୁହତ ରାଧା ନାଁ
କାହିଁକି ଯୋଡ଼ା ହୁଏ
କୃଷ୍ଣ ଙ୍କ ସାଥିରେ ।।
ଚିନ୍ମୟୀ ସୁବୁଦ୍ଧି
ସମାଜରେ ଉଭୟ ନାରୀ ଓ ପୁରୁଷର ଗୁରୁତ୍ୱ ସମାନ ଏବଂ ବଞ୍ଚିବାର ଅଧିକାର ମଧ୍ୟ ସମାନ । ହେଲେ ଆଜିକାଲି ସମାଜର ଗତିବିଧି ଯେପରି ହେଲାଣି ସୁରକ୍ଷା କଥା ପଡିଲେ ଯାହା ଦେଖାଯାଏ ଆଇନ ମହିଳାଙ୍କ ସପକ୍ଷରେ ଆଗ କାର୍ଯ୍ୟକାରୀ ହେଉଅଛି । ଆଉ ସେମିତି ଦେଖିବାକୁ ଗଲେ ମହିଳା ମାନଙ୍କ ସୁରକ୍ଷା ପାଇଁ ମହିଳା କମିଶନ ମଧ୍ୟ ଅଛି ଯେଉଁଠିକି ମହିଳା ମାନେ ନିର୍ଯାତିତ ହେଲେ ମହିଳା କମିଶନକୁ ଯାଉଛନ୍ତି ଓ ମାମଲା ରୁଜୁ କରୁଛନ୍ତି । ମହିଳା କମିଶନ ଓ ଆଇନର ସମର୍ଥନ ସଙ୍ଗେ ସଙ୍ଗେ ମିଳିଯାଉଥିବା ଦ୍ଵାରା ମହିଳାମାନେ ଏବେ ଅଧିକ ସୁରକ୍ଷିତ ଅଛନ୍ତି । ଅନେକ ସମୟରେ ଦେଖିବାକୁ ମିଳେ ଏହାର ଫାଇଦା ମଧ୍ୟ ଅନେକ ମହିଳା ମାନେ ନେଉଛନ୍ତି । ଅନେକ ଜାଗାରେ ଖବର ପ୍ରକାଶ ପାଇବାର ଆମେ ଦେଖୁଛୁ ତ କେତେବେଳେ ଶୁଣିବାକୁ ପାଉଛୁ ଆମ ସମାଜର ଆଖପାଖ କିଛି ଜାଗାରେ ମହିଳା ମାନେ ପୁରୁଷ ମାନଙ୍କୁ ହଇରାଣ କରିବାର ଯାହାର କି ପ୍ରମାଣ ମଧ୍ୟ ରହିଛି । ଆହୁରି ମଧ୍ୟ ଅନେକ ଜାଗାରେ ପୁରୁଷ ମାନଙ୍କ ସହ କିଛି ମହିଳା ମାନେ ଖରାପ ବ୍ୟବହାର କରିଛନ୍ତି । ଘରେ ହେଉ କିମ୍ବା ବାହାରେ ପୁରୁଷ ମାନେ ବିନା ଦୋଷରେ ଦଣ୍ଡ ପାଉଛନ୍ତି ଯାହା ଦ୍ୱାରା ସେମାନେ ନିର୍ଯ୍ୟାତିତ ହେଉଛନ୍ତି । ଆମ ସମ୍ବିଧାନ ଅନୁସାରେ ଯିଏ ଭୁଲ କରିବ ତାକୁ ଦଣ୍ଡ ମିଳିବା ନିହାତି ଦରକାର ମାତ୍ର ଏହାର ମାନେ ଏହା ନୁହେଁ କି ମହିଳା ବୋଲି ତାଙ୍କ ଦଣ୍ଡ କିମ୍ବା ଶାସ୍ତିକୁ ଆମେ ନଜର ପକାଇବା ନାହିଁ । ସମାଜରେ ଉଭୟ ମହିଳା ଓ ପୁରୁଷ ସମାନ ଏବଂ ଏହି ସମାଜ ପାଇଁ ସମସ୍ତଙ୍କର ଅବଦାନ ମଧ୍ୟ ସମାନ ଭାବେ ରହିଅଛି । ଗୋଟେ ମହିଳା ଯେମିତି କାନ୍ଦି ପାରେ ସେମିତି ଗୋଟେ ପୁରୁଷର ମଧ୍ୟ କାନ୍ଦିବାର ଅଧିକାର ଅଛି ଓ ନିଜ ସମସ୍ୟା ସମ୍ପର୍କରେ କହିବାର ମଧ୍ୟ ଅଧିକାର ଅଛି । ହିନ୍ଦୀରେ ଗୋଟେ କଥା ଅଛି “ମର୍ଦ୍ କୋ ଦର୍ଦ୍ ନେହିଁ ହୋତା” ଯାହାକି ଆମେ ଛୋଟରୁ ବଡ଼ ହେବା ଯାଏଁ ଶୁଣି ଆସୁଅଛୁ । ହେଲେ ଗୋଟେ ପୁରୁଷ ଅନେକ ଦୁଃଖ କଷ୍ଟ ଯନ୍ତ୍ରଣା ସହ୍ୟ କରି ନିଜ ଭିତରେ ଚାପି ରହିଯାଉଛି କାହାକୁ ମନ କଥା କହିପାରୁ ନାହିଁ ତାହା ମାନେ ଏହା ନୁହେଁ ଯେ ସେ ନିଜ ଭିତରେ ବିତୁ ଥିବା ଯନ୍ତ୍ରଣା କାହାକୁ ଜଣାଇ ପାରିବ ନାହିଁ । ମହିଳା ମାନେ ପୁରୁଷଙ୍କ ଉପରେ ପକାଉଥିବା ମାନସିକ ଚାପ ଓ ଅତ୍ୟାଚାର ବଢ଼ିବାରେ ଲାଗିଛି ଏବଂ ପୁରୁଷ ମାନେ ନିର୍ଯ୍ୟାତିତ ହେଉଛନ୍ତି । ସୁପ୍ରିମକୋର୍ଟଙ୍କ ମନ୍ତବ୍ୟରୁ ଜଣାଯାଏ ଯୌତୁକ ନିର୍ଯାତନା ନେଇ ମହିଳାଙ୍କୁ ସୁରକ୍ଷା ଦେବା ଲାଗି ଯେଉଁ ଆଇନ୍ ତିଆରି ହୋଇଛି ତାହାକୁ ସେମାନେ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଦେଖାଯାଉଛି । ଅନେକ ସମୟରେ ସ୍ୱାମୀ ଘରକୁ ନିଜର ବୋଲି ନ ଭାବିବା, ଘରର ସଦସ୍ୟଙ୍କୁ ନ ଆପଣେଇବା, ଏକୁଟିଆ ରହିବାକୁ ଚେଷ୍ଟା କରିବା, ଘରର କାମରେ ହାତ ନ ଲଗାଇ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରିବା ଆଉ ପରିଶେଷରେ ଟିକେ ଟିକେ କଥାରେ ଥାନା କୋର୍ଟ କଚେରୀର ଧମକ ଦେବା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଭଳି ଅନେକ ମିଥ୍ୟା ଅଭିଯୋଗ ଆଣିବା ସହ ସ୍ୱାମୀ ଓ ସ୍ୱାମୀଙ୍କ ଘର ସଦସ୍ୟଙ୍କୁ ଡରାଇ ଆସୁଛନ୍ତି । ସ୍ୱାମୀକୁ ଟିକେ ଭଲ ପାଇବା କି ଯତ୍ନ ନେବାର ଦୂର କଥା ସେଥିରେ ନିଜ ସ୍ୱାର୍ଥକୁ ଆଗରେ ରଖି “ମୋତେ ତୁମେ ବୁଝୁନ ରୁ ଆରମ୍ଭ କରି ମୋତେ ତୁମେ ଜାଣିନ” ପର୍ଯ୍ୟନ୍ତ ଅନେକ କଥାରେ ବାପ ଘରକୁ ପୁରାଇ ମାନସିକ ଅତ୍ୟାଚାର ଦେଇ ଆସୁଛନ୍ତି । ତଥାପି ପୁରୁଷମାନେ ଚୁପ ହୋଇ ରହି ଯାଉଛନ୍ତି ଯେତେ ନିର୍ଯାତିତ ହେଉଥିଲେ ମଧ୍ୟ ଲୋକଲଜ୍ଜାକୁ ଡରି ସାମ୍ନାକୁ ଆସୁନାହାନ୍ତି ଅଳଟା ଅଭିଯୋଗ ବଦଳରେ ମୁହଁ ବନ୍ଦ କରି ସବୁ ସହି ଯାଉଛନ୍ତି କାରଣ ପୁରୁଷ ମାନଙ୍କର ସମ୍ମାନ ଘର ଠାରୁ ଅଧିକ ବାହାରେ ଥାଏ ଏବଂ ସମାଜରେ ଘର ଓ ବାହାର ଉଭୟ ଜାଗାରେ ତାଙ୍କର ଅନେକ ଭୂମିକା ରହିଥାଏ । ନିର୍ଯାତିତ ପୁରୁଷ ମାନେ ମୁହଁ ଖୋଲି ଦୋଷୀ ମହିଳାଙ୍କ ବିରୋଧରେ ଅଭିଯୋଗ ଦେବା ପାଇଁ ଏକ ସ୍ୱତନ୍ତ୍ର ଫୋରମର ଆବଶ୍ୟକତା ରହିଛି । ତେଣୁ ପୁରୁଷ କମିଶନ ଗଠନ କରିବା ଜରୁରୀ ମନେ ହେଉଛି । ମହିଳା ମାନଙ୍କ ଭଳି ବ୍ୟବସ୍ଥା ପୁରୁଷମାନଙ୍କ ପାଇଁ ମଧ୍ୟ ରହିବା ଉଚିତ୍ । ପୁରୁଷଙ୍କ ଉପରେ ହେଉଥିବା ଅତ୍ୟାଚାର , ମାନ ହାନି ମିଥ୍ୟା ମକଦ୍ଦମା ବିରୋଧରେ ଦେଶର ବିଭିନ୍ନ ରାଜ୍ୟର ପୀଡ଼ିତ ପୁରୁଷ ମାନେ ଦିଲ୍ଲୀ ଯନ୍ତରମନ୍ତର ଠାରେ ବିରୋଧ ପ୍ରଦର୍ଶନ କରିଥିଲେ । ଦିଲ୍ଲୀ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ହିମାଚଳ ପ୍ରଦେଶ ଆଦି ରାଜ୍ୟର ପୀଡ଼ିତ ପୁରୁଷମାନେ ପୁରୁଷ କମିିଶନ ଗଠନ ଲାଗି କେନ୍ଦ୍ର ସରକାରଙ୍କୁ ଦାବି ଜଣାଇଥିଲେ । ଠିକ ସେହିପରି ଓଡ଼ିଶାରେ ପୁରୁଷ କମିଶନ ଗଠନ ପାଇଁ ୨୦୧୨ରୁ ଦାବି କରି ଆସୁଥିବା ବ୍ୟୋମକେଶ ତ୍ରିପାଠୀ ପୁରୁଷ କମିଶନ ଗଠନ ହେଉ ବୋଲି ନାରା ଲଗେଇ ଆସୁଛନ୍ତି । ତାଙ୍କ ମୁହଁରୁ ମଧ୍ୟ ଆମେ ଯାହା ଶୁଣି ଆସୁଅଛୁ କି ଭାରତୀୟ ସମ୍ବିଧାନର ଧାରା ୧୪ ଅନୁଯାୟୀ ଆଇନ ଆଗରେ ସମସ୍ତେ ସମାନ । ଯେଉଁଥିରେ କି ଲିଙ୍ଗଗତ ବିଭେଦ ରଖାଯିବା ଉଚିତ୍ ନୁହେଁ ହେଲେ ସେମିତି ହେବା ଦେଖା ଯାଏ ନାହିଁ । ଆଇନ୍ ସବୁବେଳେ ମହିଳାଙ୍କ ସମର୍ଥନରେ ଆଗ କାର୍ଯ୍ୟକାରୀ ହେଉଅଛି । ଯାହା ଦେଖାଯାଏ ଏବେ ଆଇନର ବିଧିବ୍ୟବସ୍ଥା ଯେମିତି ଭାବରେ କାର୍ଯ୍ୟକାରୀ ହେଉଅଛି ତାହା ଅନେକ ସମୟରେ ପୁରୁଷ ମାନଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରେ ଲାଗିଛି । ଏମିତି ଚାଲିଲେ ଦିନକୁ ଦିନ ପୁରୁଷ ନିର୍ଯ୍ୟାତନା ବଢିଚାଲିଥିବ ତେଣୁ ଏହାକୁ ରକିବାକୁ ହେଲେ ମହିଳା କମିଶନ ଭଳି ପୁରୁଷଙ୍କ ପାଇଁ ମଧ୍ୟ ପୁରୁଷ କମିଶନ ଗଠନ ହେଉ ଏହା ହିଁ ପ୍ରତ୍ୟେକ ପୁରୁଷଙ୍କ ଦାବୀ । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (National Crime Records Bureau) ତଥ୍ୟ ଅନୁସାରେ ପ୍ରକାଶିତ ଯେଉଁଠାରେ ଦର୍ଶାଯାଇଛି ବର୍ଷ ସାରା ଦେଶରେ ମହିଳାଙ୍କ ଅପେକ୍ଷା ପୁରୁଷ ମାନେ ଅଧିକ ଆତ୍ମହତ୍ୟା କରିଥିବାର ଜଣାପଡେ । ଘରୋଇ ହିଂସାର ଶିକାର ହେଉଥିବା ବିବାହିତ ପୁରୁଷଙ୍କ ଆତ୍ମହତ୍ୟା ମାମଲା ବୃଦ୍ଧି ଘଟୁଥିବାକୁ ଦୃଷ୍ଟିରେ ରଖି ‘ଜାତୀୟ ପୁରୁଷ ଆୟୋଗ’ (National Commission For Men) ଗଠନ ଦାବିରେ ଏହି ଆବେଦନ କରାଯାଇଥିଲା । ଯାହାକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଏହି ଆବେଦନରେ ବିବାହିତ ପୁରୁଷଙ୍କ ଆତ୍ମହତ୍ୟାକୁ ମୁକାବିଲା କରିବା ଏବଂ ଘରୋଇ ହିଂସାର ଶିକାର ହୋଇଥିବା ପୁରୁଷଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତୀୟ ମାନବ ଅଧିକାର ଆୟୋଗକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଥିଲା ଏବଂ ଗୃହ ମନ୍ତ୍ରଣାଳୟ ମାଧ୍ୟମରେ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମଧ୍ୟ ଅନୁରୋଧ କରାଯାଇଥିଲା । ଯେଉଁଥିରେ କି ପାରିବାରିକ ହିଂସା ତଥା ବୈବାହିକ ସମସ୍ୟାରେ ପୀଡିତ ହୋଇଥିବା ବିବାହିତ ପୁରୁଷଙ୍କ ଅଭିଯୋଗ ତୁରନ୍ତ ଗ୍ରହଣ କରାଯାଉ ସେ ସମ୍ପର୍କରେ କୁହାଯାଇଥିଲା। ସମସ୍ୟାର ସମାଧାନ ପ୍ରସଙ୍ଗକୁ ନେଇ ଭାରତର ଆଇନ ଆୟୋଗକୁ ଅନୁସନ୍ଧାନ କରିବା ପାଇଁ ଦାବି କରାଯାଇଥିଲା । ଆଜି ମଧ୍ୟ ପୁରୁଷ ମାନେ ଏହି ଆଶାରେ ରହିଛନ୍ତି ଯେ କେବେ ଆଇନର ବିଧିବ୍ୟବସ୍ଥା ନାରୀ ମାନଙ୍କ ଭଳି ପୁରୁଷ ମାନଙ୍କ ଅଭିଯୋଗ ଉପରେ ସେହିପରି ତତ୍ପର ଭାବରେ କାର୍ଯ୍ୟକାରୀ ହେବ ଆଉ ନିରୀହ ପୁରୁଷ ମାନଙ୍କୁ ନ୍ୟାୟ ଦେବାରେ ସଫଳ ହେବ । ତେବେ ଏହି ପ୍ରସଙ୍ଗ ଉପରେ କେନ୍ଦ୍ର ସରକାର ପ୍ରଶାସନ ଏହାର ପ୍ରତିକାର ନିମନ୍ତେ ପୁରୁଷଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ପକାଇ ପୁରୁଷ କମିଶନ ଗଠନ କରିବା ଭଳି କୌଣସି ପଦକ୍ଷେପ ନେଲେ ଭଲ ହୁଅନ୍ତା ।
ଚନ୍ଦନ କୁମାର ନାଥ
ଫୋ: ୮୧୪୪୧୯୫୦୮୮
ବାରିପଦା, ମୟୁରଭଞ୍ଜ
ମୁଁ ଚାରାଗଛ ଟିଏ କରୁଛି ବିନତୀ
ଅନୁରୋଧ ମୋର ରଖ ।
ସମୟ ଟିକେ ହେ ମୋ ପାଇଁ ଦିଅ
ମୋତେ ଟିକେ ତୁମେ ଦେଖ ।।
ଯତନ ନିଅ ମୋ ଖାଦ୍ୟସାର ଦେଇ
ବଞ୍ଚାଇ ରଖ ହେ ମୋତେ ।
ବଞ୍ଚିଥିଲେ ମୁହିଁ ତୁମ ମାନଙ୍କର
କରିବି ଉପକାର କେତେ ।।
ଶାଖା ପ୍ରଶାଖା ମୋ ପ୍ରସାରି ଦେବି ମୁଁ
ଯୋଗାଇ ଦେବି ମୁଁ ଛାଇ ।
ସଭିଏଁ ମୋ ତଳେ ଆଶ୍ରୟ ନେବେ
ବାଟେ ଯାଉଥିବା ବି ବାଟୋଇ ।।
ଫୁଲ,ଫଳ ଭରିଦେବି ମୋ ଦେହରେ
ହସି ଉଠିବ ଏ ବସୁନ୍ଧରା ।
ଖାଦ୍ୟର ଅଭାବ ରହିବ ନାହିଁ
ଏଇ ଜଗତ ସାରା ।।
ଦେବି ମୁଁ ଜଳୀୟ ବାଷ୍ପ ପ୍ରତିଦିନ
ନିୟମିତ ବର୍ଷା ହେବଟି ଜାଣ ।
ପ୍ରକୃତିକୁ ମୁହିଁ ବଞ୍ଚାଇ ରଖିବି
ଏ କଥା ଅଟେ ପ୍ରମାଣ ।।
ଗ୍ରହଣ କରିବି ଅଙ୍ଗାରକାମ୍ଳ କୁ
ଅମ୍ଳଜାନ ଦେବି ଯୋଗାଇ ।
ତୁମ ଏ ଛୋଟିଆ ହୃଦୟ ଭିତରେ
ଦୟା ଟିକେ ରଖ ମୋ ପାଇଁ ।।
✍️
ଦିପ୍ତିମୟୀ ନାୟକ
ପେଣ୍ଠ,କେନ୍ଦ୍ରାପଡ଼ା
ବିବାହ କରିବାଟା ମଣିଷର ଗୋଟାଏ Normal hankering,– ମଣିଷର ଗୋଟାଏ inner instinct ହିଁ,- ଯେପରି ସେ ବହୁ individual ରେ ପରିଣତ ହେବାକୁ ଚାହେଁ । ଆଉ ଏହି hankering ରୁ ହିଁ ହୋଇଛି ସ୍ତ୍ରୀ -ପୁରୁଷଙ୍କର ମିଳନ-ପ୍ରବଣତା । ତେଣୁ ଏହି ମିଳନ-ପ୍ରବଣତାକୁ ଏପରି ଭାବେ manage କରିବାକୁ ହେବ, ଯେପରି superior efficient embodimentର ଆବିର୍ଭାବଟା ଏକପ୍ରକାର Normal ହୋଇଉଠେ – ତେଣୁ ବିବାହ ସଂସ୍କାର ଯଦି ବିଧିମତ ନହୁଏ, ତା’ହେଲେ ଏହା କୋୖଣସି ପ୍ରକାରେ ହୋଇପାରିବ ନାହିଁ ।”
କେବଳ ଯୌନତୃପ୍ତି ପାଇଁ ବିବାହ ବ୍ୟବସ୍ଥା କରାଯାଇନାହିଁ ବା ଯେକୌଣସି ଭାବେ ପୁରୁଷ ନାରୀଙ୍କ ମିଳନରୁ ସନ୍ତାନ ଉତ୍ପାଦନ କରାଯିବା ଏହି ବ୍ୟବସ୍ଥାରେ ନାହିଁ । ଯେକୌଣସି ପୁରୁଷ ଯେକୌଣସି ନାରୀକୁ ବିବାହ କରିପାରେ – ଏ ପ୍ରକାର ମାନସିକତା ଅବୈଜ୍ଞାନିକ ତଥା ଅସୁସ୍ଥ ପରମ୍ପରା ।
” ତା’ହେଲେ ନାଇଟ୍ରୋଗ୍ଲସରିନ୍ ର ସମାବେଶ ଘଟାଇବାକୁ ଗଲେ, ବିସ୍ଫୋରଣ ହୁଏ କାହିଁକି ? ସମାବେଶ କଲେ ହିଁ ହେଲା ? ତା’ଭିତରେ ସଙ୍ଗତି, ଅସଙ୍ଗତି ବୋଲି କିଛି ନାହିଁ ? ବ୍ୟକ୍ତି ବୈଶିଷ୍ଟ୍ୟ ଓ କୁଳ ସଂସ୍କୃତି ଦିଗରୁ ନାରୀ ପୁରୁଷଙ୍କ ସାମଞ୍ଜସ୍ୟର କୌଣସି ପ୍ରଶ୍ନ ନାହିଁ ?
ତା’ପରେ ଆଜିକାଲି ବିବାହ ବିଚ୍ଛେଦର ଜୟଗାନ କରାଯାଉଛି । ପୁରୁଷ ଓ ନାରୀଙ୍କ ଭିତରେ ଥାଏ ସେମାନଙ୍କ ପିତୃପୁରୁଷଗଣଙ୍କ ସଂସ୍କାର ବହନ କରୁଥିବା ‘ଜିନ୍ ‘ । ଉଭୟଙ୍କ ଜିନ ର ପରସ୍ପର ସଦୃଶ ସଂଗତି ନରହିଲେ, ସନ୍ତାନ ଭଲ ନହୋଇ ଖରାପ ଗୁଣର ଅଧିକାରୀ ହୁଅନ୍ତି । – ” କୁଳ ମନିବ ନାହିଁ/ ବିବାହ କରିବ/ ଭୁଲ ଛାଡ଼ିବ ନାହିଁ/ ଖାଲରେ ପଡିବ / ଉପଢୌକନ ପାଇବ ଅଭିଘାତ।”
ବିବାହ ଓ ସୁପ୍ରଜନନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବ୍ୟାପାର। ଯେମିତି ସେମିତି ବିବାହ କରିବା ବା କାମ – ପ୍ରବୃତ୍ତିର ଚାହିଦାରେ ପିଲା ଜନ୍ମ ଦେବା ଅବିଧି । ଯେତେବେଳେ ଜଣେ ବ୍ୟକ୍ତି ବିବାହ କରୁଛି, ସେ ପୁରୁଷ ହୁଅନ୍ତୁ ବା ନାରୀ ହୁଅନ୍ତୁ ମନେରଖିବା ଉଚିତ୍ ଯେ,ସେ ଗୋଟିଏ ନିର୍ଦ୍ଦିଷ୍ଟ ଗୁଚ୍ଛ, ବର୍ଣ୍ଣ, ବଂଶ, ସମାଜ, ଜାତି (Race) ଓ ରାଷ୍ଟ୍ରର ।
ଶ୍ରୀ ଶ୍ରୀ ଠାକୁରଙ୍କ ବାଣୀ ମଧ୍ୟରେ ଅଛି –” ବିବାହ ମଣିଷର ପ୍ରଧାନ ଦୁଇଟି କାମନାକୁ ପରିପୂରଣ କରେ,– ତା’ର ଗୋଟାଏ ଉଦ୍ ବର୍ଦ୍ଧନ, ଅନ୍ୟଟି ସୁପ୍ରଜନନ ; ଅନୁପଯୁକ୍ତ ବିବାହ ଏଇ ଦୁଇଟିକୁହିଁ କ୍ଷୂର୍ଣ୍ଣ କରିତୋଳେ ;
ସାବଧାନ ! ବିବାହକୁ ଖେଳନା ଭାବ ନାହିଁ – ଯହିଁରେ ତୁମର ଜୀବନ ଓ ଜନନ ଜଡ଼ିତ ।” (ଚଳାର ସାଥୀ) “ଆଲୋଚନା ପ୍ରସଙ୍ଗରେ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି” Accident ରେ (ଆକସ୍ମିକ ଭାବେ) ଯାହା ଜନ୍ମେ ତାହା ବନ୍ୟ (ବଣୁଆ) ; ବିହିତ ସୁଫଳପ୍ରଦ ଚାଷରେ ଯାହା ଜନ୍ମେ ତା ‘ ପୂଣ୍ୟ ।
ପ୍ରବୃତ୍ତି ଲାଳସାରେ ଅବିଧି ପୂର୍ବକ ଉପଗତ ହୋଇ ଯେଉଁ ସନ୍ତାନ ଜନ୍ମେ ତାର ଚରିତ୍ରର କୌଣସି ଠିକ୍ ଠିକଣା ରହେନା । ଗର୍ଭାଧାନ ସଂସ୍କାର ଭିତରଦେଇ ଉନ୍ନତ ଚିନ୍ତା ପ୍ରସୂତ ବିଧିମଫିକ ପବିତ୍ର ଯେଉଁ ଜନ୍ମ ତା’ର ରକମ ହିଁ ଅଲଗା । ଘରେ ଘରେ ଭଗବାନ ଯେପରି ଜନ୍ମିବେ ସେ ପ୍ରକାର ଥିଲା ଆମମାନଙ୍କର ବିଧାନ । .. ଆମେ କୁକୁର ଗୋରୁ ଇତ୍ୟାଦିଙ୍କ ଜନ୍ମ ଯେପରି ଭଲ ହୁଏ ସେଥିପାଇଁ ବିଜ୍ଞାନସମ୍ମତଭାବେ କେତେ ଚେଷ୍ଟା କରୁଛେ ।
କିନ୍ତୁ ମଣିଷର ସୁଜନନ ଦିଗରୁ ଆମମାନଙ୍କର ଲକ୍ଷ୍ୟ କମ୍ । ବିବାହାଦି ଓ ନିଜର ଆଚରଣ ଏ ଦୁଇ ଦିଗ ଠିକ୍ ନରଖିଲେ ପିଲାପିଲି ଭଲ ହୁଅନ୍ତିନି। ଆମେ ଭଲ ଖାଉ, ଭଲ ପିନ୍ଧୁ, ଯେତେହିଁ ଯାହା କରୁ, ଭଲ ପିଲା ହୁଅନ୍ତୁ ଏଇଟା ସମସ୍ତେ ହିଁ ଚାହାନ୍ତି ।
ମୁଁ ବାପାଙ୍କୁ ନ ମାନିପାରେ, କିନ୍ତୁ ମୋ ପୁଅ ମୋତେ ନମାନୁ, ତା’ ଚାହେଁନା । କିନ୍ତୁ ମୋର ଅବାଧ୍ୟତାର ଭିତର ଦେଇ ବୁଣି ରଖିଲି ସେଇପରି ପ୍ରାପ୍ୟଟା – ଯା ‘ ମୁଁ ଆଦୌ ଚାହେଁନା । ମୁଁ ହୁଏତ ଭାବେ – ମୁଁ ଖରାପ କଲେ କଣ ହେବ ? ପାଇବି ଭଲହିଁ । କିନ୍ତୁ ତା ‘ କଣ ହୁଏ ?
ଭଲ ଲାଗିବ ନିଶ୍ଚିତ, ଯାହାକୁ ଜାଣିବା ଦରକାର ଆଉ ନିତିଦିନ ର ଜୀବନରେ ପାଳନ କରିବା ଉଚିତ ମଧ୍ୟ I🙏
ତୋ ସାଥେ ଗୋଟିଏ ଫୋଟ ନେବା ପାଇଁ
ବସିଛି ରଥକୁ ଚାହିଁ,
ଦେଉଳ କୁ ତୋର ମୋବାଇଲ ମନା
କାରଣ କେ ପାରେ କହି ।
ଭାଇରାଲ୍ ବୋଧେ ହେଇଯିବୁ କାଳେ
ଭକତ ଟେ ନେଲେ ଫୋନ ,
ସେବକ ଟେ ବାକି ଖେଞ୍ଚୁଥାଏ ତାକୁ
କାମରେ ନ ଦେଇ ମନ ।
ଶାନ୍ତି ମନେ ଭକ୍ତ ଦରଶନ ପାଇଁ
ଥୋଇ ଦେଇଯାଏ ସବୁ ,
ହେଲେ ଟଙ୍କା ଦେଇ ସାଥେ ଫୋନ ନେଇ
ପଶିଯାନ୍ତି ବଡ ବାବୁ ।
ସେଥିରେ ବି ମୋର ନଥିଲା ଆପତ୍ତି
ଅନାଇ ତୋ ଚକା ଆଖି ,
କିନ୍ତୁ ପାରିଲିନି ସହି ମୁଁ କାଳିଆ
ସେବକ ଙ୍କ ଲୋଭ ଦେଖି ।
ଲୋଭ ଯାଏ ମୋର ପାଟି ବନ୍ଦ ଥିଲା
ତାପରେ ଘଟିଲା କିଛି ,
ତାହା ଦେଖି ଜମା ପାରିଲିନି ସହି
ସେଥିପାଇଁ ଲେଖୁ ଅଛି ।
ଛୁଆ ଠାରୁ ବୁଢ଼ା କେତେ ଯେ ଭକତ
ଦଳା ଚକଟା ରେ ଯାଇ ,
ଶାନ୍ତି ରେ ଦର୍ଶନ ନ ପାଇ ଫେରନ୍ତି
ଆଖିରେ ଯେ ଲୁହ ନେଇ ।
କାରଣ ତୁ କାଳେ ଦର୍ଶନ ଦେବାକୁ
ମାଗୁ ଭକତ ଙ୍କୁ ଟଙ୍କା ,
ସେବକ ତୋହର ଟଙ୍କା ପାଇଗଲେ
କରାନ୍ତି ତୋ ସାଥେ ଦେଖା ।
ସେ ଦୃଶ୍ୟ ଏବେ ବି ଆଖି ରେ ନାଚୁଛି
ସରିବନି ଗୁଣକୀର୍ତ୍ତି
ଭାଗ-ଦୁଇ କରି ଲେଖିବି ଭାବୁଛି
ଥିଲେ ତୋ ପାଦରେ ଭକ୍ତି ।
ନିଗମାନନ୍ଦ ନାୟକ
ବେଲପାଳ , ମୟୂରଭଞ୍ଜ