ମୁଁ ଚାରା ଗଛ ଟିଏ

Diptimayee Nayak

ମୁଁ ଚାରାଗଛ ଟିଏ କରୁଛି ବିନତୀ
ଅନୁରୋଧ ମୋର ରଖ ।
ସମୟ ଟିକେ ହେ ମୋ ପାଇଁ ଦିଅ
ମୋତେ ଟିକେ ତୁମେ ଦେଖ ।।

ଯତନ ନିଅ ମୋ ଖାଦ୍ୟସାର ଦେଇ
ବଞ୍ଚାଇ ରଖ ହେ ମୋତେ ।
ବଞ୍ଚିଥିଲେ ମୁହିଁ ତୁମ ମାନଙ୍କର
କରିବି ଉପକାର କେତେ ।।

ଶାଖା ପ୍ରଶାଖା ମୋ ପ୍ରସାରି ଦେବି ମୁଁ
ଯୋଗାଇ ଦେବି ମୁଁ ଛାଇ ।
ସଭିଏଁ ମୋ ତଳେ ଆଶ୍ରୟ ନେବେ
ବାଟେ ଯାଉଥିବା ବି ବାଟୋଇ ।।

ଫୁଲ,ଫଳ ଭରିଦେବି ମୋ ଦେହରେ
ହସି ଉଠିବ ଏ ବସୁନ୍ଧରା ।
ଖାଦ୍ୟର ଅଭାବ ରହିବ ନାହିଁ
ଏଇ ଜଗତ ସାରା ।।

ଦେବି ମୁଁ ଜଳୀୟ ବାଷ୍ପ ପ୍ରତିଦିନ
ନିୟମିତ ବର୍ଷା ହେବଟି ଜାଣ ।
ପ୍ରକୃତିକୁ ମୁହିଁ ବଞ୍ଚାଇ ରଖିବି
ଏ କଥା ଅଟେ ପ୍ରମାଣ ।।

ଗ୍ରହଣ କରିବି ଅଙ୍ଗାରକାମ୍ଳ କୁ
ଅମ୍ଳଜାନ ଦେବି ଯୋଗାଇ ।
ତୁମ ଏ ଛୋଟିଆ ହୃଦୟ ଭିତରେ
ଦୟା ଟିକେ ରଖ ମୋ ପାଇଁ ।।

✍️
ଦିପ୍ତିମୟୀ ନାୟକ
ପେଣ୍ଠ,କେନ୍ଦ୍ରାପଡ଼ା

38 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *