ଭାବନା ର ପଥିକ

 

ହଜିବା କୁ ମୋର ଚେଷ୍ଟା ନାହିଁ ବନ୍ଧୁ
ପଥିକ ହୋଇ ମୁଁ ଚାଲେ
ଖୋଲା ଆକାଶ ରେ ବିହଙ୍ଗ ଟେ ପରି
ନିଜକୁ ମୁଁ ଖୋଜି ବୁଲେ।

ସ୍ବପ୍ନ ରେ ନିଜର ଭାସି ବୁଲୁଥାଏ
ହୋଇ ଏକ କ୍ଷୁଦ୍ର ତରୀ
ବାରିଧି ରେ ପୁଣି ଲୁଚି ରହିଥାଏ
ଶାମୁକା ର ମୁକ୍ତା ପରି।

ସ୍ମୃତି କୁ ନିଜର ସାଇତି ରଖେ ମୁଁ
କଳ୍ପନା ରେ ହଜି ଯାଏ
ବାସ୍ତବତା ଦେଖେ ଅବିରତ ସ୍ବାର୍ଥ
ସଂଘର୍ଷେ ସର୍ତ୍ତ ନଥାଏ।

ଅଭିନୟ କେତେ ଅଭିମାନ ରେ
ମନକୁ ମୋହିତ କରେ
ଖୁସି ଟିକିଏ ପାଇବା ଆଶାରେ
ନିଜ ପାଖେ ନିଜେ ହାରେ।

ବିତରିବି ବାସ ପୁଷ୍ପ ପରି ସଦା
ନିତି ଲାଗି ପ୍ରଭୁ ପାଶେ
ଭାବନା ଗୋ ତୁମେ ସତେ କି ମଧୁର
ମୁଗ୍ଧ ମନ ତୁମ ସାଥେ।

ସହ-ସମ୍ପାଦିକା
ପୁଷ୍ପଲତା ଦିଗାର✍️
ବାରିପଦା,ମୟୂରଭଞ୍ଜ

49 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *