ସରଗ ରୁ ଗରୁ ଜନନୀ ଜନମ ଭୁଇଁ
ଜନନୀ ଶବଦ ବିଶ୍ଳଷଣ ହୁଏ ନାହିଁ
କିଏବା ମାପିଛି ଓଜନ କରିଛି ଅବା
କେତେ ଗରୁ କେତେ ଲଘୁ ତା ହୃଦୟ
କେଉଁ ଉପାଦାନେ ଗଢା ।।
ଅଦ୍ଭୁତ ଶଦ୍ଦ ୟେ ଅନେକ ତାତ୍ପର୍ଯ୍ୟ ପୂର୍ଣ୍ଣ
ଜନନୀ ଜନମ ଭୁଇଁ ର ମହତ ଦାନ
ଅନୁରାଗ ତ୍ୟାଗ ନିର୍ବିକଳ୍ପ ଉପାଦାନେ
ନେଇ କି ବିଧାତା ଗଢିଛି ଜନନୀ ରୂପ
ସେ କେଉଁ ଅମୃତ ଲଗ୍ନେ ।।
ବାସନା କାମନା ରହିତ ନିର୍ଲିପ୍ତ ପ୍ରାଣ
ଉଦ୍ଦେଶ୍ୟ ବିହୀନ ଜୀବନ ତା ସମର୍ପଣ
ନିଶଦ୍ଦ ବର୍ଣ୍ଣା ସେ ଅନେକ ଯନ୍ତ୍ରଣା ଯାଡନା
ଅକାତରେ ଜୀବନକୁ କରେ ସମର୍ପଣ
ନାହିଁ ଶୋଚନା ଭାବନା ।।
ଅନାସକ୍ତ ମନ୍ତ୍ର ଭୂଷିତ ଜନନୀ ହୃଦ
ଚିର ଶାଶ୍ଵଦ ସେ ମିଶ୍ରିତ ହର୍ଷ ବିଷାଦ
ସମ ଦୃଷ୍ଟି ସର୍ବେ ବାତ୍ସଲ୍ୟ ମମତା ଭରା
ଜୀବନର ସେତ ପୂଣ୍ୟ ତୋୟା ମନ୍ଦାକିନୀ
ଜ୍ୟୋଚିର୍ମୟ ଧ୍ରୁବ ତାରା ।।
ନିରାଶା ଅନ୍ଧାରେ ଜନନୀ ଆଲୋକ ସମ
ଅଭ୍ୟୁଦୟେ ମମତାର ଅଫୁରନ୍ତ ପ୍ରେମ
ମହିୟାନ ୟେ ପ୍ରକୃତି ସୁନ୍ଦର ଯା’ ପାଇଁ
ପ୍ରତିଷ୍ଠା ଲଭିଛି ବ୍ରହ୍ମାଣ୍ଡେ ୟେ ସେହି ମାତ୍ର
ଜନନୀ ଜନମ ଭୁଇଁ ।।
ଜନନୀ ଜନମ ଭୂଇଁ ସେବାରେ ବ୍ରତି
ଥାଏ ଯେଉଁ ଜନ ଲଭଇ ପରମ ଗତି
ବ୍ରହ୍ମା ବିଷ୍ଣୁ ମହେଶ୍ଵର ସମ ପଦ ପ୍ରାପ୍ତ
ବୋଲି ମୁନି ରୁଷି ବାଣୀ ବେଦରେ ବର୍ଣ୍ଣିତ
ନୁହେଁ ଦୈତ ସେ ଅଦୈତ ।।
ମା ମାତୃଭୂମି ପଦରଜ ମଥା ତିଳକ
ଜନନୀ ଜନମ ଭୂଇଁ ର ମାନ ମହତ
ଗୌରବଶାଳିନୀ ସନ୍ତାନ ସନ୍ତତୀ ଯେତେ
ଶପଥ ନେବାରେ ତାପାଇଁ ଜୀବନ ଆମ
ଉତ୍ସର୍ଗି ବିଭୋର ଚିତ୍ତେ ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା