ଦଶଭୂଜା ହେବେ ଉଭା

ଦଶଭୂଜା ହେବେ ଉଭା

ପ୍ରକୃତି ରାଣୀ ସଜେଇ ହେଲାଣି
ଶରତ ର ଏଇ ଛୁଆଁ ରେ
କି ସୁନ୍ଦର ବାସ ମହୀ ର ସୁବାସ
ଦୁର୍ଗା ଙ୍କର ଆଗମନ ରେ ।

ଧରଣୀ ରେ ମା’ ଆସିବା ଆଗରୁ
କାଶତଣ୍ଡୀ ମର୍ତ୍ତ୍ୟେ ଫୁଟି
ନାଚେ ଆଜି ସେ ପବନ ତାଳରେ
ମାଟିରେ ଯାଉଛି ଲୋଟି।

କୁମୁଦ କୋମଳ ଦିଶଇ ସୁଢଳ
ବଢାଏ ପୁଷ୍କରିଣୀ ଶୋଭା
କୋକିଳ ଗାଏ ମଧୁର ତାନରେ
ଦଶଭୂଜା ହୋଇବେ ଉଭା।

ପିନ୍ଧି ଶ୍ୱେତ ଶାଢ଼ୀ ଗଙ୍ଗଶିଉଳି
ମହକରେ ଦିଏ ଭରି
ପ୍ରାତଃ ର ସେଇ ଶିଶିର ଛୁଆଁ ରେ
ମନ ମୋର ଯାଏ ପୁରି।

ମହୀ ମଣ୍ଡଳ କରୁଛି ସିଙ୍ଗାର
ପବନ ବହେ ସାଇଁ ସାଇଁ
ଅସ୍ତ୍ର ହାତେ ଧରି ବିରାଜିବେ ମା’
ପାପି ଙ୍କ ସଂହାର ପାଇଁ।

ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ

15 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *