
ସମୟ ସାଥୀରେ ପାଦ ଦେଉ ଦେଉ
କେଉଁଠି ମୁଁ ଗଲି ହଜି,
ଅତୀତ ମୋହର କରୁଛି ହୁଙ୍କାର
ବନ୍ଧୁ ଟିଏ ମୋର ସାଜି ।
କହୁଅଛି କାନେ କଅଣ ଥିଲୁ ତୁ
ଭୁଲି କି ଯାଇଛୁ ସାଥୀ,
ଲକ୍ଷ୍ୟ ହୀନ ହୋଇ ଆଗେ ଯାଉ ଧାଇଁ
ଜାଣି ପାରୁନୁ କେମିତି ।
ବାରମ୍ବାର ସେହି କଥା ଶୁଣି ମୁହିଁ
ଉତ୍ତର ରଖିଲି ଆଜି,
ଫେରିବି କେମିତି ଭବିଷ୍ୟତ ବୋଝେ
ନିଜକୁ ପାଉନି ଖୋଜି ।
ନିଜକୁ ପାଉନି ଖୋଜି ।
ନିଗମାନନ୍ଦ ନାୟକ
ବେଲପାଳ, ମୟୂରଭଞ୍ଜ