ବନ୍ଧୁ

ବନ୍ଧୁ

ଦୁନିଆର ଏଇ ରଙ୍ଗମଞ୍ଚ ରେ ମୁଁ
ତୁମକୁ ପାଇଲି ଯେବେ
ଅନ୍ଧକାରେ ମୁହିଁ ଛାଇ କୁ ପାଇଛି
ଆଜି ବସି ବସି ଭାବେ।

ଦୁଃଖ ବାଣ୍ଟି ନେଇ ଖୁସି କୁ ବଢାଇ
ଭୁଲି ଯାଏ ସବୁ ହସି
ବନ୍ଧୁତ୍ୱ ର ସମ୍ପର୍କ ଗଢିଛି ଅନେକ
ତୁମେ ବନ୍ଧୁ ଠାରୁ ବେଶୀ।

କେବେ ଥରେ କୁହ କେତେ ଭଲପାଅ
କେତେ କର ଅଭିମାନ
ଲୁହ କହେ ସିନା ସମ୍ପର୍କ ଆମର
ଶବ୍ଦରେ ବୁଝେନି ମନ।

କେତେ ହସ ଖେଳ ସାଙ୍ଗ ସାଥି ମେଳ
ଭାବନା ର ସେଇ ଦେଶ
ସବୁ ମାସ ସିନା ହୁଏନି ଫଗୁଣ
ପକ୍ଷୀ ଛାଡେନି ତା’ ବାସ।

ହୃଦୟ ର ଏଇ ସମ୍ପର୍କ ଆମର
ଶାମୁକା ର ମୁକ୍ତା ପରି
ଆସୁ ଯେତେ ବାଧା ଆସୁ ଯେତେ ବିଘ୍ନ
ନଛିଡୁ ଭାବର ଡୋରି।

ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା, ମୟୂରଭଞ୍ଜ

53 Likes 2 Comments

You might like

About the Author: Admin

2 Comments

Leave a Reply

Your email address will not be published. Required fields are marked *