ମୋତେ ମୋ ସହ ପ୍ରେମ ହେଇଛି

” ତୁମେ ମୋତେ ଭଲପାଇବା ପରେ , ଜଣାତରେ ହେଉ କି ଅଜାଣତରେ
ମୁଁ ତୁମ ଭିତରେ ମୋ ନିଜକୁ
ହଜେଇ ଦେଇଥିଲି …

କିନ୍ତୁ ମୁଁ କେବେ କଳ୍ପନା ବି କରିନଥିଲି କି ,
ତୁମେ ଦିନେ ଅବେଳରେ ଏମିତି ମୋ 
ଜୀବନରୁ ଉଭେଇ ଯିବ ବୋଲି ....

ତୁମେ ଭାବନା ଯେ ମୁଁ ତୁମକୁ ଖୋଜିନି , ଖୋଜିଛି ଆଉ ବହୁତ୍ ଖୋଜିଛି …
ତୁମକୁ ଖୋଜୁଖୋଜୁ କେବଳ ନିଜକୁ ହିଁ ପାଇଛି ,,,

ନା ମୁଁ ଆଉ ହଜେଇବାକୁ ଚାହୁଁଛି ନା ଖୋଜିବାକୁ କାରଣ ଏଇ ହଜେଇବା ଓ ଖୋଜିବା ର

ଲୁଚକାଳି ଖେଳ ଭିତରେ ମୋ ନିଜ ସହ ମୋତେ ପ୍ରେମ ହେଇଯାଇଛି ।।…

ଆଉ ଲୋଡା ନାହିଁ ମୋତେ ଆଉ କାହାର ଆବଶ୍ୟକତା
ମୁଁ କେବଳ ନିଜ ସହ ବଞ୍ଚିବାକୁ ଚାହୁଁଛି …

ପୁଣି ଥରେ ଆଉ ସେ ବଦନାମ୍ ପ୍ରେମରେ ହଜି ତୁମକୁ ହଜେଇ ଖୋଜିବାକୁ ଚାହୁଁନି …
ଏବେ ତ ମୋତେ ମୋ ନିଜ ସହ ପ୍ରେମ ହୋଇଯାଇଛି ” …..

96 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *