ଯଦି ତୁମେ କେବେ ପଢ଼ିପାରିଥାନ୍ତ , ମୋ ହୃଦୟର ପରିଭାଷା କୁ ,,,,, ତେବେ ଦରକାର୍ ପଡ଼ିନଥାନ୍ତା , ମତେ ଆଜି ସଫିଏତ୍ କାଗଜ ଆଉ କଲମରେ କାଳୀ ,,,,, କି ମୋ ମନର ଶବ୍ଦ ଗୁଡ଼ିକ ଏଣେତେଣେ ପଡିନଥାନ୍ତେ ଡାଏରୀ ରେ କବିତାର ରୂପ ନେଇ .....
ତୁମେ ଜାଣିଛ ? ମୁଁ ମୋ କବିତାରେ ସବୁବେଳେ ପ୍ରୟାସ କରେ , ତୁମକୁ ମୋ ପ୍ରେମର ନାମ ଦେଇ ବର୍ଣ୍ଣନା କରିବା ପାଇଁ ,,,,, କେତେବେଳେ ଆକାଶରେ ଉଁଇଥିବା ପୂର୍ଣ୍ଣମୀର ଚାନ୍ଦ କହି , ତ ଆଉ କେତେବେଳେ ଆକାଶରୁ ବର୍ଷିି ଯାଉଥିବା ବର୍ଷା ବିନ୍ଦୁର ରୂପ ଦେଇ ..... ମୁଁ ଲେଖିଥିବା କବିତାର ପ୍ରତ୍ୟେକ ଧାଡିକୁ ଛୁଁ ଥାଅ ତୁମେ ଶୀତଳ ପବନ ଟିଏ ହୋଇ ,,,,, ତଥାପି ତୁମେ କେବେ ବୁଝିପାରନି ମୋ ଭଲପାଇବାକୁ , ମୋ ମନର ଭାଷାକୁ ଆଉ ହୃଦୟର ବେଦନାକୁ ,,,, ମୁଁ ଜାଣେ ତୁମେ ପଢ଼ୁପଢ଼ୁ ଦିନେ ମତେ ନିଶ୍ଚିତ ବୁଝିବ ,,, ମନେଅଛି ମୋର ସେ ଦିନ କହିଥିଲ ପରା ହୋଇପାରେ କଷ୍ଟକର ବୁଝିବା ତୋ ଓଠର ଭାଷା ,, ହେଲେ ତା ଠାରୁ ଖୁବ ସହଜ ବୁଝିବା ତୋର ଏ ହାତ ଲେଖା କବିତା ".... 🙏ହରେ କୃଷ୍ଣ ରାଧେ ରାଧେ 🙏 ଚିନ୍ମୟୀ ସୁବୁଦ୍ଧି