ଯଦି ତୁମେ ମୋ ଶ୍ଳୋକ ହୁଅନ୍ତ!
ମୁଁ ସେଇ ସକାଳ ର ସୁରୁଜ
ଯାହାର ଆକାଶ ନାହିଁ
ତୁମ ସ୍ମୃତି ସବୁ ମତେ ଜାବୁଡି ଧରିଛି
ମୁଁ ତୁମ ପାଇଁ ଅଜଣା ଅଚିନ୍ହା
ମୁଁ ମରୁଦ୍ୟାନ ର ବାଟହରା ପଥିକ
ବନ୍ଦୀ ମୁଁ ତୁମ ହୃଦୟ ର କବଳ ରେ
ଯେମିତି ଏକ ରଙ୍ଗୀନ ପକ୍ଷୀ ପଞ୍ଜୁରୀ ରେ
ନିର୍ଜନତା ର ଅଗ୍ନି ରେ ଜଳୁଛି ମୁଁ
ପ୍ରତ୍ୟେକ ମୁହୂର୍ତ ଜାଳୁଛି ମତେ
ମୁଁ ନିରୁପାୟ ନିମିତ୍ତ ମାତ୍ର
କାରଣ ଆମେ ଦୁହେଁ ଗୋଟାଏ ଯଞ୍ଜିର ରେ ବନ୍ଧା |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ.