ମୋ ଶେଷ ଚିଠି !
ମୋ ଶବ୍ଦ ଗୁଡାକ ହୃଦୟ କୁ ଆନ୍ଦୋଳିତ କରିଥିବ ନିଶ୍ଚୟ
ଯେବେ ମୋ ଶେଷ ଚିଠି କୁ ଚିରା ହୋଇଥିବ
ଆଉ ଶୁଖିଲା ଗୋଲାପ ର ପାଖୁଡା ଗୁଡାକ ତୁମ ବହିର ପୃଷ୍ଠା ରୁ ବାହାରୁଥିବ
ତୁମ ଆଖିର ଲୁହର ଧାର ଆଜି ସ୍ତବ୍ଧ
ଆଉ ଭୟଭୀତ ହରେଇବାର
ଯେତେ ଇଛା ସବୁ ଧୂଳିସାତ
ତୁମର ମନେଅଛି ଯେବେ ତୁମେ ମୋ ହୃଦୟ ଚୋରି କରିବାର
ସବୁ ଚୋରି ବସ୍ତୁରେ ଭଗବାନ ଙ୍କୁ ସମ୍ପର୍ପଣ କରିବା
ପ୍ରାଥନା ରେ ମୋ ନାଁ କୁ ଉଚ୍ଚାରଣ କରିବା
ମତେ ହରେଇବା ର ଭୟ ତୁମକୁ ଭୟଭୀତ କରୁଥିବ
କେବଳ ଶବ୍ଦ ଗୁଡାକ ଆନ୍ଦୋଳିତ କରୁଥିବ ତୁମକୁ
ଏଵେ ବି ସମୟ ଅଛି
ପୁଣି ହଜିଯିବା ଅଜଣା ଦିଗନ୍ତ ରେ
କାରଣ ଦୁହିଁ ଙ୍କୁ ଚାଲିବାକୁ ହବ ବହୁ ଦୁରକୁ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ