ତୁମ କୋଳ ଛାଡିବା ପରେ ହିଁ ଦେଖୁଛି
ସତ, ମିଛ ଏ ଦୁନିଆକୁ ।
ତୁମ ହାତ ଛାଡିବା ପରେ ହିଁ ଜାଣିଛି
ହସ,ଲୁହଭରା ଏ ସଂସାର କୁ ।
ତୁମ ଡାକ ଶୁଣିବା ପରେ ହିଁ ବୁଝିଛି
ତା ଠାରୁ ମଧୁର ନାହିଁ କିଛି ।
ତୁମ ଛୁଆଁ ପାଇବା ପରେ ହିଁ ଭାବୁଛି
ସେହି ଅନୁଭବ ସବୁକିଛି ।
ତୁମ ବିନା ବଞ୍ଚିବା, ମରିବା ସମାନ
ମାନେ ନାହିଁ କିଛି ଜୀବନର ।
ତୁମ କଥା ଲେଖୁବା ପରେ ହିଁ ଭାବୁଛି
ଶବ୍ଦ ସରିଗଲା ଏ ଦୁନିଆର ।
ସତ ହୋଇ ନ ପାରିଥାଏ ମୋ ଲେଖା
କିନ୍ତୁ, ତୁମେ ହିଁ ମୋର ଜଗତ ଜିତା ।
ତୁମ ପରି ମାଁ ମିଳୁ ମତେ ସବୁ ଜନ୍ମେ
ଲଡା ନାହିଁ ମୋର ଧନେ ।।
ରାଜେଶ କୁମାର ନାଥ
ମୟୂରଭଞ୍ଜ, ଓଡ଼ିଶା