ତୁମେ ମୋ ଜୀବନ ର କେନ୍ଦ୍ରବିନ୍ଦୁ!
ଜୀବନ୍ତ ଆଖି ଦୁଇଟି
ବଂଚିବାର ରାହା ଦେଖାଏ
ଭଙ୍ଗା ପ୍ରତାରିତ ଦୁନିଆରେ
ତୃଷାର୍ତ ସମୁଦ୍ର ପରି
ପିଇ ବାକୁ ତିକିଏ ଆମ୍ବୃତ
ତୁମ ଦୁଇଟି କଥା କୁହା ଆଖି ରୁ
ଆଉ କେବେ ଇଛା ହୁଏ ଅଙ୍କିବାକୁ
କେବେ ଲେଖି ବାକୁ କବିତା ଟିଏ
ତୁଳୀ ବି ନାରାଜ କାଳୀ ବି ନାରାଜ
ନା ଅଛି କିଛି ପଂକ୍ତି ନା କାନଭାସ
ମୋ ହୃଦୟର ପ୍ରତିଟି ସ୍ପନ୍ଦନ ତୁମେ
ଆଉ ମୁଁ ତୁମ ଦରିଆ ର କେନ୍ଦ୍ରବିନ୍ଦୁ
ପ୍ରତିଟି ନିଶ୍ୱାସ ରେ ଭାସିଆସେ
ଗୋଲାପ ଫୁଲର ବାସ୍ନା
ଆଉ ବାହୁ ଦୁଇଟି ସାମ୍ପ୍ରସାରିତ
ହୋଇ ଆସେ ସୂକ୍ଷ୍ମ ପଦ୍ମ ଫୁଲ ପରି
ଭାସିଆସେ ସୂର୍ଯ୍ୟଙ୍କ ରଶ୍ମି ତୁମ ମୁଖମଣ୍ଡଳ ରେ
ଯେମିତି ସକାଳ ର ଆଲୋକ ରେ
ହରିଣୀ ପରି କ୍ଷିପ୍ର ଓ ହଠାତ ଶାନ୍ତ
ତଥାପି ତୁମ ପଣତ କାନିରେ
ଖଣ୍ଡିଏ ସୁତା ରେ ସିଲେଇ ଦିଅ
ମୋ ଭଙ୍ଗା ଓ ଅସଜଡ଼ା ହୃଦୟ ଟିକୁ!
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ|