ଜାଗ୍ରତ ଆହ୍ବାନ

DEVJANEE

ହେ ଯୁବ ସମାଜ,
ଆଜି ହେଇ ଯାଅ ତୁମେ ଜାଗ୍ରତ…
ଅଶାନ୍ତି,ଅନ୍ୟାୟ ବିରୁଦ୍ଧରେ ଆଜି
ଉଡ଼ାଇ ଦିଅ ନବ ନେତ,
ଭୟ-ଭ୍ରଷ୍ଟାଚାର ର ତୁମେ କରିଦିଅ ସର୍ବନାଶ
ସୃଷ୍ଟି କରିଦିଅ ନୈତିକତା ପୂର୍ଣ୍ଣ ନ୍ୟାୟର ନବ ଆକାଶ ।।

ହେ ଯୁବ ସମାଜ,
ଆଜି ହେଇ ଯାଅ ତୁମେ ଜାଗ୍ରତ…
ଆଧୁନିକତାର ନିଶୁଣି ରେ ଚଢି
ଭୁଲିଯାଅ ନାହିଁ ନିଜ ଅତୀତ,
ରୋମାଞ୍ଚକର ଖାଦ୍ୟପେୟ, ବେଶ ପୋଷାକରୁ
କେହି ହୁଏ ନାହିଁ ଆଧୁନିକ
ଆଧୁନିକତାର ଉଦାହରଣ ସିଏ
ଯିଏ ନିଜ ଚେତନାକୁ କରେ ଉନ୍ନତ ।।

ହେ ଯୁବ ସମାଜ,
ଆଜି ହେଇ ଯାଅ ତୁମେ ଜାଗ୍ରତ…
ଆଜି ମଧ୍ୟ ନାରୀ ଟିଏ
ଏକୁଟିଆ ନୁହେଁ ସୁରକ୍ଷିତ,
ଦାନବ ସମ ପୁରୁଷ ଟିଏ
ନାରୀକୁ କରିଥାଏ ହନ୍ତସନ୍ତ
ଯେଉଁ କଥାକୁ ଶୁଣି ଦେଲେ ଥରେ
ଛଳଛଳ ହୋଇଥାଏ ଆମ ନେତ୍ର,
ଭ୍ରୁଣ ଶିଶୁ କନ୍ୟା ପାଇଁ
ତୁମେ ସାଜ ନାହିଁ ଭକ୍ଷକ
ସେବା,ଯତନ, ସମ୍ମାନ ଦେଇ
ସାଜି ଯାଅ ତୁମେ ରକ୍ଷକ ।।

ହେ ଯୁବ ସମାଜ,
ଆଜି ହେଇ ଯାଅ ତୁମେ ଜାଗ୍ରତ…
ବ୍ୟଭିଚାର ପୂର୍ଣ୍ଣ ରାଜନୀତି ଠାରୁ
ନିଜକୁ ଦୂରେଇ ରଖ
ଠିକ୍ ଭୁଲ୍ ର ନିର୍ଣ୍ଣୟ ପୁଣି
ତନ୍ନ ତନ୍ନ ନିରିଖି ଶିଖ,
ଅନ୍ୟାୟ ଆଗରେ ମୁକ- ବୋଧିର ନସାଜି
ସତ୍ୟର ବାଚାଳ ସାଜି ଯାଅ,
ଅସତ୍ୟ ପଥରେ ସତ୍ୟପଥୀ ହୋଇ
ସାରା ଜୀବନ ଜୀଇଁ ଯାଅ ।।

ନାମ:- ଦେବଜାନି ବେହେରା
ସ୍ଥାନ:- ବାରିପଦା, ମୟୂରଭଞ୍ଜ

14 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *