ନୀଳଚକ୍ରେ ଦେଖ ନେତ ଉଡୁଅଛି
ପବନରେ ଫର ଫର
କାଳିଆର ଡୋର ଯା ଠାରେ ଲାଗିଛି
ଆହା କେଡେ ଭାଗ୍ୟ ତାର।ସେ ବାନା ହେଉଛି ପତିତପାବନ
ମାନବିକ ସ୍ଵର ତୋଳି
କାଳିଆ ଠାକୁର ଡାକନ୍ତି ସଭିଙ୍କୁ
ଭକ୍ତିରେ ହୋଇ ଗୋଳି।ସେ ଡାକ ତ ନୁହେଁ ଆଜିକାଲିକାର
ଯୁଗ ଯୁଗାନ୍ତର ପାଇଁ
ଜାତି ଧର୍ମ ବର୍ଣ୍ଣ ନ ଥାଏ ଫରକ
ଶୁଦ୍ଧ ମନଟିଏ ଦେଇ।ସଂସାର ଜଞ୍ଜାଳ ଭୁଲି ହୋଇଯାଏ
ଶ୍ରୀମନ୍ଦିର ଚଉହଦ
ତା ପ୍ରାଚୀର ବେଢ଼ା ପରିକ୍ରମା ପରେ
ମନ ଆପେ ହୁଏ ବୋଧ।ସେହି ପ୍ରଭୁ ମୋର ମୁକତି ପସରା
ସାଥି ଜନମ ମରଣ
କାଳିଆ ସାଆନ୍ତ ସବୁ ଦେଖୁ ଥାଅ
ନେଲି ତୋ ଠାରେ ଶରଣ।
ବିଜୟ କୁମାର ଜେନା