ହେ କୃଷ୍ଣ

nirmal nayak

ମୁକୁନ୍ଦ ମୁରାରୀ.. ସୁଦର୍ଶନ ଧାରୀ…
ବକା, ଶକଟା ସଂହାରୀ…
ଦାନଵ ଦଳନ… ସନ୍ଥ ଙ୍କୁ ପାଳନ…
ନାମ ବହି ଦଇତାରୀ…!!

ସୁଦାମା ମଇତ୍ର… ପୂଜନ ସର୍ବତ୍ର…
ରାଧାକୃଷ୍ଣ ଘନଶ୍ୟାମ…
ରାଧିକା ମୋହନ.. ହେ ବିଶ୍ଵ ବନ୍ଦନ…
ତୁମେ ହରି, କୃଷ୍ଣ, ରାମ…!!

ଆହେ ପୀତବାସ… ହର ମମ କ୍ଳେଶ…
ସହାୟ ହେ ବଂଶୀଧାରୀ…
ଯଶୋଦା ର ବଳା… ପ୍ରଭୁ ନନ୍ଦ ଲଲା..
କର ଭବୁ ମୋତେ ପାରି…!!

ଭକ୍ତି ନିବେଦନ… କମଳ ନୟନ…
ଗିରି ଗୋବର୍ଦ୍ଧନଧାରୀ…
ହେ ଛନ୍ଦା ଚରଣ…ଗାଉଛି ଜଣାଣ..
ମୋହ ମାୟା ରୁ ଉଦ୍ଧାରି..!!

ମଧୁବନ ସ୍ୱାମୀ… ଆହେ ଅନ୍ତର୍ଯ୍ୟାମୀ…
ରାଧିକା ପ୍ରାଣ ବଲ୍ଲଭ…
ହେ ମନ ମୋହନ… ଦିଅ ଦିବ୍ୟ ଜ୍ଞାନ…
ତୁମର ନାମ ରେ ଶୁଭ…!!

ହେ ଲବଣି ଚୋର… ଶୁଣ ମୋର ଗିର…
ଉଦ୍ଧାର ମାୟା ସଂସାରୁ…
ଚିକଣ କାଳିଆ… ତୁ ବଡ଼ ଛଳିଆ…
ଛଳ କାହିଁ ପାଇଁ କରୁ…!!

ହେ ରଙ୍ଗ ଅଧର… ଗୋପୀ ଚିତ୍ତ ଚୋର…
ମୋହନ ବଇଁଶୀଧାରୀ…!!
କରଇ ନମନ…. ଦିଅ ଦିବ୍ୟ ଜ୍ଞାନ…
ଶଙ୍ଖ, ଚକ୍ର, ପଦ୍ମ ଧାରୀ…!!

© ® ଡ଼ଃ. ନିର୍ମଳ ନାୟକ, ନାଗପୁର

30 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *