
ସ୍ବାମୀ ଜଗନ୍ନାଥ ନାମ,
ଅନନ୍ତ ସମୁଦ୍ର ସମାନ,
ତୁମେ ହଁସିଲେ ଆସେ ସୁଖ,
ଦୁଃଖ ଭୁଲାଯାଏ ମନ।
ସରବାଦ୍ଧ ସର୍ବ ଗତିରେ,
ତୁମେ ଥିବ ଜଗନ୍ନାଥ,
ଭକ୍ତିରେ ତୁମେ ନିରନ୍ତର,
ଆମ ଜୀବନ ପରମ୍ପରା l
ପତିତପାବନ ନାମ ତୁମର,
ସର୍ବ ଜନଙ୍କ ଦାୟକ,
ତୁମେ ଅନୁଗ୍ରହ କରିଲେ,
ସଫଳ ହୁଏ ଆମ ଜୀବନ।
ନବ କଳେବର ଯାତ୍ରା ତୁମର,
ମନରେ ଭରେ ଆନନ୍ଦ,
ହେ ଜଗନ୍ନାଥ ସ୍ବାମୀ,
ତୁମେ ଅନ୍ତର ରକ୍ଷକ।
ନୀଳାଚଳ ମହିମା ଅପାର,
ଶ୍ରୀଜଗନ୍ନାଥ ମନ୍ଦିର ଦେଖ ମନୋହର।
ରଥଯାତ୍ରାରେ ଭକ୍ତର ସାଗର,
ବଡ଼ ଧାମରେ ଲାଗିଛି ଭକ୍ତିର ଆଗର।
ତୁମର ଭବସାଗର ବିହାର,
ଅନନ୍ତ ମହିମା, ଅପାର ଉଜ୍ଜ୍ୱଳ ରାତିର।
ଶ୍ରୀମନ୍ଦିର ଭିତରେ ତୁମର ସଂଗୀତ,
ଜୟ ଜଗନ୍ନାଥ, ଆମର ହେ ଆଦିଦେବ ପବିତ୍ର !!
ନାମ – ରାଜେଶ କୁମାର ନାଥ
ସ୍ଥାନ – ଅ଼ଁଳାତଡା, ମୟୂରଭଂଞ