ଅକୁହା କଥା!

ଅକୁହା କଥା!

ମୋ ଆଖି କିଛି କହେ
ଏକ ଅକୁହା କଥା
କିଛି ବିରହ ଭରା
କିଛି ଅସ୍ପଷ୍ଟ ସ୍ମୃତି
ଦୁଃଖ ଗୁଡିକ ଛନ୍ଦି ହୋଇ
ଯାଆନ୍ତି ଅଙ୍କା ବଙ୍କା ଝରଣା ପରି
ମୋର କେତେ ଯାଏ ଆସେ
କେହି ଶୁଣୁ କି ନ ଶୁଣୁ
ସେ ବେଳେବେଳେ କୁହେ
କିଛି ପରିଚିତ ଶବ୍ଦ
ଯେମିତି ସୁଗମ ସଂଗୀତ ର ଗୁଂଜରଣ
ସମୟ ତ ଆସିବ ନିଶ୍ଚୟ
ଅକୁହା କଥା ସବୁ ପୁଣି
ଗୁଞ୍ଜରିତ ହେବ ଆମ ଚାରିଆଡେ
ଆଉଥରେ ମୋ ଅମାନିଆ ଓଠ
କହିଚାଲିବ ସେଇ କଥାକୁ!

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ |

42 Likes Comment

You might like

About the Author: Dr. Prasanna Kumar Dalai

A Famous English Poet From India

Leave a Reply

Your email address will not be published. Required fields are marked *