ଅକ୍ଷୟ ତୃତୀୟା 🌾🌾

🌾🌾ଅକ୍ଷୟ ତୃତୀୟା 🌾🌾

*********************

ସୁଜଳା ସୁଫଳା, ଶସ୍ୟ ଶ୍ୟାମଳା,

ଅଟଇ ମୋ ପ୍ରିୟ ଭାରତ ଭୂଇଁ l

ଅରଣ୍ୟ କୁନ୍ତଳା, ତଟିନୀ ମେଖଳା,

ଧନଧାନ୍ୟେ ପୂର୍ଣ୍ଣ ଅଟଇ ସେହି ll

ବିଚିତ୍ର ଅଟଇ ମୋ ଭାରତ ଦେଶ,

ବିଚିତ୍ର ଅଟଇ ତାର ସଂସ୍କୃତି l

ବାର ମାସେ ତେର ପରବ ପାଳେ ସେ,

ସବୁଠି ଅଛି ନାନା କିମ୍ବଦନ୍ତୀ ll

ସେହିପରି ଆସେ ବୈଶାଖ ମାସର,

ଶୁକ୍ଳ ପକ୍ଷ ପୁଣି ତୃତୀୟା ତିଥି l

ଅକ୍ଷୟ ତୃତୀୟା ନାମ ସେ ବହିଛି,

ତାର ମଧ୍ୟ ଅଛି ଏକ କିମ୍ବଦନ୍ତୀ ll

ପାପୀ ବ୍ରାହ୍ମଣ ଯେ ଏହିଦିନ ପୁଣି,

ତୃଷାର୍ତ୍ତ କୁ ଜଳ ଦେଇ ତ ଥିଲା l

ସେହି ପୁଣ୍ୟ ବଳେ ଯମ ଦ୍ୱାରେ ସେ ଯେ,

ନର୍କ ଯନ୍ତ୍ରଣାରୁ ନିସ୍ତରି ଗଲା ll

ପର୍ଶୁରାମ ଆଉ ଜୟଦେବ ପୁଣି,

ଏହିଦିନରେ ଯେ ଜନମିଥିଲେ l

ରେବତୀ ସାଙ୍ଗରେ ଏ ଶୁଭ ଦିନରେ,

ବଳଦେବ ବିବାହ କରିଥିଲେ ll

ସତ୍ୟ ଯୁଗ ଆଉ ତ୍ରେତୟା ଯୁଗ ର,

ଶୁଭାରମ୍ଭ ଏହି ଦିନ ଟି ଜାଣ l

ଶୁଭ ଦିନ ଏ ଯେ ଶୁଭ କାର୍ଯ୍ୟ ପାଇଁ,

ବ୍ରତ, ବିବାହ ଓ ଗୃହ ନିର୍ମାଣ ll

ରଥ ଗଢ଼ା ହୁଏ ଏ ଦିନୁ ଆରମ୍ଭ,

ଚନ୍ଦନ ଯାତ୍ରା ଚାଲେ ବାୟାଳିଶ ଦିନ l

ଏ ଦିନୁ ହୁଏ ବର୍ଷା ର ଆଗମନ,

ହସି ଉଠେ ପୁଣି ସାରା ଭୁବନ ll

ଏ ଦିନ ଅଟଇ ଚାଷୀ ର ଦିନ ଯେ,

ସକାଳୁ ସାରେ ସେହୁ ପ୍ରାତଃ ସ୍ନାନ l

ନିଜ କ୍ଷେତ କୁ ସେ ବାହୁଡ଼ି ଯାଏ ରେ,

ଗଉଣି ରେ ପୂର୍ଣ୍ଣ କରିଣ ଧାନ ll

ଲଷ୍ମୀ ଙ୍କୁ ସୁମରି, କ୍ଷେତ ପୂଜା କରି,

ଚଷା ପୁଅ କ୍ଷେତେ ନୈବେଦ୍ୟ ପୋତେ l

ଷଠୀ ଦେବି ଙ୍କୁ ଯେ ସୁମରଣ କରି,

ମୁଠା ମୁଠା ଧାନ କ୍ଷେତରେ ପୋତେ ll

ସେହି ମୁଠା ଧାନ.. ଆଖିମୁଠି ଜାଣ,

ଚଷା ପୁଅ ମନ ଆନନ୍ଦେ ପୂର୍ଣ୍ଣ l

ସ୍ଵ କର୍ମେ ପ୍ରବେଶେ, ଅନୁକୂଳ କରେ,

କ୍ଷେତରେ ସ୍ପରଷି ଲଙ୍ଗଳ ମୁନ ll

ନାହିଁ କ୍ଷୟ ବୋଲି ନାମ ତା ଅକ୍ଷୟ,

ତୃତୀୟା ତିଥିରେ ଏ ପର୍ବ ପଡେ l

ତେଣୁ ପରା ନାମ ଅକ୍ଷୟ ତୃତୀୟା,

ଭାତୃଭାବେ ପରା ସଭିଙ୍କୁ ଯୋଡ଼େ ll

🌾🌾💖🌾✨️🌾💖🌾🌾

47 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *