ଅହଂକାର

କୋହଂ ରୁ ଆରମ୍ଭ ଷଠୀଘର ପରା
ଅହଂ ରେ ଜଳଇ ଜୁଇ ,
ଅସାର ସଂସାରେ ନଶ୍ବ ଶରୀରେ
ଅହଂକାର କାହାପାଇଁ ।୧

ଜୀବନ ଯୌବନ ନୁହେଁ ଚିରସ୍ଥାୟୀ
କିମ୍ପାଇ ଏତେ ବଡିମା ,
କାମନା ଅନଳେ ଜଳିଯିବ ଦିନେ
ଅହଂକାରୀର ସବୁ ଭାବନା ।୨

ମାନବିକତା କୁ ବଳି ଦେଇ ଯିଏ
ଗର୍ବରେ ବାଟ ଚାଲଇ ,
ତୁଚ୍ଛ ମଣେ ଯେଣୁ ବନ୍ଧୁ ପରିଜନେ
ସୁ ପଥ ଯାଏ ଦୂରେଇ ।୩

“ମୁଁ” “ମୋର” କହି ଇର୍ଷା ରେ ଜଳଇ
ଆପଣାକୁ କରି ପର ,
ଅନ୍ତର ଦହଇ ଟାଣ କଥା ତା’ର
ଭାଙ୍ଗଇ ସୁଖ ସଂସାର ।୪

ଅହଂକାର ଭାଙ୍ଗେ ସମ୍ପର୍କର ସେତୁ
ନିଃସଙ୍ଗ ହୁଏ ଜୀବନ ,
ମାନବିକତା କୁ ଜଳାଞ୍ଜଳି ଦେଇ
ସଭିଙ୍କୁ ମଣଇ ନ୍ୟୁନ ।୫

ଜୀବନ ଏ ପରା ଦୁଇ ଗୋଟି ନିଆଁ
ଅହଂ ଠୁ ରହ ଦୂରେଇ ,
“ସୋହଂ” “ସୋହଂ” ମନରେ ଉଚ୍ଚାରି
ସଂସାର ହୋଇଯା ପାରି ।୬

ଖାଲି ହାତେ ଆସିଥିଲୁ ଏ ଜଗତେ
ଖାଲି ହାତେ ଯିବୁ ଫେରି ,
କାମ କ୍ରୋଧ ଲୋଭ ହୋଇବ ପାଉଁଶ
ତମିସ୍ରା ଯିବଟି ଅପସରି ।୭

ସସ୍ମିତା ଷଡ଼ଙ୍ଗୀ, ଭୁବନେଶ୍ୱର

5 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *