ଉତ୍କଳ ଦିବସ

ଉତ୍କଳ ଦିବସ

ଉଣେଇସହ ଛତିସ ମସିହା
ଏପ୍ରିଲ ମାସ ଏକ ତାରିଖ,
ଗଠନ ହେଲା ନୂତନ ରାଇଜ
ପାଳନ ହେଲା ଉତ୍କଳ ଦିବସ,

ଗୋପ ବନ୍ଧୁ ମଧୁସୂଦନ
କଲେ ତୀବ୍ର ଆନ୍ଦୋଳନ
ପରାଜିତ ହେଲେ ଶତୃ
ଓଡିଶା ହେଲା ଗଠନ,

ନୀଳକଣ୍ଠ ଦାସ କୂର୍ଷ୍ଣଚନ୍ଦ୍ର ଗଜ ପତି
କରିଲେ ସଭିଏଁ ସଭା
ଗଙ୍ଗାଧର ଫକୀର ମୋହନ ସେନାପତି
ଗଢିଲେ ମିଶି ଆମ ଭାଷା

କବି, ବୀର, ମହାପୁରୁଷ
ରଖିଗଲେ ଏ ମାଟି ପାଇଁ ଯଶ,
ଗ୍ରନ୍ଥ, ବେଦ, ପୁରାଣ
ଛାଡି ଚାଲି ଗଲେ କରି ଛାପ,

ବୀର, ଯୋଦ୍ଧା ସ୍ୱାଧୀନତା ସଂଗ୍ରାମୀ
ବ୍ରିଟିଶକୁ କଲେ ଦମନ
ଖଣ୍ଡ ବିଖଣ୍ଡିତ ହେଇଗଲେ ଶତୃ
ରାଇଜ ହେଲା ଗଠନ,

ଓଡ଼ିଆ ଜାତିର ସୁଯୋଗ୍ୟ ସନ୍ତାନ
ଦେଇ ଗଲେ ନିଜ ବଳି ଦାନ,
ଉତ୍କଳ ମାଟିକୁ ସ୍ୱର୍ଣ୍ଣ କରିଗଲେ
ପୂର୍ଣ୍ଣ ହେଲା ତାଙ୍କ ସବୁ ସ୍ୱପ୍ନ,

ଆଜି ଆମ ଓଡ଼ିଶାର ଜନ୍ମ ଦିନ
ସଭିଙ୍କୁ ମୋର ଅଭିନନ୍ଦନ,
ପୁର, ପଲ୍ଲୀ ଆଜି ଉତ୍ସବ ମୁଖର
ଜଣାଏ ବୀରଙ୍କୁ ପ୍ରଣାମ,

ଓଡ଼ିଆ ପୁଅ ଅନନ୍ତ କୁମାର

43 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *