କେବେ ଜଳୁ ସାଙ୍ଗ ହୋଇ

କେବେ ମୁଁ ଯେ ଜଳେ କେବେ ତୁମେ ଜଳ
କେବେ ଜଳୁ ସାଙ୍ଗ ହୋଇ
ବିରହ-ବେଦନା ଏମିତି ନିଆଁଟେ
ଜାଳୁଥାଏ ଛପି ରହି ।।

ମୁଁ ଯେ ଖୋଜୁଥାଏ ଗୋଟେ ପାଖେ ଆଉ
ତୁମେ ଖୋଜ ଆର ପାଖେ
ମିଳେ ନାହିଁ କାହିଁ ଭେଟିବାର ସୁଖ
ଫେରୁଥାଉ ଯେଝା ଦୁଃଖେ
ଦୁନିଆର ସେହି ସୀମାରେଖା ଡେଇଁ
କେବେ ପାରି ନାହୁଁ ଯାଇ
କେବେ ମୁଁ ଯେ ଜଳେ କେବେ ତୁମେ ଜଳ
କେବେ ଜଳୁ ସାଙ୍ଗ ହୋଇ ।।

ତୁମକୁ ମୁଁ କେବେ କହି ପାରି ନାହିଁ
ମୋ ନିଜର ମନକଥା
ତୁମେ ବି ତ କେବେ କହି ନାହଁ ମୋତେ
କିବା ଅଛି ମନେ ବ୍ୟଥା
ଆମରି ଭିତରେ ଅକୁହା ଯା’ ଅଛି
କେବେ ପାରି ନାହୁଁ କହି
କେବେ ମୁଁ ଯେ ଜଳେ କେବେ ତୁମେ ଜଳ
କେବେ ଜଳୁ ସାଙ୍ଗ ହୋଇ ।।

ଅଜୟ କୁମାର ବେହେରା
ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ,ଜଗତସିଂହପୁର
ଜଗତସିଂହପୁର ସାହିତ୍ୟ ପରିଷଦ
ଓଡ଼ିଆ ଭାଷା ସାହିତ୍ୟ ପରିଷଦ

30 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *