ଗୁଣ୍ଡିଚା ପୀଠେ ଜଗା ଦର୍ଶନ

ସେଦିନ, ଜନମ ପୀଠରେ,
ବସି ଥିଲ ତୁମେ ଠାକୁରେ,
ମୋତେ ଚାହିଁ ଚାହିଁ,ହେ କଳା ଗୋସେଇଁ
ହସି ଦେଲ ନାଲି ଓଠରେ।0

ସେଦିନ, ଜନମ ପୀଠରେ,
ଵସି ଥିଲ ତୁମେ ଠାକୁରେ।।

ଅଗଣିତ ଭକ୍ତ, ହୋଇ ଏକତ୍ରିତ
ଡାକୁ ଥାନ୍ତି ଜଗନ୍ନାଥ,
ଅବଢ଼ା କୁଡୁଆ,ମିଳୁ ଚଉଵାହା
କହି ଟେକି ଦେଲି ହାତ,
ମୋ ପାଇଁ ବରାଦ, ଶ୍ରୀ ମହାପ୍ରସାଦ
କରି ଦେଲ ପାଖ ମଠରେ।1

ସେଦିନ, ଜନମ ପୀଠରେ,
ବସି ଥିଲ ତୁମେ ଠାକୁରେ।।

ଏଡେ ଦୟାଵନ୍ତ,ମୋ କଳା ସାଆନ୍ତ
ସେଇ ପରା ଭାବଗ୍ରାହୀ,
ସାରା ଜଗତର ,ରଖନ୍ତି ଖଵର
ନୀଳାଚଳେ ବସି ରହି,
ଭକ୍ତ ଡ଼ାକ ଶୁଣି,ବାଲି ରଥେ ପୁଣି
ଉଭା ହେଲେ ବାଙ୍କି ତୁଠରେ।2

ସେଦିନ, ଜନମ ପୀଠରେ,
ବସି ଥିଲ ତୁମେ ଠାକୁରେ,
ମୋତେ ଚାହିଁ ଚାହିଁ,ହେ କଳା ଗୋସେଇଁ
ହସି ଦେଲ ନାଲି ଓଠରେ।0

ଅଶୋକ କୁମାର ପତି, ଦହିଗାଁ

12 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *