ଦାଦନରୁ ଚିଠି ଲେଖୁଛି ମାତ

ଦିଲ୍ଲୀ ଦାଦନରୁ ଲେଖୁଛି ଚିଟାଉ
ପଢ଼ିବୁ ମାତ ବିରଜା,
ଜୀବନଟା ଯାକ ଦାଦନ କଷଣେ
ହଲି ଗଲାଣି ମୋ ଭୁଜା ।।

ଗାୟକ ରତନ ଲୋକନାଥ କର
ଜଣାଇଲେ ଦୁଃଖ କଥା,
ପ୍ରଭୁ ଗୋପୀନାଥ ଫେଡିଲେ କଷଣ
କୋଇଲି ଠୁଁ ଶୁଣି ବାର୍ତ୍ତା ।।

ଥିଲେ ସିଏ ପିତା ନିଷ୍ଠୁର ଦେବତା
କରଙ୍କୁ ହୋଇଲେ ସାହା,
ତୁହି ମାଆ ବିରଜା ତରଳ ହୃଦୟା
ତୋର କିମ୍ପା ନାହିଁ ଦୟା ।।

ଦାଦନରେ ଖଟି ପଡିଲାଣି କଟି
ଦିଶୁ ନାହିଁ ମୋତେ ରାହା,
ବିଭିନ୍ନ ରୋଗରେ ହେଲିଣି ଆକ୍ରାନ୍ତ
କରଜ ଗିଳୁଛି ବାହା ।।

ଦିଶୁ ନାହିଁ ମୋତେ ଯାଇ ତୋ ଅଗ୍ରତେ
କରିବି ତୋ ପାଦ ପୂଜା,
ଉତ୍କଳ ଭାଷାର ସାରସ୍ୱତ ସେବା
ଲାଗୁଛି ରହିବ ଅଧା ।।

ମାଗି ନାହିଁ ତୋତେ ଜୀବନେ ମୁଁ କିଛି
ତୋ ବାକ୍ୟ ତୁ କଲେ ରକ୍ଷା,
ତୋ ଗୁଣ ଗାରିମା କରିବି ବଖାଣ
ବଞ୍ଚି ଥିଲେ ମାଗି ଭିକ୍ଷା ।।

ପୁର ପଲ୍ଲୀ ମଧ୍ଯୁ ଖୋଜି ଲେଖକଙ୍କୁ
ଲେଖାଇ ତୋର ପତ୍ରିକା,
ଜୀବନ ମୋହର ସାର୍ଥକ ହୋଇବ
ଥିଲେ ତୁହି ସାହା ଏକା ।।

ନୋହିଲେ ହାରିବି ପରାଣ ଦିଲ୍ଲୀରେ
ଧରିବ କୋଳେ ଯମୁନା,
ଗଦାକ୍ଷେତ୍ରେ ବସି ହେଉଥିବୁ ଖୁସି
ବୁଡି ଯିବ ମୋର ନାଆଁ ।।

ଉତ୍କଳ ପ୍ରଦେଶେ ତୋର ଉପଦେଶେ
ଲେଖେ ମୁଁ ତୋର କବିତା,
ତୁହି କଲେ ଦୟା ଫିଟିବ ମୋ କାୟା
କିବିଏ କରିବେ ଚିନ୍ତା ।।

ତୋ ପୁସ୍ତକ ଖଣ୍ଡେ ତୋ ପାଦରେ ଦେଇ
ଦୁନିଆକୁ ଯାଉ ବାର୍ତ୍ତା,
ନୋହିଲେ ପୁସ୍ତକ ବିହୀନ ହୋଇବି
କବିରେ ନ ଥିବ ସତ୍ତା ।।

ଲାଲବାଗ,ଖାନନଗର,ମଙ୍ଗଳପୁର,
ଯାଜପୁର,୯୮୭୩୨୩୬୪୪୧

55 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *