ନାଗରିକର କର୍ତ୍ତବ୍ୟ

ସ୍ବାଧୀନ ରାଷ୍ଟ୍ରରେ ସ୍ଵାଧୀନ ଚଳଣୀ
ସ୍ୱାଧୀନ ବିହାର ବାର୍ତ୍ତା
ନାଗରିକର ସ୍ୱତନ୍ତ୍ରତା, ନୁହେଁ ତ
କଦାପି ସ୍ଵଚ୍ଛାଚାରିତା।
ରାଷ୍ଟ୍ରୀୟ ସମ୍ମାନ ସୁରକ୍ଷାର ମାନ
ସଦାଲୋଡା ସଚେତନ
ନିଜ ଅଧିକାର କର୍ତ୍ତବ୍ୟବୋଧତା
ଦେଶଭକ୍ତି ଦେଶପ୍ରେମ।
ଜଣସ୍ୱାର୍ଥ ନୁହେଁ ଲୋଡା ଗଣ ସ୍ବାର୍ଥ
ଦେଶ ଦଶର ଉନ୍ନତି
ନିଜ ଉନ୍ନତି ସହ ରାଷ୍ଟ୍ର ଉନ୍ନତି
ଗଣତନ୍ତ୍ରର ପ୍ରଗତି।
ନାଗରିକ ନୁହେଁ କେବେବି ଏକକ
ବୃହତ୍ତର ରାଷ୍ଟ୍ର ଅଂଶ
ନିଃସ୍ୱାର୍ଥ ଆଦର୍ଶ ତ୍ୟାଗର ଜୀବନ
ଗୁଣବତ୍ତାର ବିଶେଷ।
ସୁସ୍ଥ ଶରୀର ଉନ୍ନତିର ଚିନ୍ତନ
ନୀତି ଆଦର୍ଶବାନ
ରାଷ୍ଟ୍ର ମହାଯଜ୍ଞେ ପୂତ ହୋମକାଷ୍ଠ
ଶ୍ରେଷ୍ଠ ନାଗରିକ ଜନ।

 

ଡଃ ପ୍ରିୟମ୍ବଦା ସାମଲ
ଭୁବନେଶ୍ୱର।

14 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *