ନାରୀ 🥰

ନାରୀ
………
ନାରୀ ଯେ ନୁହଇ ପୁରୁଷର କାମନାର ଇନ୍ଦ୍ରଧନୁ,
ଅବା ଲୀଳା ସଙ୍ଗିନୀ l
ଧର୍ମ କାର୍ଯ୍ୟରେ ସହଯୋଗୀ,
ସେ ସହଧର୍ମିଣୀ l
ଗୃହର ସେ ଯେ ଅଟଇ ମଣି,
ସେ ଗୃହିଣୀ l
ସ୍ୱାମୀକୁ ପତନୁ କରେ ଉଦ୍ଧାର,
ସେ ହିଁ ପତ୍ନୀ l
ସେ ହିଁ ଅଟଇ ଶ୍ରଦ୍ଧା ର ଦର୍ପଣ,
ସେ ଭଗିନୀ l
ସେ ଅଟେ ସର୍ବ କଲ୍ୟାଣକାରୀ,
ସେ କଲ୍ୟାଣୀ l
ଜୀବନ ତପରେ ତାପସ୍ୟାରତା,
ସେ ତପସ୍ୱିନୀ l
ସେ ହିଁ ଅଟଇ ପୁର୍ଣ ସମର୍ପଣ,
ସେ ହିଁ ପତ୍ନୀ l
ଦୁର୍ଗା ସେ,
ଦୁର୍ଗତିନାଶିନୀ l
ଅହଂକାରା ସେ,
ଅହଂକାର ଦମନୀ l
………….
ସେ ମା, ତ୍ୟାଗର ଝରଣା l
ସେ ପ୍ରେମୀ, ପ୍ରେମର ଲଳନା l
ସାଥି ସେ, ସୁଖର ସମ୍ଭାବନା l
ଗୁରୁ ସେ, କର୍ତ୍ତବ୍ୟ ର ସାଧନା l
ଜ୍ଞାନ ଦାୟିନୀ ସେ, ସେ ହିଁ ଜ୍ଞାନା l
…………
ବିଜୟିଦାୟିନୀ, ସେ ହିଁ ଜୟା l
ମାଟି ଓ ଆକାଶ, ସେ ହିଁ ମାଆ l
ପରିବାରର ସେ ମସ୍ତକ, ସେ ଅଟେ ମହନୀୟା l
…………
ସେ ସତୀ, ସ୍ନେହର ସତ୍କାର l
ସେ ଭକ୍ତି, ଭାବନାର ଭଣ୍ଡାର l
ସେ ଯୁବତୀ, କରଇ ଶ୍ରୀଙ୍ଗାର l
ସେ ହିଁ ପ୍ରମୋଦା,
ଗୃହକୁ ପ୍ରମୋଦୁ କରେ ଉଦ୍ଧାର l
ଭାର୍ଯ୍ୟା ସେ, ସମ୍ଭାଳେ ଗୃହର ଭାର l
ବୋଉ ସେ, ଵିପଦୁ କରେ ଉଦ୍ଧାର l
ସେ ସ୍ତ୍ରୀ, ଗୃହର ସ୍ଥିତିକୁ ରଖଇ ସ୍ଥିର l
ସେ ସ୍ୱରୂପା, ସଂସାର କୁ କରେ ସୁନ୍ଦର l
ଦୁହିତା ସେ, ହିତ ସାଧଇ ଦୁଇ କୁଳର l
କାନ୍ତା ସେ, ସୌନ୍ଦର୍ଯ୍ୟ ଅଟେ ଗୃହର l
ସେ ଲଷ୍ମୀ, ସେ ହିଁ ଘରର କୁବେର l
…………
କନ୍ୟା ରୂପେ ସେ ଯେ, କୁଳକୁ କରଇ ଧନ୍ୟ l
ବୃଦ୍ଧ ମାତା ରୂପେ, ସେ ହିଁ ଦିଅଇ ଆୟୁ ଜ୍ଞାନ l
ସେ ନୁହେଁ ଅବଳା, ସେ ଯେ ମହାବଳା l
ସେ ହିଁ କୁମାରୀ, ସେ ହିଁ କୈଶୋରୀ l
ମହିୟସୀ ବାଳା, ସେ ହିଁ ମହିଳା l

44 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *