ଫେରିଆସ ଥରେ

ଫେରିଆସ ଥରେ ମୋ ପାଖକୁ ତୁମେ
ଆଜି ବି ଝୁରେ ମୋ ମନ ,
ତୁମ ସ୍ମୃତି ସବୁ ସାଇତି ରଖିଛି
ମନେପଡେ ପିଲାଦିନ ।।୧

ବୟସ ତମେ ଯେ ଏମିତି ଧାରା ଟେ
ବହି ଚାଲିଗଲ ଜଲଦି ,
ଧୂଳିବାଲି ଘର ସାଙ୍ଗସାଥୀ ମେଳ
ଯାଇଛି ତା ସାଥେ ଚାଲି ।।୨

ତମେ ଆସିଗଲେ ଫେରି ଆସିବ ମୋ
ପିଲାଦିନ ଆଉଥରେ ,
ଏ ଡାଳୁ ସେ ଡାଳ ଡେଇଁ ବୁଲିବି ମୁଁ
ବିହଙ୍ଗ ମୁକ୍ତ ଆକାଶରେ ।।୩

ଗାଁ ଦାଣ୍ଡେ ନାଚି କୁଦି ବୁଲିବି
କୁମାର ପୂର୍ଣ୍ଣମୀ ରାତି ,
ରଜ ଦୋଳି ଖେଳି ମାଆ ପଣତରେ
ଘ୍ରମ ମୋର ପୋଛୁଥିବି।।୪

ହେ ସମୟ ତମେ ଫେରିଆସ , ହେଉ
ପ୍ରତୀକ୍ଷାର ଅବସାନ,
ଧାଇଁ ଧାଇଁ ଆଜି ଥକି ମୁଁ ଗଲାଣି
ମନ ହେଲାଣି ବିଷର୍ଣ୍ଣ ।।୫

 

ସସ୍ମିତା ଷଡ଼ଙ୍ଗୀ ଭୁବନେଶ୍ୱର

12 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *