ବାଟ ପହଁରା ଓଷା

ଆଲୋ ସଜନୀ,
ବାଟ ପହଁରା ପୂଜାକୁ ତୁ କି ଯିବୁନି,
ଗାଆଁ ଭୁଆସୁଣୀ, ପନ୍ଥେଇ ଵନେଇଁ
କୁଲାରେ ପିଠାକୁ ଧରି ଜମା ହେଲେଣି ।0

ପୁଷ ମାସ କୃଷ୍ଣ ପକ୍ଷ ଦ୍ବିତୀୟା ତିଥି,
ଯମ ରାଜାଙ୍କର ଓଷା ପାଳନ୍ତି ବ୍ରତୀ,
ଉଖୁଡା କଦଳୀ, ଛେନା ପଣା ଗୋଳି
ପନ୍ଥେଇ ଭିତରେ ଢାଳି ପୂଜା କଲେଣି।1

ସଧଵା ନାରୀଏ ମିଶି ପୂଜା କରନ୍ତି,
ପୁତ୍ର ମାନସିକ କଲେ ପୁତ୍ର ପାଆନ୍ତି,
ବଜ୍ରମୂଳୀ ଧରି,ଦାଣ୍ଡକୁ ପହଁରୀ
ବାଟ ଓଷା ବହି ପଢା ଅଧା ହେଲାଣି।2

ରାତି ଦି ଘଡିରେ ବ୍ରତୀ ଜହ୍ନକୁ ଦେଖି,
ପୂଜା ଆରମ୍ଭ କରନ୍ତି ଭୋଗକୁ ରଖି,
ଘଣ୍ଟ ଘଣ୍ଟା ଵାଇ, ହୁଳହୁଳି ଦେଇ
ଦେଖଲୋ ସଜନୀ ଗାଆଁ କମ୍ପି ଗଲାଣି।3

ଆଲୋ ସଜନୀ,
ବାଟ ପହଁରା ପୂଜାକୁ ତୁ କି ଯିବୁନି।।

ଅଶୋକ କୁମାର ପତି, ଦହିଗାଁ
42 mouza, CTC.

17 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *