ବୋଉ

ବୋଉ ମୋହର ଗୋଟେ ନିପଟ ମଫସଲି
କୁଞ୍ଚ କରି ଲୁଗା ପିନ୍ଧିବା ଯାଣଇଁ ନାହିଁ
ଗଣନା ସଂଖ୍ୟା ସେ ମୋଟେ ତ ବୁଝଇ ନାହିଁ
ରୁଟି ଯେବେ ଗୋଟେ ଦେ ମୁଁ ମାଗିଲେ
ଦୁଇଟା ସେ ଦେଉଥାଇ,
ଗଣନା ସଂଖ୍ୟା ସେ ମୋଟେ ତ ବୁଝଇ ନାହିଁ ।।

ବୋଉ ମୋର ନିତି ବଡି ସକାଳରୁ ଊଠେ
ଗୋବର ମାଟିରେ ଘର ସାରା ଲିପେ ପୋଛେ
ମୋ ଉଠିବା ପାଇଁ ରହିଥାଏ ଅବା ଚାହିଁ
ରାତି ଚୁଲି ନିଆଁ ଘଡି ମୁଗୁଲି କୁ
ଦିଏ ଆଣି ସେ ଖୁଆଇ
ମୋ ଉଠିବା ପାଇଁ ରହିଥାଏ ଅବା ଚାହିଁ ।।

ଆଜି କାଲି ଆଉ ବୋଉ କୁ ଦେଖା ଯାଉନି
ଡଉଲ ଡାଉଲ ରୂପ ମୋ ଦେଖି ପାରୁନି
ଝଡି ଗଲାଣି ମୁଁ ସବୁ ଙ୍କୁ ସେ କହୁଥାଏ
ଯେତେ ବଳ ବପୁ ହେଉ ମୋ ପଛକେ
ତାକୁ ତ ଦେଖା ନ ଯାଏ
ଝଡି ଗଲାଣି ମୁଁ ସବୁ ଙ୍କୁ ସେ କହୁଥାଏ ।।

ବୋଉର ଏମିତି ପାସୋରା ଗୋଟାଏ ମନ
ଖାଇ ଥିଲେ କହେ କିଛି ଖାଇନି ମୋ ଧନ
ବେଳକୁ ବେଳ ସେ ସବୁତ ପାସୋରି ଦିଏ
ପେଟ ପୁରା ଖୋଇ ଟିକେ ପରେ ପୁଣି
କିଛି ମୁଁ ଖାଇନି କହେ
ବେଳକୁ ବେଳ ସେ ସବୁତ ପାସୋରି ଦିଏ ।।

ମରିବା ପାଇଁ କି ବାଟ ତ ଅନେକ ଅଛି
କେଉଁ ଉପାୟରେ ମରିବ ଅନେକ କିଛି
ଜନମ ନେବାକୁ ଏକମାତ୍ର ସେହି ମାଆ
ନିରାଶା ଅନ୍ଧାରେ ଆଲୋକର ରେଖା
ବିପଦ କାଳର ସଖା
ଜନମ ନେବାକୁ ଏକମାତ୍ର ସେହି ମାଆ ।।

 

• ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା

29 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *