ଭଗ୍ନ କୋଣାର୍କ

Devadasi

ଚିତ୍ରୋତ୍ପଳା ଆଜି ବାହୁନି କାନ୍ଦୁଛି
ମୁହାଣ ନିକଟେ ତା’ର ,
ନୀଳ ସାଗରର ତରଙ୍ଗ ଫେନରେ
ହଜିଛି ଅତୀତ ଯା’ର ।୧

ଅତୀତ ପୃଷ୍ଠା ରେ ଇତିହାସ ହୋଇ
ରହିଗଲା ମୋର ନାମ,
ହଜିଗଲା ଚିରସ୍ରୋତା ଚିତ୍ରୋତ୍ପଳା
ଶୁଷ୍କ ଆଜି ତା ମୁହାଣ ।୨

ଗଢା ହେଲା ତୀରେ ବଡ଼ କୀର୍ତ୍ତିରାଜି
ନିଖୁଣ ସ୍ଥାପତ୍ୟ କଳା,
ବାରଶ ସ୍ଥପତି ନିହାଣ ମୂନରେ
ଖୋଦିଥିଲେ ଚିତ୍ର କଳା ।୩

ମୋ ବୁକୁରେ ବହି ଆଣିଥିଲେ ଶିଳା
କେଉଁ ଦୂର ପ୍ରାନ୍ତର ରୁ ,
ମୁଗୁନି ପଥରେ ସୁନ୍ଦର ଭାସ୍କର୍ଯ୍ୟ
ଲିଭୁନି ମାନସପଟ୍ଟରୁ ।୪

ଭଗ୍ନ ସେ କୋଣାର୍କ ନଗ୍ନ ତା ଭାସ୍କର୍ଯ୍ୟ
ସୌନ୍ଦର୍ଯ୍ୟ ହଜିଛି ଆଜି,
ଲୌହ ର ବେଡିରେ ଆବଦ୍ଧ ଶରୀର
ଲୁଚିଯାଇଛି କୀର୍ତ୍ତିରାଜି ।୬

କାରୁକାର୍ଯ୍ୟ ଲାଗି ଦେଶ ବିଦେଶ ରୁ
ଛୁଟୁଥିଲେ ପର୍ଯ୍ୟଟକ ,
ଜରାଜୀର୍ଣ୍ଣ ଆଜି ତା କିରତିରାଜି
ମର୍ମାହତ ପର୍ଯ୍ୟବେକ୍ଷକ ।୭

ଭାଙ୍ଗିଲା କୋଣାର୍କ ଲୁପ୍ତ ଚିତ୍ରୋତ୍ପଳା
ହସେ କଂକ୍ରିଟ ଜଙ୍ଗଲ ,
ବିପଣି ମାଳାରେ ଶୋଭିତ ମୋ ବକ୍ଷ
ଲୁପ୍ତ ସେ ଗୁଡୁକଙ୍କ ଖେଳ ।୮।

 

ସସ୍ମିତା ଷଡ଼ଙ୍ଗୀ , ଭୁବନେଶ୍ୱର

21 Likes 1 Comment

You might like

About the Author: Admin

1 Comment

Leave a Reply

Your email address will not be published. Required fields are marked *