ମନ ଓ ଅତୀତ

ସାଇତା ଅତୀତ କବିତା କିଛି

ଆଜି ଯେବେ ତାକୁ କାଢି ଦେଖୁଛି,

ସ୍ମିତ ହାସ ଓଠେ ଫୁଟଇ ଝରି

ସତେ କିଏ କହେ କାନେ ମୋହରି ।

 

କେତେ ଦିନ ଆଉ ପଡ଼ି ରହିବୁ

କାଗଜ କଲମେ ଦରଦ ଦେବୁ ,

ଓଡ଼ିଆ କବିତା ପଢୁଛି କିଏ 

ତୁଚ୍ଛା ରେ ଲେଖୁ ତୁ ନିର୍ଲଜ ଟିଏ ।

 

ଛାଡ଼ିଦେ ଆଜିଠୁ କବିତା ଲେଖା

ଲେଖାକୁ ତୋହର ପଢୁ ତୁ ଏକା ,

ସତ ଚେଷ୍ଟା କଲେ କ’ଣ ପାଇବୁ

ଥକିଯାଇ ଶେଷେ ତୁହି ହାରିବୁ ।

 

ସରକାର ଠାରୁ ଜନତା ଯାଏ

ଧନ ପଛେ ପଡ଼ି ପାଗଳ ହୁଏ ,

ଚାକିରି ଟେ କଲେ ସମାଜେ ତୁହି

ରହିବେ ସଭିଏଁ ନିଜର ହୋଇ ।

 

ନିଗମାନନ୍ଦ ନାୟକ

ବେଲପାଳ, ମୟୂରଭଞ୍ଜ

30 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *