ମୋ ଜୀବନରେ ତୁମେ

ଜୀବନର ପ୍ରତ୍ୟେକ ମୂହୁର୍ତ୍ତ
ତୁମ ସହ ବଞ୍ଚିବାକୁ ଚାହେଁ
ଜୀବନର ପ୍ରତ୍ୟେକ ନିଃଶ୍ୱାସ
ତୁମ ସହ ବାଣ୍ଟିବାକୁ ଚାହେଁ
ଜୀବନ ଅଛି ହେଲେ ତୁମେ
ନାହିଁ ମୋ ଭାଗ୍ୟରେ..

କଳ୍ପନାର ନାୟିକା ଟେ ତୁମେ
ମୋ ପ୍ରେମ ଗଳ୍ପରେ
ଅପ୍ରାପ୍ୟ ମୁକ୍ତାଟେ ତୁମେ
ସାଗର ବେଳାରେ….

ଛାତିର ସ୍ପନ୍ଦନ ତୁମେ
ମୋ ହୃଦୟ ରେ
ନିରବ ପ୍ରେମ ମୋର ପ୍ରତିଥର କହେ
ଜୀବନର ପ୍ରତ୍ୟେକ ମୂହୁର୍ତ୍ତ
ତୁମ ସହ ବଞ୍ଚିବାକୁ ଚାହେଁ ..

ରଙ୍ଗଭରା ବସନ୍ତଟେ ତୁମେ
ମୋ ପ୍ରେମ ଋତୁ ରେ
ପୂନେଇଁ ଜହ୍ନ ଟେ ତୁମେ
ମୋ କଳ୍ପିତ ରାତ୍ରରେ
ବୃଥା ଏ ସବୁ ଭାବନା
ଏଇ ଜୀବନରେ…

ପ୍ରେମ ଅଛି ହେଲେ ତୁମେ
ନାହିଁ ମୋ ଭାଗ୍ୟରେ
ତଥାପି ମନ କାହିଁ ତୁମକୁ ହଁ ଚାହେଁ
ଜୀବନର ପ୍ରତ୍ୟେକ ମୂହୁର୍ତ୍ତ
ତୁମ ସହ ବଞ୍ଚିବାକୁ ଚାହେଁ ….

ପୁରୁଣା ବାରିପଦା, ମୟୂରଭଞ୍ଜ

33 Likes 2 Comments

You might like

About the Author: Admin

2 Comments

Leave a Reply

Your email address will not be published. Required fields are marked *