ମୋ ସପ୍ନର ପ୍ରେମିକା

ଦେଖିନି ତୁମକୁ ଏଯାଏଁ ମୋ ଆଖି
ସପ୍ନର ପ୍ରେମିକା ମୋର
ସପନରେ ଆସି ଛୁଇଁ ଦେଇ ଯାଉଛ
ନିଦ ମୋ ଭାଙ୍ଗୁଛି ବାରମ୍ବାର…

କହୁଚି ଯେବେ ମୁଁ କାହା ଆଗେ ଯାଇ
କହନ୍ତି ପାଗଳ ମତେ
ଦେଖିବାକୁ ପ୍ରିୟା ତୁମର ସେ ଚେହେରା
ନିଇତି ଝୁରୁଛି କେତେ…

ତୁମ ସ୍ପର୍ଶ ପାଇଁ ଅଧିର ଏ ମନ
ପ୍ରତି କ୍ଷଣେ ଝୁରେ ମୁଁ ତୁମକୁ
ସତରେ କେବେ ଆସିବ କହିଯାଅ
ତୁମ ଅପେକ୍ଷାରେ ଥରେ…

କାହିଁକି ଆସୁଛ ରାତ୍ରି ଅନ୍ଧାରରେ
ଆସ ଥରେ ଦିବସରେ
ଦେଖିବି ତୁମରି ରୂପ ମାଧୁର୍ଯ୍ୟକୁ
ପ୍ରୀତି ଭରା ପୁଲକରେ…

ଖୁସିର ସହରେ ଘରଟେ ତୋଳିବି
ହେଉଥିବ ଆତଯାତ
ସଜାଇ ରଖିବି ତୁମ ପ୍ରୀତିର ସାଗର
ସରଗର ପାରିଜାତ…

ଲେଖକ:- ରାଜେଶ୍ କୁମାର ବେହେରା
ପୁରୁଣା ବାରିପଦା ମୟୂରଭଞ୍ଜ

42 Likes Comment

You might like

About the Author: Admin

Leave a Reply

Your email address will not be published. Required fields are marked *