ଲାବଣ୍ୟବତୀର ଲାଜ

ଲମ୍ବା ଘନ କେଶ ଅଧରରେ ହସ
ନୟନେ କରିଲ ବଶ ,
ଆଙ୍କେ ଯେବେ ତୁମ ଛବି ହୃଦୟରେ
ଲାଘବ ହୁଏ ମୋ କ୍ଳେଶ |

ମୁଖେ ମଧୁ ବାଣୀ ଶୁଣି ହୁଏ ଗୁଣି
ଇଚ୍ଛା ହୁଏ ବାରମ୍ବାର ,
ଗାଲେ ଦୁଇ ଖାଲ ଲାଗେ ଭାରି ଭଲ
ବଢାଏ ଶୋଭା ତୁମର |

ରୂପ ଲାବଣ୍ୟରେ ଲାଜ ଅଳଙ୍କାରେ
ନିଜକୁ ସଜାଅ ଯେବେ,
ସ୍ୱର୍ଗର ଅପ୍ସରୀ ଇର୍ଷାକୁ ଆବୋରି
ପ୍ରକଟନ୍ତି ଅବିଳମ୍ବେ |

By- ଡ଼. ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା :- କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ

16 Likes 2 Comments

You might like

About the Author: Admin

2 Comments

Leave a Reply

Your email address will not be published. Required fields are marked *