ଅନୁତାପ!
ଭାବୁଛି କିଛି ଲେଖିବି
କିନ୍ତୁ କଣ ଲେଖିବି
ଯନ୍ତ୍ରଣା ରେ ଜର୍ଜରିତ ହୃଦୟ ର ବ୍ୟଥା
ମୁଁ କହି ପାରୁନି
ସେ ମୋ ପାଇଁ ଅଜଣା ଓ ଅପରିଚିତ
ଶବ୍ଦ ଗୁଡା ବିଞ୍ଚି ହୋଇ ପଡିଛି
ଯେପରି ଛିଣ୍ଡା ମୁକ୍ତାର ମାଳା ପରି
ତାହା ପ୍ରେମ ର ଚି଼ହ୍ନ ପରି
ଚିନ୍ହା ମୁହଁ ଏଠି ଅଜଣା
ତଥାପି ମୁଁ ସାଇତି ରଖିଛି
ମୁଁ ଆଜି ଅନୁତପ୍ତ
ତୁମକୁ ଭୁଲ ବୁଝିଛି
ଭଲ ବି ପାଉଥିଲି
ହେଲେ ଭୁଲି ହଉନି!
©️®️ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଅଧ୍ୟାପକ ଇରାଂଜି ଭାଷା ଓ ସାହିତ୍ୟ ବିଭାଗ
ଗଞ୍ଜାମ