କାହାଣୀ ଦୁଇ ହୃଦୟର!

କାହାଣୀ ଦୁଇ ହୃଦୟର !

କାଲି ତୁମର ହଠାତ ଦେଖା
ପୁଣି ସକାଳୁ ସକାଳୁ ତୁମର ଝଲକ
ମୁଁ ଭାବିଲି ଆଜି ତ କଥା ହେବି
ହଠାତ ତୁମକୁ କଲେଜ ଛକ ରେ ଦେଖିବା
ମନେ ହୁଏ ତୁମେ ଲୁଚକାଳି ଖେଳୁଛ
ତୁମର ଉପସ୍ଥିତି ତୁମର ମହକ
ଖେଳିଗଲା ଚତୁଃପାର୍ଶରେ
ତୁମର ଚାହାଣି ରେ ଖେଳିଗଲା
ଅତୀତ ର ପୁରୁଣା କାହାଣୀ
ଏବଂ ମୁହୂର୍ତକ ଭିତରେ ଚୁରମାର
ହେଇଗଲା ଭଗ୍ନସ୍ତୁପ ପରି
ଏଇତ ଦୁଇ ହୃଦୟର କାହାଣୀ
ଯଦି ମୁଁ ତୁମଠାରୁ ବହୁ ଦୂରରେ
ମୁଁ ସବୁ ଜାଣେ ଅତୀତ ର ସେଇ କଥା କୁ
ଚେଷ୍ଟା କରି ବି ଭୁଲି ପାରୁନି
ଅବିସ୍ମରଣୀୟ ମୁହୂର୍ତ ଗୁଡାକୁ |

ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
ଗଞ୍ଜାମ

27 Likes Comment

You might like

About the Author: Dr. Prasanna Kumar Dalai

A Famous English Poet From India

Leave a Reply

Your email address will not be published. Required fields are marked *