ରାଧା ପ୍ରେମେ ତୁମେ ହୋଇଛ ପାଗଳ
ମୀରା ପ୍ରେମେ ଝରାଅ ଲୁହ,
ତୁମେ ପୁଣି ସାରା ଜଗତକୁ କୁହ
ରଖ ନାହିଁ ମୋନେ ମୋହ।
ରୁକ୍ମଣୀ ସାଥିରେ କରିଲ ସଂସାର
ରାଧା ହେଲେ କୃଷ୍ଣ ସଂଙ୍ଗିନୀ,
ପରିଚୟ ଦେଇ ଅଧିକାର ନେଲ
କାହିଁକି ମୁଁ ବୁଝି ପାରେନି।
କେତେ ମନୋହର ବନ୍ଧୁତ୍ୱ ତୁମର
ଜଗତରେ ଆଜି ଅମର,
ଦିବାକର ପୁଣି ଛାଡି କି ରହିବେ
ନିଜ ଆଲୋକ ର ପ୍ରଖର।
ଦ୍ରୌପଦୀ କୁ ତୁମେ ଡାକୁଥିଲ ସଖୀ
ନିଜକୁ ସଖା ବୋଲି କହି,
ଲଜ୍ୟା ରକ୍ଷା ପାଇଁ ଆସିଲନି ତୁମେ
ଡାକିବା ବାଟକୁ ଚାହିଁ।
ରାଧା ସାଥେ କୃଷ୍ଣ ଯୁଗଳ ମୂରତୀ
ଶୋଭା ପାଉଥାଏ ମନ୍ଦିରେ,
ମୀରା ତୁମ ପ୍ରେମେ ଧାଇଁ ଆସିଥିଲେ
ତାଙ୍କ ପ୍ରେମ କାଇଁ ଅଧାରେ।
ଅଶ୍ରୁ ଧାର ତୁମ ବହିଲା ଆଖିରୁ
ଜଗତର କଲ୍ୟାଣ ପାଇଁ,
ମାୟା ନୁହେଁ ହିତ ତୁମେ ପୁଣି କୁହ
କାହିଁକି ହେ କଳା କହ୍ନେଇ।
ସହ-ସମ୍ପାଦିକା
ପୁଷ୍ପଲତା ଦିଗାର
ବାରିପଦା,ମୟୂରଭଞ୍ଜ