
ପାଉଁଶ ତଳର ଅତୀତ !
ମୁଁ ସବୁ ଶୁଣୁଛି
ନ ଶୁଣିଲା ପରି
ତୁମେ କିଛିତ କହୁଛ
ଯାହା କେବେ କହି ନାହଁ
ସ୍ବପ୍ନ ଗୁଡାକ ବିଞ୍ଚି ହୋଇ ପଡିଛି
କାରଣ ଖୋଜା ଚାଲିଛି
କାହାର ନଜର ଲାଗିଛି
ଚାହିଁଲେ ଲୁଚେଇ ହୁଏନି
ମନର ସବୁ ବ୍ୟଥା ଓ ଯନ୍ତ୍ରଣା
ତୁମ ପାଇଁ ମୁଁ ଆଜି ନିସ୍ବ
ଛାଡି ସବୁ ଆଶା ଓ ଆକାଂକ୍ଷା
ନିଜକୁ ନିଜେ ରାଣ ପକାଇ
ମୋ ନୀରବ ଆଖି କିଛି କହି ପାରୁନି
ଓଠ ବି ଥରୁଚ୍ଛି କିଛି ନ କହି
ଶବ୍ଦ ଗୁଡ଼ାଜ ମୋ ଆୟତ୍ତ ରୁ ବାହାରେ
କହି ପାରୁନି ହୃଦୟ ର ବ୍ୟଥା ଓ ବେଦନା
ନିର୍ବାକ ମୁଁ ବେଳେବେଳେ ସ୍ତମ୍ଭିଭୂତ
କୋଉଠି ନା କୋଉଠି ଅତୀତ ର ନିଆଁ ଜଳୁଛି
ଯେଉଁଠି ତୁମେ ବି ଜଳୁଛ
ଆଊ ମତେ ଜଳିବାକୁ ବାଧ୍ୟ କରୁଛ |
ଡ଼କ୍ଟର ପ୍ରସନ୍ନ କୁମାର ଦଳାଇ
କବିସୂର୍ଯ୍ୟନଗର
ଗଞ୍ଜାମ